Advertisment

ବିଜେଡି ପାଇଁ ମହଙ୍ଗା ପଡ଼ିପାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା, ଯୋଜନାକୁ ନେଇ ଅଶାନ୍ତ ହେଲାଣି କ୍ୟାମ୍ପସ୍

କେଉଁଠି କଲେଜରେ ତାଲା ପକେଇଲେଣି ଛାତ୍ରଛାତ୍ରୀ ତ କେଉଁଠି ଖୋଲାଖୋଲି ବିରୋଧ କଲେଣି। ଏଭଳି ସ୍ଥିତିରେ ଏହି ଯୋଜନା ମାଧ୍ୟମରେ ବିଜେଡିର କ୍ୟାମ୍ପସ ପଲିଟିକ୍ସ ରଣନୀତି, ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ଅଦ୍ୟତନ ହୋଇଛି
BJD

BJD

Advertisment

କ’ଣ ପାଇଁ ଯୁବ ଓଡ଼ିଶା ନବୀନ ଓଡ଼ିଶା। ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ନା କ୍ୟାମ୍ପସରେ ବିଶୃଙ୍ଖଳାର ବିଷ ମଞ୍ଜି ବୁଣବା ପାଇଁ। କାହିଁକି ନା, ଯୋଜନାକୁ ନେଇ ଏବେ ପ୍ରତି କ୍ୟାମ୍ପସରେ ବିଶୃଙ୍ଖଳା ଆଉ ବିବାଦ। ଅଭିଯୋଗ, କେବଳ ନିର୍ଦ୍ଧିଷ୍ଟ ଛାତ୍ର ଗୋଷ୍ଠୀଙ୍କୁ ଧରି କରାଯାଉଛି କାର୍ଯ୍ୟକ୍ରମ। ଯାହାକୁ ନେଇ କେଉଁଠି କଲେଜରେ ତାଲା ପକେଇଲେଣି ଛାତ୍ରଛାତ୍ରୀ ତ କେଉଁଠି ଖୋଲାଖୋଲି ବିରୋଧ କଲେଣି। ଏଭଳି ସ୍ଥିତିରେ ଏହି ଯୋଜନା ମାଧ୍ୟମରେ ବିଜେଡିର କ୍ୟାମ୍ପସ ପଲିଟିକ୍ସ ରଣନୀତି, ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Advertisment

ବିଜେଡି ପାଇଁ ମହଙ୍ଗା ପଡ଼ିପାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା। ଯୋଜନାକୁ ନେଇ ଅଶାନ୍ତ ହେଲାଣି କ୍ୟାମ୍ପସ୍। ଦୁଇ ଫାଳ ହେଲେଣି କଲେଜ ଛାତ୍ର ଗୋଷ୍ଠୀ। ଏ ଚିତ୍ର ବାରିପଦା ଏମପିସି ସ୍ୱୟଂ ଶାସିତ ମହାବିଦ୍ୟାଳୟର। ଗେଟରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ। କଲେଜ ଅଧ୍ୟକ୍ଷଙ୍କୁ ବି ପଶେଇ ଦେଲେନି। କାରଣ- ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନା। ଏଠି ଏଇ ଯୋଜନା ବାବଦକୁ କଲେଜକୁ ଆସିଛି ୯ ଲକ୍ଷ ଟଙ୍କା। ଛାତ୍ରଛାତ୍ରୀଙ୍କ ଅଭିଯୋଗ, କଲେଜରେ ନିର୍ଦ୍ଧିଷ୍ଟ ଗୋଷ୍ଠୀକୁ ସାମିଲ କରି କାର୍ଯ୍ୟକ୍ରମ କରୁଛନ୍ତି କର୍ତ୍ତୃପକ୍ଷ ।

ଆଉ ଏ ହେଉଛି ବାଲେଶ୍ୱର ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ। କଲେଜ କ୍ୟାମ୍ପସରେ ଛାଇ ଯାଇଛି ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ବ୍ୟାନର। ଆଉ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମଞ୍ଚରେ କେବଳ ଶାସର ଦଳ ନେତା। ଏଠି ବି ସମାନ ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ। ଖାଲି ବାରିପଦା କି ବାଲେଶ୍ୱର ନୁହେଁ ରାଜ୍ୟର ପ୍ରାୟ ସବୁ କଲେଜରେ ଏମିତି ଅଭିଯୋଗ। ଏଠି ପ୍ରଶ୍ନ ଯୋଜନା କାର୍ଯ୍ୟକାରୀ ଦ୍ୱାରା କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କ ଏକତା ନଷ୍ଟ ହେଉନି ତ ? ଏହାବାଦ୍ ଅନୁଦାନକୁ ନେଇ ଶୈକ୍ଷିକ ବାତାବରଣ ନଷ୍ଟ ହେବା ସହ କ୍ୟାମ୍ପସରେ ବିଶୃଙ୍ଖଳାର ବିଷ ମଂଜି ବୁଣୁ ନାହାନ୍ତି ତ ସରକାର ?

Advertisment

ଯୁବ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଗତ ୧୫ରୁ ରାଜ୍ୟର କଲେଜମାନଙ୍କରେ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ସହ ସାମାଜିକ କାର୍ଯ୍ୟକ୍ରମର ଆୟୋଜନ ଚାଲିଛି। ଯାହା ଡିସେମ୍ବର ୩୧ ଯାଏଁ ଚାଲିବ। ଏଥିପାଇଁ କଲେଜ ପିଛା ଦେଢ ଲକ୍ଷରୁ ୯ ଲକ୍ଷ ଟଙ୍କା ଯାଏଁ ଅନୁଦାନ ଦିଆଯାଇଛି। ନିକଟରେ ବିଜେଡି ବିଧାୟକମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଯୋଡିବାକୁ ଦଳ ତରଫରୁ ନିର୍ଦ୍ଦେଶ ସହ ତାଲିମ ବି ଦିଆଯାଇଥିଲା। ଯାହାକୁ ନେଇ ବିରୋଧୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲା ବେଳେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଯୁକ୍ତି, ସରକାରୀ କାର୍ଯ୍ୟକ୍ରମରେ ରାଜନୀତି ହେଉନାହିଁ।

ବଡ଼ କଥା ହେଉଛି ୨୦୧୭ରୁ କଲେଜ ନିର୍ବାଚନକୁ ବନ୍ଦ ରଖି କ୍ୟାମ୍ପସ କମିଟି ଜରିଆରେ ଏକ ପାଖିଆ କ୍ୟାମ୍ପସ ପଲିଟିକ୍ସ କରୁଛି ବିଜେଡି। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଥିବା ବେଳେ ପୁଣି ଏହି ଯୋଜନାରେ ଅନୁଦାନକୁ ନେଇ ଅସନ୍ତୋଷ ବିଜେଡି ପାଇଁ ମହଙ୍ଗା ହୋଇପାରେ।

Advertisment
Odisha BJD College Campus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ