Advertisment

କଲେଜ ସଭାରେ ଯୋଗ ଦେବାବେଳେ ପାଣ୍ଡିଆନ୍‌ଙ୍କ ଉପରକୁ କାଳିମାଡ଼

5T ସଚିବ ଭି. କେ ପାଣ୍ଡିଆନ୍‌ଙ୍କ ଉପରକୁ କାଳିମାଡ଼ ହୋଇଛି।  ୟୁଜିଏସ୍‌ କଲେଜ ସଭାରେ ଯୋଗ ଦେବାବେଳେ ଏହି କାଳିମାଡ଼ ହୋଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
5T Secretary V K Pandian

5T Secretary V K Pandian

Advertisment

5T ସଚିବ ଭି. କେ ପାଣ୍ଡିଆନ୍‌ଙ୍କ ଉପରକୁ କାଳିମାଡ଼ ହୋଇଛି। ପୁରୀ ଜିଲ୍ଲା ସତ୍ୟବାଦୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ନିକଟ ପଡ଼ିଆରେ ଏହି କାଳିମାଡ଼ ହୋଇଥିଲା । 5T ସଚିବଙ୍କ ଉପରକୁ କାଳିମାଡ଼ ବେଳେ ଛିଟା ମଧ୍ୟ ପୁରୀ ଜିଲ୍ଲାପାଳଙ୍କ ଉପରେ ପଡ଼ିଛି।

Advertisment

ଜଣେ ଯୁବକ ଏହି କାଳିମାଡ଼ କରିଛନ୍ତି। ପୋଲିସ ସମ୍ପୃକ୍ତ ଯୁବକକୁ ଗିରଫ କରିଛି। 5T ସଚିବ ଆଜି କାକଟପୁର, ନିମାପଡ଼ା ପରେ ପୁରୀରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଜନଶୁଣାଣିରେ ଯୋଗଦେବା ପରେ ସତ୍ୟବାଦୀ ଗସ୍ତ କରିଥିଲେ। ତେବେ ସତ୍ୟବାଦୀ ଗସ୍ତ ବେଳେ ଏହି କାଳିମାଡ଼ ହୋଇଥିଲା । ଗତକାଲି ପୁରୀ, ପିପିଲି, ବ୍ରହ୍ମଗିରି, କୃଷ୍ଣପ୍ରସାଦରେ ଜନଶୁଣାଣି ବେଳେ ଭି.କେ ପାଣ୍ଡିଆନ ଯୋଗ ଦେଇଥିଲେ।

V. K. Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ