Advertisment

ସରପଞ୍ଚ ହେବାକୁ ହେଲେ ଦେବାକୁ ପଡ଼ିବ ପରୀକ୍ଷା !

ସରପଞ୍ଚ ହେବାକୁ ହେଲେ ପରୀକ୍ଷା ଦେବାକୁ ପଡ଼ିବ। ଆଉ ପରୀକ୍ଷାରେ ପାସ୍ କଲେ ଗାଁ ଲୋକେ ଭୋଟ୍ ଦେବେ।

ଅଦ୍ୟତନ ହୋଇଛି
Written Test For Sarpanch Candidates

Written Test For Sarpanch Candidates

Advertisment

ସରପଞ୍ଚ ହେବାକୁ ହେଲେ ଦେବାକୁ ପଡ଼ିବପରୀକ୍ଷା। ଆଉ ପରୀକ୍ଷାରେ ପାସ୍ କଲେ ଗାଁ ଲୋକେ ଦେବେ ଭୋଟ୍। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ପଞ୍ଚାୟତ ମାଲୁପଡା ଗାଁରେ ଏଭଳି  ଘଟଣା ଦେଖିବାକୁ ମିଳିଛି। ପଞ୍ଚାୟତର ସରପଞ୍ଚ ପଦ ପାଇଁ ଛିଡ଼ା ହୋଇଥିବା ୮ ଜଣ ପ୍ରାର୍ଥୀ  ପ୍ରଚାର ପାଇଁ ଗାଁକୁ ଆସିଥିଲେ।  ଭୋଟ୍‌ ଦେବା ଲାଗି ଗାଁ ଲୋକେ ଲିଖିତ ପରୀକ୍ଷା ଦେବାକୁ ପ୍ରାର୍ଥୀମାନଙ୍କୁ କହିଥଲେ।

Advertisment

ଆଉ ପ୍ରାର୍ଥୀମାନେ ମଧ୍ୟ ରାଜି ହୋଇ ଲିଖିତ ପରୀକ୍ଷାରେ ବସିଥିଲେ। ପରୀକ୍ଷାରେ ୭ଟି ପ୍ରଶ୍ନ କରାଯାଇଥିଲା। ଏଥିରେ ୮ ଜଣ ସରପଞ୍ଚ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ଭିତରୁ ୩ ଜଣ ପାସ୍ କରିଛନ୍ତି। ତେବେ ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

ଲିଖିତ ପରୀକ୍ଷାରେ ପଚରା ଯାଇଥିବା ୭ଟି ପ୍ରଶ୍ନ ହେଲା...

  • ଆପଣ ସରପଞ୍ଚ ପ୍ରାର୍ଥୀ, ପ୍ରାର୍ଥୀନୀ ହେବାର ୫ଟି ଉଦ୍ଦେଶ୍ୟ
  • ଯଦି ଆପଣ ସରପଞ୍ଚ ହେଲେ ଆସନ୍ତା ୫ ବର୍ଷ ପାଇଁ ଲକ୍ଷ୍ୟ କ’ଣ ରହିବ ? 
  • ଯଦି ସମାଜ ସେବା କରିବା ପାଇଁ ରାଜନୀତିକୁ ଆସିଛନ୍ତି, ପୂର୍ବରୁ ଆପଣଙ୍କ ଦ୍ୱାରା କରାଯାଇଥିବା ୫ଟି ସମାଜ ସେବା ନାମ ଲେଖନ୍ତୁ...
  • ଏବେ ସରପଞ୍ଚ ହେବାପାଇଁ ଯେପରି ଭାବେ ଘରକୁ ଘର ବୁଲି ଭୋଟ୍‌ ମାଗୁଛନ୍ତି, ଯଦି ଆପଣ ବିଜୟ ଲାଭ କରନ୍ତି, ତା’ହେଲେ ଏଭଳି ଘରକୁ ଘର ବୁଲି ଲୋକଙ୍କ ସମସ୍ୟାର ସମାଧାନ କରିବେ କି ? 
  • ଆପଣଙ୍କ ସ୍ୱପ୍ନର ଗ୍ରାମ ପଞ୍ଚାୟତ କିପରି ହେବା ଦରକାର ? 
  • ଆପଣଙ୍କ ପଞ୍ଚାୟତରେ କେତୋଟି ଗାଁ/ୱାର୍ଡ ଅଛି ? କେତେ ଜନସଂଖ୍ୟା ବସବାସ କରୁଛନ୍ତି ? 
  • ପୂର୍ବରୁ ଯେଉଁମାନେ ସରପଞ୍ଚ ଥିଲେ ସେମାନଙ୍କ ସମ୍ପର୍କରେ କିଛି ବର୍ଣ୍ଣନା କରନ୍ତୁ...
Advertisment
Odisha Panchayat Polls Odisha Panchayat Elections Sarpanch Candidates
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ