Advertisment

ଗଂଜାମରୁ ଛିଡ଼ା ହେବେ କି ପାଣ୍ଡିଆନ୍‌ ? ଏଭଳି ସଙ୍କେତ ଦେଲେ ରମେଶ ଚ୍ୟାଉ ପଟ୍ଟନାୟକ

ପାଣ୍ଡିଆନଙ୍କୁ ନେଇ ସରଗରମ ରାଜ୍ୟ ରାଜନୀତି... ଗଂଜାମରୁ ଛିଡ଼ା ହେଲେ ନିଶ୍ଚିତ ସ୍ୱାଗତ କରିବୁ କହିଲେ ଜିଲ୍ଲା ବିଜେଡି ସଭାପତି ଚ୍ୟାଉ ପଟ୍ଟନାୟକ..

VK Pandian

VK Pandian

Advertisment

ପାଣ୍ଡିଆନଙ୍କୁ ନେଇ ସରଗରମ ରାଜ୍ୟ ରାଜନୀତି । ସରକାରୀ ଚାକିରି ଛାଡ଼ି ରାଜନୀତିକୁ ଲମ୍ଫ ପ୍ରଦାନ କରିଥିବା ଭିକେ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ଥମୁନି । ଏବେ ଗଂଜାମ ଜିଲ୍ଲାରୁ ଭିକେ ପାଣ୍ଡିଆନ୍‌ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ବୋଲି ପ୍ରଶ୍ନ ଉଠୁଛି । ଜିଲ୍ଲା ବିଜେଡି ସଭାପତି ରମେଶ ଚ୍ୟାଉପଟ୍ଟନାୟକଙ୍କ ମନ୍ତବ୍ୟ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଗଂଜାମରୁ ଭିକେ ପାଣ୍ଡିଆନ୍‌ ଛିଡ଼ା ହେଲେ ନିଶ୍ଚିତ ସ୍ୱାଗତ କରାଯିବ ବୋଲି ରମେଶ ଚ୍ୟାଉ ପଟ୍ଟନାୟକ କହିଛନ୍ତି ।

Advertisment

୨୦୦୭ରୁ ୨୦୧୧ ପର୍ଯ୍ୟନ୍ତ ଗଂଜାମ ଜିଲ୍ଲାପାଳ ଥିଲେ ପାଣ୍ଡିଆନ । ଗଂଜାମରେ ବହୁ ଉନ୍ନତିମୂଳକ କାମ କରିଛନ୍ତି, ଲୋକ ତାଙ୍କୁ ପସନ୍ଦ କରନ୍ତି । ଗଂଜାମର ୧୩ଟି ଆସନରୁ ଯେଉଁଠୁ ବି ନିର୍ବାଚନ ଲଢ଼ିବେ ସେ ନିଶ୍ଚିତ ଜିତିବେ ବୋଲି ଦୃଢ଼ୋକ୍ତି କରିଛନ୍ତି ରମେଶ ଚ୍ୟାଉପଟ୍ଟନାୟକ । ୧୩ଟି ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନଙ୍କ ପ୍ରତି ନିଶ୍ଚିତ ଜନସମର୍ଥନ ରହିଛି ।

ଏହାପୂର୍ବରୁ ପାଣ୍ଡିଆନଙ୍କୁ ନେଇ ବିଜେଡି ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ ବଡ଼ ମନ୍ତବ୍ୟ ଦେଇଥିଲେ । ସେ କହିଛନ୍ତି, ରାଜ୍ୟରେ ଯେଉଁ ରୂପାନ୍ତରୀକରଣ ଚାଲିଛି, ପାଣ୍ଡିଆନ ହିଁ ତାର ମହାନାୟକ । ସେ ବିକାଶ ପୁରୁଷ, ସେ ରାଜନୀତିକୁ ଆସିଲେ ଲୋକ ଗ୍ରହଣ କରିବେ । ଏ ପର୍ଯ୍ୟନ୍ତ ସେ ରାଜନୀତିକୁ ଆସି ନାହାନ୍ତି, ଆସିଲେ ଲୋକ ସ୍ୱାଗତ କରିବେ ।

Advertisment

ଅନ୍ୟପଟେ ପିସିସି ସଭାପତି କହିଛନ୍ତ , ପାଣ୍ଡିଆନଙ୍କୁ ବିଜେଡି ନେତାମାନେ ଗ୍ରହଣ କରି ପାରନ୍ତି କିନ୍ତୁ ଓଡିଶାବାସୀ କେବେ ବି ଗ୍ରହଣ କରିବେ ନାହିଁ । ତେଣୁ ଜଣେ ବାହାର ରାଜ୍ୟର ଲୋକକୁ ଓଡିଶା ବାସୀ ଗ୍ରହଣ କରିବେ ନାହିଁ । ...

ସେପଟେ ବିଜେପି କହିଛି ପାଣ୍ଡିଆନଙ୍କୁ ରାଜନୈତିକ ମଇଦାନରେ ଏଣ୍ଟ୍ରି କରେଇବାକୁ ଗଳା ବାଟ ଖୋଜୁଛି ବିଜେଡି । ବିଜୁ ଜନତା ଦଳରେ ପ୍ରବଳ ଅନ୍ତକନ୍ଦଳ ଥିବାରୁ ସେଥିପାଇଁ ବର୍ତ୍ତମାନ ତାଙ୍କୁ ସିଧାସଳଖ ବିଜେଡିରେ ନ ମିଶାଇ ଗଳା ବାଟରେ ଆଣିବାକୁ ଯୋଜନା ହୋଇଛି । ଯଦି ରାଜନୀତି କରିବାର କଥା ଥିଲା ସିଧାସଳଖ ତାଙ୍କ ଦଳରେ ପାଣ୍ଡିଆନ ମିଶି ପାରିଥାନ୍ତେ । ତେଣୁ ଏମିତି ଗଳା ବାଟରେ ଜରିଆରେ ରାଜନୀତିକୁ ଆସିବକୁ ଯୋଜନା କରାଯାଉଛି ବୋଲି ବିଜେପି କହିଛି ।

Advertisment
VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ