Advertisment

ନବୀନଙ୍କୁ ଘାରିଛି କି ବିଜେଡି ଭାଙ୍ଗିଯିବା ଭୟ ? ନେତା ଓ କର୍ମୀଙ୍କୁ ଡାକି ଏକଜୁଟ୍ ରହିବାକୁ ସୁପ୍ରିମୋଙ୍କ ପରାମର୍ଶ

ଏକଜୁଟ୍ ହୋଇ ରହିବାକୁ ଦଳୀୟ କର୍ମୀଙ୍କୁ ନବୀନଙ୍କ ଆହ୍ୱାନ ପରେ ଉଠିଛି ଏମିତି ଅନେକ ପ୍ରଶ୍ନ । ଶନିବାର ନବୀନ ନିବାସରେ କବିସୂର୍ଯ୍ୟନଗର, ତେଲକୋଇ, ବାଙ୍କୀ ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀଙ୍କୁ ଭେଟିବା ବେଳେ ଏକଜୁଟ୍ ରହିବାକୁ ପରାମର୍ଶ ଦେଇଛନ୍ତି ନବୀନ ।

ଅଦ୍ୟତନ ହୋଇଛି
undefined

Will BJD Disintegrate ?

Advertisment

ନବୀନଙ୍କୁ ଘାରିଛି କି ବିଜେଡି ଭାଙ୍ଗିଯିବା ଭୟ ? ଦଳ ଭିତରେ କନ୍ଦଳକୁ ନେଇ ଚିନ୍ତାରେ କି ନବୀନ ? ଦଳରେ ପାଣ୍ଡିଆନ ବିରୋଧୀ ଅସନ୍ତୋଷକୁ ନେଇ ଟେନସନରେ କି ବିଜେଡି ସୁପ୍ରିମୋ ? ଏକଜୁଟ୍ ହୋଇ ରହିବାକୁ ଦଳୀୟ କର୍ମୀଙ୍କୁ ନବୀନଙ୍କ ଆହ୍ୱାନ ପରେ ଉଠିଛି ଏମିତି ଅନେକ ପ୍ରଶ୍ନ । ଶନିବାର ନବୀନ ନିବାସରେ କବିସୂର୍ଯ୍ୟନଗର, ତେଲକୋଇ, ବାଙ୍କୀ ନିର୍ବାଚନ ମଣ୍ଡଳୀର ନେତା ଓ କର୍ମୀଙ୍କୁ ଭେଟିବା ବେଳେ ଏକଜୁଟ୍ ରହିବାକୁ ପରାମର୍ଶ ଦେଇଛନ୍ତି ନବୀନ । ଏହାସହ କହିଛନ୍ତି ରାଜ୍ୟରେ ବିଜେପି ସରକାର ଅଛି ସତ, ହେଲେ ମ୍ୟାଜିକ ନମ୍ବରରୁ ମାତ୍ର ୨ରୁ ୩ ଜଣ ଅଧିକ ଅଛନ୍ତି । ସେହିପରି କେନ୍ଦ୍ରରେ ମାଇନରିଟି ସରକାର ଅଛି । ତେଣୁ ଅପେକ୍ଷା କର, ଆଉ ଏକଜୁଟ୍ ହୋଇ ରୁହ। ଦଳକୁ ମଜଭୁତ କର । ଆଉ ନବୀନଙ୍କ ଏହି ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଯେତିକି, ବିଜେଡି ଅନ୍ଦର ମହଲରେ ବି ଆଲୋଚନା ସେତିକି ।

Advertisment

କାହିଁକି ହଠାତ୍ ଏକାଠି ରହିବାକୁ କର୍ମୀଙ୍କୁ କହିଲେ ନବୀନ ? ବଡ଼ କଥା ହେଲା ଏବେ ପ୍ରତିଦନ ନିର୍ବାଚନ ମଣ୍ଡଳୀ ୱାରି କିଛି ନେତାଙ୍କୁ ଡାକି ଆଲୋଚନା କରୁଛନ୍ତି ନବୀନ। ଫିଡ୍ ବ୍ୟାକ୍ ବି ନେଉଛନ୍ତି। କିନ୍ତୁ ପ୍ରଶ୍ନ ହେଲା, ନିର୍ବାଚନ ପରାଜୟର ସମୀକ୍ଷା ନ କରି କାହିଁକି ନିତି ନେତାଙ୍କୁ ଡାକି କରୁଛନ୍ତି ଆଲୋଚନା ? କେଉଁ ଗୁରୁତ୍ବପୂର୍ଣ୍ଣ ବିଷୟକୁ ନେଇ ନବୀନଙ୍କୁ ଭେଟୁଚନ୍ତି ନେତା ? ସେପଟେ ନବୀନଙ୍କ ଏହି ମନ୍ତବ୍ୟ କେବଳ କର୍ମୀଙ୍କ ମନୋବଳ ବଢାଇବା ପାଇଁ ବୋଲି କହିଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ।

ଏପଟେ ଯଦିଓ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ତା ସତ୍ତ୍ୱେ ବି ଦଳରେ ବଢିବାରେ ଲାଗିଛି ପାଣ୍ଡିଆନ ବିରୋଧୀ ଅସନ୍ତୋଷ । ନିକଟରେ ପରାଜୟ ପାଇଁ ପାଣ୍ଡିଆନ ତଥା କୋଟେରୀ ଗୋଷ୍ଠୀ ମାନସ ମଙ୍ଗରାଜ ଏବଂ ସସ୍ମିତ ପାତ୍ରଙ୍କ ବିରୋଧରେ ବିଷୋଦଗାର କରିଥିଲେ ଖୋଦ ବିଜେଡି ସଂଖ୍ୟାଲଘୁ ସେଲ୍‌ର ସାଧାରଣ ସଂପାଦକ ପଲ୍ଲବ କୁମାର ଲିମା ।

Advertisment

ଆଉ ଦୁଇ ଦିନ ତଳେ ଭୁବନେଶ୍ୱର ଏବଂ କଟକ ମହାନଗର ନିଗମରେ କମିଟି ଅଧ୍ୟକ୍ଷ ନିର୍ବାଚନରେ ବି ପଦାରେ ପଡିଥିଲା ଗୋଷ୍ଠୀ କନ୍ଦଳ। ପ୍ରଶ୍ନ ଉଠୁଛି ଦଳରେ ବିଭାଜନ ଆଶଙ୍କାରେ ସମୀକ୍ଷା କରିବାକୁ ପଛାଉଛନ୍ତି କି ନବୀନ ? ନିର୍ବାଚନ ଚାଲିଥିବା ବେଳେ ପାଣ୍ଡିଆନ ମଧ୍ୟ ସମାନ ଆଶାଙ୍କା କରିଥିଲେ। ବିଜେପି ୫୦ ଉପରକୁ ଗଲେ ବିଜେଡିକୁ ଭାଙ୍ଗି ସରକାର କରିବା ଥୟ ବୋଲି ଆଶଙ୍କା ପ୍ରକାଶ କରିଥିଲେ । ପ୍ରଶ୍ନ ଉଠୁଛି କାହିଁକି ନିଜ ଦଳର ନେତାଙ୍କ ଉପରେ ଭରସା କରିପାରୁ ନାହାନ୍ତି ଦଳର ଟପ୍ ଲିଡର୍? ବିଜେଡିରେ କମୁଛି କି ନେତାଙ୍କ ବିଶ୍ୱସନୀୟତା? ଅନ୍ୟ ପଟେ ପରାଜୟ ସମୀକ୍ଷା ପୂର୍ବରୁ ବିଜେଡି ସଙ୍ଗଠନରେ ନବ କଳେବର ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

Naveen Patnaik BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ