Advertisment

‘ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କୁ ଜାଣିଶୁଣି ଗିରଫ କରୁନି ପୋଲିସ୍‌’

ବିଜୟ ଶଙ୍କର ଖୋଲାମେଲାରେ ବୁଲୁଥିଲେ ମଧ୍ୟ ପୋଲିସ ତାଙ୍କୁ ଜାଣିଶୁଣି ଗିରଫ କରୁନଥିବା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜକିଶୋର ବେହେରା ଅଭିଯୋଗ କରିଛନ୍ତି ।

Special story

Special story

Advertisment

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ତାଙ୍କ ବାନ୍ଧବୀ ଥାନାରେ ଅଭିଯୋଗ କରିବା ପରେ ଏହାକୁ ନେଇ ଲାଗି ରହିଥିବା ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଥାନାରେ ମାମଲା ରୁଜୁ ହେବାର ଏକ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ହାତବାନ୍ଧି ବସିଥିବା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜକିଶୋର ବେହେରା ଅଭିଯୋଗ କରିଛନ୍ତି । ଇତି ମଧ୍ୟରେ ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀମାନେ ଏକ ଶୋଭାଯାତ୍ରାରେ ଯାଇ ଜଗତସିଂହପୁର ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Advertisment

ଏଥିରେ ସେମାନେ ଥାନାରେ ହୋଇଥିବା ଅଭିଯୋଗ ଆଧାରରେ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ବିଜୟ ଶଙ୍କର ଖୋଲାମେଲାରେ ବୁଲୁଥିଲେ ମଧ୍ୟ ପୋଲିସ ତାଙ୍କୁ ଜାଣିଶୁଣି ଗିରଫ କରୁନଥିବା ଦଳ ପକ୍ଷରୁ ଅଭିଯୋଗ ହୋଇଛି । ଏ କ୍ଷେତ୍ରରେ ଆଉ ଅଧିକ ବିଳମ୍ବ କଲେ ବିଜେପି ତରଫରୁ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ବେହେରା ତେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟଯେ, ପ୍ରେମିକାକୁ ପ୍ରତାରଣା ବିବାଦରେ ଛନ୍ଦିହୋଇ ପଡିଛନ୍ତି ବିଜେଡିର ଯୁବ ବିଧାୟକ ବିଜୟ ଶଙ୍କର ଦାସ । ଠକେଇ, ପ୍ରତାରଣା ଓ ସେକ୍ସ ରାକେଟ୍ ଚଳାଇବା ଭଳି ସଙ୍ଗୀନ୍ ଅଭିଯୋଗ ଆସିଛି ବିଧାୟକଙ୍କ ନାଁରେ । ବିଜୟଶଙ୍କରଙ୍କ ନାଁରେ ପ୍ରେମିକା ସୋମାଲିକା ଦାସ ଜଗତସିଂହପୁର ଥାନାରେ ଏତଲା ଦେବା ପରେ ତାଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

Advertisment

ବିଧାୟକ ବିଜୟ ଶଙ୍କରଙ୍କ ଏଭଳି ଆଚରଣକୁ ଉଭୟେ ବିଜେପି ଓ କଂଗ୍ରେସ ଦୃଢ ନିନ୍ଦା କରିଛନ୍ତି । ଜଣେ ଜନପ୍ରତିନିଧି ହୋଇ ଏଭଳି କରିବା ଅନୁଚିତ । ଏହି ଘଟଣାକୁ ନେଇ ନିରପେକ୍ଷ ତଦନ୍ତ କରିବାକୁ ଦାବି କରିଛନ୍ତି ବିଜେପି ଓ କଂଗ୍ରେସ । ଆଉ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ବିଜେପି ଅଭିଯୋଗ କରିଛିଯେ, ବିଜେଡି ସବୁବେଳେ ତାଙ୍କ ଦଳର ବିଧାୟକଙ୍କ ଦୋଷକୁ ଘଣ୍ଟ ଘୋଡାଇ ଥାଏ ।

ସାଂସଦ ଅନୁଭବ ମହାନ୍ତି ବିବାହ ବିଛେଦ ନେଇ ବିବାଦରେ ଫିସିଥିବା ବେଳେ ଝରିଗାଁ ବିଧାୟକ ପ୍ରକାଶ ମାଝୀ ମଧ୍ୟ ଜଣେ ମହିଳାଙ୍କୁ ପ୍ରତାରଣା କରିଥିବା ଅଭିଯୋଗ ଆସିଥିଲା । ଆଉ ଏବେ ଯୁବ ବିଧାୟକ ବିଜୟ ଶଙ୍କରଙ୍କ ପାଇଁ ବଢ଼ିଛି ଅଡୁଆ । ତେବେ ବିଜୟ ଶଙ୍କରଙ୍କ ଉପରେ ପୋଲିସ ଏବଂ ଦଳ ପକ୍ଷରୁ କି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉଛି ତା’ ଉପରେ ସମସ୍ତଙ୍କ ନଜର ।

Advertisment
BJP Tirtol MLA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ