Advertisment

ବିଜେପି ସରକାରରେ କିଏ କେଉଁଠି ହେବେ ଥଇଥାନ ? କାହାକୁ ମିଳିବ କେଉଁ ନିଗମ ଓ ବୋର୍ଡ ?

ବିଜେପି ସରକାର ଗଠନ ପରେ ପରେ ବିଭିନ୍ନ ବୋର୍ଡ ଆଉ ନିଗମ ପାଇଁ ଆରମ୍ଭ ହୋଇଗଲାଣି ଲବି। ଦଳ ବି କାହାକୁ ପୁରସ୍କୃତ କରିବ ତାକୁ ନେଇ ବି ଅଙ୍କ କଷୁଛନ୍ତି ରାଜ୍ୟ ନେତୃତ୍ୱ ।

undefined

Key Positions in BJP Government

Advertisment

ରାଜ୍ୟରେ ପ୍ରଥମ ଥର ପାଇଁ ଏକାକୀ କ୍ଷମତାକୁ ଆସିଛି ବିଜେପି । ସରକାର ଗଠନ ପରେ ପରେ ବିଭିନ୍ନ ବୋର୍ଡ ଆଉ ନିଗମ ପାଇଁ ଆରମ୍ଭ ହୋଇଗଲାଣି ଲବି। ଦଳ ବି କାହାକୁ ପୁରସ୍କୃତ କରିବ ତାକୁ ନେଇ ବି ଅଙ୍କ କଷୁଛନ୍ତି ରାଜ୍ୟ ନେତୃତ୍ୱ। ଏସବୁ ପଦବି ପାଇଁ କଣ ହେବ ଆଧାର? କାହାକୁ ଗୁରୁତ୍ୱ ଦେବେ ବିଜେପି ନେତୃତ୍ବ ? ଦୌଡ଼ରେ ଅଛନ୍ତି କେଉଁ ନେତା ଜାଣନ୍ତୁ...

Advertisment

ବିଜେପି ସରକାରରେ କିଏ କେଉଁଠି ହେବେ ଥଇଥାନ ? କାହାକୁ ମିଳିବ କେଉଁ ନିଗମ ? ଆରମ୍ଭ ହେଲାଣି ଲବି। ଉଭୟ ସରକାର ଏବଂ ସଂଗଠନକୁ ସମାନ୍ତରାଳ ଭାବେ ଆଗକୁ ନେବାକୁ ସଂଗଠନରୁ କିଛି ନେତାଙ୍କୁ ଦଳ ଗୁରୁତ୍ୱ ଦେବା ନେଇ ଚର୍ଚ୍ଚା । ନିର୍ବାଚନ ନ ଲଢ଼ି କଠିନ ପରିଶ୍ରମ କରି ଦଳକୁ କ୍ଷମତାକୁ ଆଣିବାରେ ସହଯୋଗ କରିଥିବା କର୍ମୀ ଓ ନେତାଙ୍କୁ ଅଗ୍ରାଧିକାର ମିଳିପାରେ। ଆଗରେ ଅଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି। ମନମୋହନ ଯଦିଓ ନିର୍ବାଚନ ଲଢ଼ି ହାରିଛନ୍ତି, ହେଲେ ତାଙ୍କ ନେତୃତ୍ୱରେ ଦଳ କ୍ଷମତାକୁ ଆସିଥିବାରୁ ତାଙ୍କୁ ପୁରସ୍କୃତ କରିପାରେ ଦଳ। ମନମୋହନ ଏବଂ ସମୀରଙ୍କୁ ଯୋଜନା ବୋର୍ଡ ଭଳି କ୍ୟାବିନେଟ୍ ପାହ୍ୟାରେ ଥଇଥାନ କରାଯାଇପାରେ।

ଏହା ବ୍ୟତୀତ ଗୋଲକ ମହାପତ୍ର, ବିରଞ୍ଚି ତ୍ରିପାଠୀ, ସୀମାଞ୍ଚଳ ଖଟେଇ, ଯତୀନ ମହାନ୍ତି, ଶାରଦା ଶତପଥୀ, ସମୀର ରଞ୍ଜନ ଦାଶ, ସୁରଥ ବିଶ୍ୱାଳ, ସୁଦୀପ୍ତ ରାୟ, ସଜ୍ଜନ ଶର୍ମା, ରାଜେନ୍ଦ୍ର ପଣ୍ଡା, ଅନୀଲ ବିଶ୍ୱାଳଙ୍କ ଭଳି ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ନିଗମ ବା ବୋର୍ଡ ମିଳିପାରେ। ଏହା ସହ ଅଭିଜ୍ଞ କିନ୍ତୁ ନିର୍ବାଚନ ହାରିଥିବା କିଛି ନେତାଙ୍କୁ ବି ଥଇଥାନ କରିପାରେ ଦଳ। ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଗୌତମ ରାୟ, ଜଗନ୍ନାଥ ପ୍ରଧାନ, କୁସୁମ ଟେଟେ, ପ୍ରିୟଦର୍ଶୀ ମିଶ୍ରଙ୍କୁ ମଧ୍ୟ ଦଳ ନିଯୁକ୍ତି ଦେଇପାରେ ବୋଲି ଚର୍ଚ୍ଚା ହେଉଛି। 

Advertisment

ଅନ୍ୟପଟେ ମହିଳା କମିଶନ ଏବଂ ଶିଶୁ କମିଶନ ଏବେ ଭାଙ୍ଗି ନଥିଲେ ମଧ୍ୟ ଆଗାମୀ ଦିନରେ ସେସବୁ ସିଟ୍ ପାଇଁ ମହିଳା ସଭାନେତ୍ରୀ ଐଶର୍ଯ୍ୟା ବିଶ୍ୱାଳ, ସ୍ମୃତି ପଟନାୟକ, ସିପ୍ରା ବାଜପେୟୀ, କସ୍ତୁରୀ ମିଶ୍ରଙ୍କ ନାଁ ଚର୍ଚ୍ଚରେ ରହିଛି। ତାସହିତ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଇଁ ନାଉରୀ ନାଏକ ଏବଂ ସୁବାସ ପାଣିଗ୍ରାହୀଙ୍କ ନାଁ ଚର୍ଚ୍ଚା ହେଉଛି।

ଅନ୍ୟପଟେ ଆସନ୍ତା ୨୨ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏଯାଏଁ ସରକାରୀ ଦଳ ମୁଖ୍ୟ ସଚେତକ ଏବଂ ଉପମୁଖ୍ୟ ସଚେତକଙ୍କ ନାଁ ମଧ୍ୟ ଘୋଷଣା କରିନି ଦଳ। ଏଥର ବିଧାନସଭାରେ ଶକ୍ତିଶାଳୀ ବିରୋଧୀ ଥିବାରୁ ତାଙ୍କୁ କାଉଣ୍ଟର କରିବା ସଙ୍ଗେ ସଙ୍ଗେ ସରକାର ଏବଂ ବିରୋଧୀଙ୍କ ଭିତରେ ସମନ୍ୱୟ ରକ୍ଷା କରି ଗୃହକୁ ସୁରୁଖୁରରେ ଚଳାଇବାକୁ ମୁଖ୍ୟ ସଚେତକଙ୍କର ଯଥେଷ୍ଟ ଗୁରୁତ୍ୱ ରହିବ। ତେଣୁ ଦଳ ଅନୁଭବୀ ନେତାଙ୍କ ଉପରେ ଭରସା କରିପାରେ। ଏଥିପାଇଁ ସନାତନ ବିଜୁଳି, ପଦ୍ମଲୋଚନ ପଣ୍ଡା ଏବଂ ଭାସ୍କର ମଢେଇଙ୍କ ନାଁ ଚର୍ଚ୍ଚାରେ ରହିଛି। 

Advertisment

ସେହିପରି ଉପମୁଖ୍ୟ ସଚେତକ ପାଇଁ ମଧ୍ୟ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଏବଂ ଆକାଶ ଦଶନାୟକଙ୍କ ନାଁ ଦୌଡ଼ରେ ଥିବା କୁହାଯାଉଛି। ସେହିପରି ଉପବାଚସ୍ପତିଙ୍କ ନାଁ ମଧ୍ୟ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଏମାନଙ୍କ ଭିତରୁ କାହାକୁ ଚୟନ କରାଯାଇପାରେ ବୋଲି ଚର୍ଚ୍ଚା । ରଥଯାତ୍ରା ପରେ ପରେ ବିଭିନ୍ନ ବୋର୍ଡ ଏବଂ ନିଗମ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ରହିଛି। 

BJP BJP Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ