Advertisment

କାହାକୁ ମିଳିବ ପିପିଲିବାସୀଙ୍କ ଆଶୀର୍ବାଦ?

ବିଜେଡି, ବିଜେପି ଓ କଂଗ୍ରେସ୍ ନିଜ ନିଜର ୨୦ ଜଣିଆ ଷ୍ଟାର କ୍ୟାମ୍ପେନର୍ ତାଲିକା ପ୍ରକାଶ କରିସାରିଛନ୍ତି। ସବୁ ଦଳର ଷ୍ଟାର କ୍ୟାଂପେନର୍ ଓ ହେଭିେଓ୍ୱଟ୍ ନେତାମାନେ ପ୍ରଚାର ମୈଦାନକୁ ଖୁବ୍ ଶୀଘ୍ର ଓହ୍ଲାଇବେ କିନ୍ତୁ ପ୍ରଚାରରେ ଏଥର କଟକଣା ଥିବାରୁ ଫୋକସରେ ରହିଛି ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ଓ କର୍ମୀ ସମ୍ମିଳନୀ।

Pipili byelection

Pipili byelection

Advertisment

ପିପିଲି: ପିପିଲି ଉପନିର୍ବାଚନରେ କାହାର ହେବ ବାଜିମାତ୍? କାହାକୁ ମିଳିବ ପିପିଲିବାସୀଙ୍କ ଆଶୀର୍ବାଦ? ଆସନ୍ତା ୩୦ ତାରିଖରେ ପଡ଼ିବାକୁ ଯାଉଛି ଭୋଟ୍। ଏଥିପାଇଁ ଆସନ୍ତାକାଲିଠାରୁ ବିଧିବଦ୍ଧ ଭାବେ ଜମିବ ପ୍ରଚାର କିନ୍ତୁ ତା ପୂର୍ବରୁ ସବୁ ଦଳ, କର୍ମୀ ସମ୍ମିଳନୀ ଉପରେ ଜୋର ଦେଇଛନ୍ତି। ବିଧିବଦ୍ଧ ଭାବେ ପ୍ରଚାରକୁ ଓହ୍ଲାଇବା ପୂର୍ବରୁ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ଡେଲାଙ୍ଗ ବ୍ଲକ ସିଂବରହମ୍ପୁରେ କ୍ୟାଂପେନ୍ କରିଥିବାବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ କଲ୍ୟାଣପୁର ପଂଚାୟତରେ ପ୍ରଚାର କରିଛନ୍ତି। ସେପଟେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପିପିଲି ବ୍ଲକର ବିଭିନ୍ନ ସ୍ଥାନରେ ପ୍ରଚାର ଜାରି ରଖିଛନ୍ତି।  ଗାଇଡଲାଇନ୍ ଅନୁସାରେ ଏଥର ମାତ୍ର ୭ ଦିନ ପାଇଁ ହି ପ୍ରଚାର ହେବ। ତେବେ ରୋଡ୍ ସୋ, ସାଇକେଲ୍ ଶୋଭାଯାତ୍ରା, ମଟର ସାଇକେଲ୍ ରାଲିକୁ ଅନୁମତି ନାହିଁ। ତାସହ ୨୦୦ ଜଣକୁ ନେଇ ଇନଡୋର ସଭା ଓ ଖୋଲା ପଡିଆରେ ହଜାରେ ଜଣଙ୍କୁ ନେଇ ସଭା ହୋଇ ପାରିବ। ପ୍ରାର୍ଥୀମାନେ ୫୦ ଜଣଙ୍କୁ ନେଇ ପଥପ୍ରାନ୍ତ ବୈଠକ କରିବା ସହ ଘରକୁ ଘର ବୁଲି ପ୍ରଚାର କରିବା ବେଳେ ମାତ୍ର ୫ ଜଣଙ୍କୁ ସାଙ୍ଗରେ ନେଇପାରିବେ।

Advertisment

ଏହାଭିତରେ ବିଜେଡି, ବିଜେପି ଓ କଂଗ୍ରେସ୍ ନିଜ ନିଜର ୨୦ ଜଣିଆ ଷ୍ଟାର କ୍ୟାମ୍ପେନର୍ ତାଲିକା ପ୍ରକାଶ କରିସାରିଛନ୍ତି। ସବୁ ଦଳର ଷ୍ଟାର କ୍ୟାଂପେନର୍ ଓ ହେଭିେଓ୍ୱଟ୍ ନେତାମାନେ ପ୍ରଚାର ମୈଦାନକୁ ଖୁବ୍ ଶୀଘ୍ର ଓହ୍ଲାଇବେ କିନ୍ତୁ ପ୍ରଚାରରେ ଏଥର କଟକଣା ଥିବାରୁ ଫୋକସରେ ରହିଛି ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ ଓ କର୍ମୀ ସମ୍ମିଳନୀ। ତେଣୁ ଗାଁ ଗାଁରେ, ନେତାମାନେ ଡେରା ପକାଇ ଭୋଟ୍ ଗୋଟାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି କଂଗ୍ରେସ୍ କାର୍ଯ୍ୟାଳୟରେ ଆଜି ସେଣ୍ଟ୍ରାଲ କୋର୍ଡିନେସନ୍ କମିଟିର ପ୍ରସ୍ତୁତି ବୈଠକ ବସି ପ୍ରଚାର ରଣନୀତି ନେଇ ଆଲୋଚନା ହୋଇଥିଲା। ସେପଟେ ଯେଉଁ ନେତାମାନଙ୍କୁ ବିଜେଡି ଦାୟିତ୍ୱ ଦେଇଛି। ସେମାନେ ଯାଇ ପଞ୍ଚାୟତରେ ଡେରା ପକାଇଲେଣି। ବିଜେପି ପକ୍ଷରୁ ମଧ୍ୟ କିଏ କେଉଁ ସ୍ଥାନରେ ରହି ପ୍ରଚାର କରିବେ ତାହା ସ୍ଥିର କରିଛି।  

ଆସନ୍ତା ୩୦ ତାରିଖରେ ଭୋଟ୍ ଗ୍ରହଣ ହୋଇ ଅକ୍ଟୋବର ୩ରେ ଗଣତି ହେବ। ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ। ପୂର୍ବରୁ ଏହି ଉପନିର୍ବାଚନ ସବୁ ଦଳ ପାଇଁ ଏକ ପ୍ରକାର ଏସିଡ୍ ଟେଷ୍ଟ ହେବ ବୋଲି କୁହାଯାଉଛି।

Advertisment

ରିପୋର୍ଟ: ଦିତିକୃଷ୍ଣ ଓ ଜଗଦୀଶ ଦାଶ ଓ ହରିହର ଚାନ୍ଦ

Odisha Pipili Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ