ହଠାତ୍‌ ସେଦିନ ରାତିରେ କେଉଁଠୁ ଆସିଥିଲେ ଏତେ ଲୋକ, କିଏ ପଠାଇଥିଲା ?

ରାତି ଅଧରେ ଅଜଣା ଗୋଷ୍ଠୀ R.G କର ମେଡିକାଲ ଆଣ୍ଡ ହସ୍ପିଟାଲକୁ ଭଙ୍ଗାରୁଜା କରିବା, ପୋଲିସ ଓ ଡାକ୍ତରଙ୍କୁ ମାଡ଼ ମାରିବା । ସବୁ ପ୍ରମାଣ ନଷ୍ଟ କରିବାକୁ ଦୁଷ୍କର୍ମ ହୋଇଥିବା ମେଡିକାଲର ରୁମକୁ ଭାଙ୍ଗିବା ଭଳି କାମରେ ରହିଛି ମମତାଙ୍କ ପୁତୁରା ହାତ ।

Mamata Banerjee

ପଶ୍ଚିମବଙ୍ଗରେ ଥମୁନି ଜନତା ଗର୍ଜନ... କମୁନି କାର୍ଯ୍ୟାନୁଷ୍ଠାନ ଦାବିର ନିଆଁ । ହଠାତ୍‌ ସେଦିନ ରାତିର ଅନ୍ଧକାରରେ କେଉଁଠୁ ଆସିଥିଲେ ଏତେ ଲୋକ ? କିଏ ଥିଲେ ସେମାନେ ? କାହା ଇଙ୍ଗିତରେ ପଶିଆସିଥିଲେ ମେଡିକାଲ ଭିତରକୁ ? ଆଉ ସବୁ ଭାଙ୍ଗିରୁଜି ଫେରିଗଲେ ? କିଏ ଥିଲେ ସେମାନେ... କାହା ଲୋକ ଥିଲେ ? ଯିଏ ନଷ୍ଟ କରିଦେଲେ ସବୁ ପ୍ରମାଣପତ୍ର !

ଏହାର ଦୁଇ ଦିନ ପରେ ପୁଣି ସେମିତି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ରାଜରାସ୍ତାରେ । ମହିଳାମାନେ ହାତରେ ମଶାଲ ଧରି ଯେମିତି ହେଉଥିଲେ, ଲାଗୁଥିଲା ପୂରା ପଶ୍ଚିମବଙ୍ଗକୁ ଜାଳିପୋଡ଼ି ଧ୍ୱଂସ କରିଦେବେ । ଆଉ ଦିଦିଙ୍କ ଅନ୍ୟାୟର ଟିକିନିଖି କରି ପ୍ରତିଶୋଧ ନେବେ । ଆମେ କହୁଛୁ ନ୍ୟାୟ ପାଇଁ ୧୨ ଘଣ୍ଟା ପଶ୍ଚିମବଙ୍ଗ ବନ୍ଦ ବେଳର କଥା । ଆଉ ସେହି ସମୟରେ ସାମ୍ନାକୁ ଆସୁଛି ଏକ ବିରାଟ ଅଭିଯୋଗ । କୁହାଯାଉଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରାଙ୍କ ହାତ ଏହି ଦୁଷ୍କର୍ମ ଓ ହତ୍ୟା ପଛରେ ଅଛି । ଆଉ ତାଙ୍କ ଇଙ୍ଗିତରେ ଚାଲିଛି ଏସବୁ କାରନାମା ।

ରାତି ଅଧରେ ଅଜଣା ଗୋଷ୍ଠୀ R.G କର ମେଡିକାଲ ଆଣ୍ଡ ହସ୍ପିଟାଲକୁ ଭଙ୍ଗାରୁଜା କରିବା, ପୋଲିସ ଓ ଡାକ୍ତରଙ୍କୁ ମାଡ଼ ମାରିବା ଓ ସବୁ ପ୍ରମାଣ ନଷ୍ଟ କରିବାକୁ ଦୁଷ୍କର୍ମ ହୋଇଥିବା ମେଡିକାଲର ରୁମକୁ ଭାଙ୍ଗିବା ଭଳି କାମରେ ରହିଛି ମମତାଙ୍କ ପୁତୁରା ହାତ । ତାଙ୍କ ପ୍ରରୋଚନାରେ ଚାଲୁଥିବା ଏକ ସ୍ୱତନ୍ତ୍ର ଗୋଷ୍ଠୀ ଏହି କାମ କରୁଥିବା ଅଭିଯୋଗ ହୋଇଛି । କିନ୍ତୁ ମମତାଙ୍କ କେଉଁ ପୁତୁରାଙ୍କ ଏଥିରେ ହାତ ରହିଛି ? ତାଙ୍କ ନାଁ କ’ଣ ? ସେ କିଏ ? ଏନେଇ କୌଣସି ସ୍ପଷ୍ଟ ଚିତ୍ର ଆସିନଥିବା ବେଳେ ବର୍ତ୍ତମାନ ଏହି ପ୍ରସଙ୍ଗକୁ ବିରୋଧୀ ବଡ଼ କରି ଗଣମାଧ୍ୟମ ଆଗରେ ରଖିଲାଣି ।

ସେପଟେ ବିରୋଧୀଙ୍କ ଏହି କଥା ଶୁଣି ଚିହିଁକି ଉଠିଛନ୍ତି ମମତା । କିଛି ଦନ ଧରି ଶୋଇଥିବା ମମତା, ନିଦରୁ ଉଠି ସଙ୍ଗେ ସଙ୍ଗେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ।  ଆଉ ସେଇଥିରୁ ଜଣାପଡ଼ିଥିଲା ଦିଦି ସତରେ ଚିନ୍ତିତ ନା ଖାଲି ଲୋକ ଦେଖାଣିଆ ଚିତ୍କାର କରୁଛନ୍ତି । ଦେଶବ୍ୟାପୀ ବର୍ତ୍ତମାନ ଏ ନିଆଁ ଧୀରେ ଧୀରେ ବ୍ୟାପିବାରେ ଲାଗୁଥିବାବେଳେ ଦିଦି କିନ୍ତୁ ଏଘଟଣାକୁ ହାଲୁକା ଫୁଲ୍‌କା ଭାବେ ନେଉଛନ୍ତି । ଦିଦି ଯେମିତି ପୂରା ବିନ୍ଦାସ ।

ଏଠି ସବୁଠାରୁ ବଡ଼ କଥା ହେଲା ପଶ୍ଚିମବଙ୍ଗରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ଅଛନ୍ତି । ଆଉ ସେଇଠି ହିଁ ମହିଳାମାନେ ବେଶି ଅସୁରକ୍ଷିତ ।