Advertisment

ବିଜେଡିରେ ମୂଷା କିଏ? ନବୀନଙ୍କୁ ହରାଇବାକୁ କିଏ କରିଥିଲା ଷଡ଼ଯନ୍ତ୍ର..

ବିଜେଡି ହାରିବା ପଛରେ ଦାୟୀ କିଏ ? କିଏ ସୁଚିନ୍ତିତ ଭାବେ ହରାଇଛି ବିଜେଡିକୁ ? ବିଜେଡି ହାରିବାର କାରଣ କହୁ କହୁ ଆଜି ଏମିତି କିଛି ଢଙ୍ଗରେ ଗଣମାଧ୍ୟମକୁ ମୂଷା ଉପାଖ୍ୟାନ କହିଛନ୍ତି ପାରାଦୀପର ପୂର୍ବତନ ବିଜେଡି ବିଧାୟକ ସମ୍ବିତ ରାଉତରାୟ।

undefined

Sambit Routray

Advertisment

ବିଜେଡିରେ 'ବିଭୀଷଣ' ପରେ 'ମୂଷା' ଉପାଖ୍ୟାନ। କିଛି ଦିନ ତଳେ ଦଳର ପରାଜୟ ପାଇଁ ଭୁବନେଶ୍ୱର କର୍ପୋରେଟର୍ ଅମରେଶ ଜେନା ବିଭୀଷଣ ଉପାଖ୍ୟାନ କହିଥିବା ବେଳେ, ଆଜି ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ଢୋଲ ଭିତରେ ମୂଷା ଥିଓରୀ। ନବୀନ ହାରି ନାହାନ୍ତି, ତାଙ୍କୁ ହରାଯାଇଛି। ବଡ଼ କଥା ହେଲା, ଦଳର ପରାଜୟ ପାଇଁ ଅନେକ କାରଣ ମଧ୍ୟରୁ 'ପାଣ୍ଡିଆନ' ଏକ କାରଣ ବୋଲି ପରୋକ୍ଷରେ ସ୍ୱୀକାର କରିଛନ୍ତି ସମ୍ବିତ।

Advertisment

ଢୋଲ ଭିତରେ କିଏ ସେ ମୂଷା ? ବିଜେଡି ହାରିବା ପଛରେ ଦାୟୀ କିଏ ? କିଏ ସୁଚିନ୍ତିତ ଭାବେ ହରାଇଛି ବିଜେଡିକୁ ? ବିଜେଡି ହାରିବାର କାରଣ କହୁ କହୁ ଆଜି ଏମିତି କିଛି ଢଙ୍ଗରେ ଗଣମାଧ୍ୟମକୁ ମୂଷା ଉପାଖ୍ୟାନ କହିଛନ୍ତି ପାରାଦୀପର ପୂର୍ବତନ ବିଜେଡି ବିଧାୟକ ସମ୍ବିତ ରାଉତରାୟ। ସମ୍ବିତ କହିଛନ୍ତି ନବୀନ ହାରି ନାହାନ୍ତି, ତାଙ୍କୁ ହରାଯାଇଛି। ମୂଷା କିଏ ଆପଣ ଜାଣିଥିବେ ? ମୂଷା ରହିଲେ ଆପଣଙ୍କ ଧନ, ସଂପତ୍ତି ଲୁଟ୍ ହେବାର ଆଶଙ୍କା ରହିଛି। ଆଜି ନହେଲେ କାଲି ସେ ମୂଷା କଢ଼ା ହେବେ। ଦଳର ବରିଷ୍ଠ ନେତାମାନେ ଆଲୋଚନା କରୁଛନ୍ତି। ସରକାର ପଂଚାୟତ ପିଛା ୫୦ ଲକ୍ଷ ଦେଲେ, ଏପରିକି ନବୀନ ପୁରା ଭଣ୍ଡାର ଖୋଲିଦେଲେ। ତଥାପି ଲୋକେ ଆମକୁ ହରାଇଲେ। ତେବେ ପାଣ୍ଡିଆନ ହାରିବାର କାରଣ କି ବୋଲି ପ୍ରଶ୍ନରେ ସମ୍ବିତ କହିଛନ୍ତି ଅନେକ କାରଣ ଅଛି, ହୁଏ ତ ଏଇଟା ବି ଥାଇପାରେ।

ଏଠି ପ୍ରଶ୍ନ ଉଠୁଛି କାହା ଆଡକୁ ଇଙ୍ଗିତ କରୁଛନ୍ତି ସମ୍ବିତ? ଦଳ ଭିତରେ ଥିବା ମୂଷା କିଏ? ସବୁଠୁ ବଡ଼ କଥା ହେଲା ପାଣ୍ଡିଆନ କାରଣକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି ସମ୍ବିତ। ପୂର୍ବରୁ ବି ଅନେକ ନେତା ହାରିବା କାରଣ ନେଇ ପାଣ୍ଡିଆନକୁ ଦାୟୀ କରିସାରିଛନ୍ତି। ଦଳର ବରିଷ୍ଠ ନେତା ତଥା ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ମଧ୍ୟ ଏକ ଦଳୀୟ ବୈଠକରେ ସିଧାସଳଖ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସଙ୍କୁ ଟାର୍ଗେଟ କରିଥିଲେ। କହିଥିଲେ ବୁଝାମଣା ଅଭାବ ଏବଂ ସରକାର ବିରୋଧୀ ହାୱା ପାଇଁ ହାରିଲା ବିଜେଡି। ତାଙ୍କ ସହ ବଦ୍ରିନାରାୟଣ ପାତ୍ର ଏବଂ ଅରୁଣ ସାହୁ ମଧ୍ୟ ପରୋକ୍ଷରେ 'ପାଣ୍ଡିଆନ' କାରଣ କଥା ମାନିଥିଲେ।

Advertisment

ବିଜେଡି ହାରିବାର କାରଣ ଖୋଜିବାକୁ ବରିଷ୍ଠ ନେତାଙ୍କୁ ନେଇ ଏକ କମିଟି ଗଠନ ହେବ ବୋଲି କହିଥିଲେ ନବୀନ। ହେଲେ ଏ ଯାଏଁ ସେ କମିଟି ଗଠନ ହେଲାନି। କିନ୍ତୁ ତା ପରେ ପରେ ପାଣ୍ଡିଆନକୁ କ୍ଲିନ୍ ଚିଟ୍ ଦେଇ ସାରିଲେଣି ଖୋଦ୍ ବିଜେଡି ସଭାପତି। ଏସବୁ ଭିତରେ କିନ୍ତୁ ପାଣ୍ଡିଆନଙ୍କୁ ନେଇ ବିଜେଡିରେ ଅସନ୍ତୋଷ ଆହୁରି ତୀବ୍ର ହେଉଥିବା ଚର୍ଚ୍ଚା ହେଉଛି।

BJD Odisha Politics Sambit Routray
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ