Advertisment

ବଡ଼ କିଏ ? ପୌରାଧ୍ୟକ୍ଷ ନା କାର୍ଯ୍ୟନିର୍ବାହୀ ଅଧିକାରୀ ?

‘କିଏ ଏଠି ହେଡ୍ । ମୁଁ ନା ତୁମେ? କିଏ କାହା ନିର୍ଦ୍ଦେଶକୁ ମାନିବ ? ମୁଁ ଯାହା ନିର୍ଦ୍ଦେଶ ଦେଉଛି ତୁମେ କରୁନ କାହିଁକି ? ଆଗେ ଏକଥା ସ୍ପଷ୍ଟ କର ତାହା ପରେ ଉଠିବି… ବାସ୍‌ କିଛି ଏମିତି କହି ଟିଟିଲାଗଡ଼ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଫିସ୍ ଦୁଆରେ ବସି ଧାରଣା ଦେଇଥିଲେ ପୌର ପରିଷଦର ଅଧ୍ୟକ୍ଷା ମମତା ଦେବୀ ଜୈନ।

ଅଦ୍ୟତନ ହୋଇଛି
Municipal chairperson

Municipal chairperson

Advertisment

ପୌର ପରିଷଦ ସାମ୍ନାରେ ବସିଲେ ପୌରାଧ୍ୟକ୍ଷ । ଆଉ ମନାଇବାକୁ ପହଞ୍ଚିଲେ କାର୍ଯ୍ୟ ନିର୍ବାହୀ ଅଧିକାରୀ । ଖାଲି ମନାଇବାକୁ ଆସିଲେ ତାହା ନୁହେଁ ବରଂ ହାତଯୋଡି ଧାରଣାରୁ ଉଠିବାକୁ ନିବେଦନ ବି କଲେ । ଯାହାର ଭିଡିଓ ଏବେ ଭାଇରାଲ ହେବା ସହିତ କାହିଁକି ଏମିତି ଘଟଣା ଘଟିଲା ତାହାକୁ ନେଇ ବଢିଲା ଚର୍ଚ୍ଚା ।

Advertisment

‘କିଏ ଏଠି ହେଡ୍ । ମୁଁ ନା ତୁମେ? କିଏ କାହା ନିର୍ଦ୍ଦେଶକୁ ମାନିବ ? ମୁଁ ଯାହା ନିର୍ଦ୍ଦେଶ ଦେଉଛି ତୁମେ କରୁନ କାହିଁକି ? ଆଗେ ଏକଥା ସ୍ପଷ୍ଟ କର, ତା’ ପରେ ଉଠିବି… ବାସ୍‌ କିଛି ଏମିତି କହି ଟିଟିଲାଗଡ଼ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଫିସ୍ ଦୁଆରେ ବସି ଧାରଣା ଦେଇଥିଲେ ପୌର ପରିଷଦର ଅଧ୍ୟକ୍ଷା ମମତା ଦେବୀ ଜୈନ। ଅଭିଯୋଗ ଥିଲା ଦୁର୍ବ୍ୟବହାରର ଶିକାର । ଆଉ ଧାରଣାରେ ବସିବା ପରେ ପୂରା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ବଢିଥିଲା ଚର୍ଚ୍ଚା ।

ଧାରଣାରତ ପୌରାଧ୍ୟକ୍ଷଙ୍କ ମନାଇବାକୁ ପହଞ୍ଚିଥିଲେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିପିନ ଦୀପ । ହାତ ଯୋଡ଼ି କ୍ଷମା ମାଗିବା ସହ ଧାରଣାରୁ ଉଠିବାକୁ କହିବା ବେଳେ ପୌରଧ୍ୟକ୍ଷା ପ୍ରଥମେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରି ଉତ୍ତର ଦେବାକୁ କହୁଥିଲେ। ହେଲେ ପୌର କାର୍ଯ୍ୟନିବାହୀ ଅଧିକାରୀ ବାରମ୍ବାର ଭୁଲ ମାଗିବା ସହ ପୌରଧ୍ୟକ୍ଷାଙ୍କୁ ହେଡ୍ ବୋଲି କହୁଥିଲେ ଓ ଭଉଣୀ ବୋଲି ସମ୍ବୋଧନ କରି ଧାରଣାରୁ ଉଠିବାକୁ ନିବେଦନ କରିଥିଲେ।

Advertisment

ମିଳିଥିବା ସୂଚନା ଅନୁସାରେ, ଟିଟିଲାଗଡର ସ୍ବର୍ଗ ଧାମର ରକ୍ଷଣା ବେକ୍ଷଣ ପାଇଁ ପୌରାଧ୍ୟକ୍ଷା ନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ପଦକ୍ଷେପ ନେବାକୁ ଫୋନ୍‌ରେ କଥା ହୋଇଥିଲେ । କିନ୍ତୁ କିଛି କରୁନଥିଲେ କାର୍ଯ୍ୟନିର୍ବାହୀ ଅଧିକାରୀ । ପରେ ଅଫିସ୍‌ ଚାମ୍ବରକୁ ଆସି ଆଲୋଚନା ପାଇଁ କହୁଥିଲେ ବି ସେ ଶୁଣୁନଥିଲେ । ତେଣୁ ବାଧ୍ୟ ହୋଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଚାମ୍ବରକୁ ଏହାର ଜବାବ ପାଇବା ପାଇଁ ଯାଇଥିଲେ । ସେଠାରେ କିଏ ହେଡ୍? କିଏ କାହା ନିର୍ଦ୍ଦେଶ ପାଳନ କରିବ ବୋଲି ପଚାରିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ହେଡ୍‌ କରିବା ସହ ତାଙ୍କ କଥା ମାନିବେନି ବୋଲି କହିବାରୁ ପୌରାଧ୍ୟକ୍ଷ ସକାଳୁ ଧାରଣାରେ ବସିଥିଲେ । ଯାହାକୁ ନେଇ ରାଜନୈତିକ ମହଲରେ ଝଡ଼ ସୃଷ୍ଟି ହୋଇଥିଲା । ସେପଟେ ପୂରା ଘଟଣାକୁ ନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି, ସାମାନ୍ୟ ମନମାଳିନ୍ୟ ଥିଲା, ସମାଧାନ ହୋଇଛି ।

ଅନେକ ସମୟରେ ଦେଖାଯାଉଛି କି ନେତାଙ୍କ କଥା ଶୁଣୁନାହାନ୍ତି ପ୍ରଶାସନିକ ଅଧିକାରୀ । ଯାହାକୁ ନେଇ ନେତା-ପ୍ରଶାସକଙ୍କ ମଧ୍ୟରେ ତୁ ତୁ ମେଁ ମେଁ ବି ହୋଇଛି । ହେଲେ ଏବେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଣକ ପୌରାଧ୍ୟକ୍ଷଙ୍କୁ ଅପମାନିତ କରିଥିବାର ଅଭିଯୋଗ ଆସିବା ପରେ ବଢିଛି ଚର୍ଚ୍ଚା...

Advertisment
Executive Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ