Advertisment

‘ମୁଖ୍ୟମନ୍ତ୍ରୀ ଯେଉଁଠିକି ଯିବେ, ବିଜେପି ଯୁବ ମୋର୍ଚ୍ଚା ତାଙ୍କୁ ବିରୋଧ କରିବ’

ମୁଖ୍ୟମନ୍ତ୍ରୀ ଯେଉଁଠିକି ଯିବେ ବିଜେପି ଯୁବ ମୋର୍ଚ୍ଚା ତାଙ୍କୁ ସିଧାସଳଖ ଭାବେ ବିରୋଧ କରିବ ବୋଲି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଈରାଶିଷ ଆଚାର୍ଯ୍ୟ କହିଛନ୍ତି

ଅଦ୍ୟତନ ହୋଇଛି
BJP Yuva Morcha President Irasis Acharya

BJP Yuva Morcha President Irasis Acharya

Advertisment

ଭୁବନେଶ୍ୱର: ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍‌କେଡ୍ ଉପରକୁ ଅଣ୍ଡାମାଡ଼ କରିଥିବା ନେଇ ବିଜେପି ଯୁବ ମୋର୍ଚ୍ଚା ଦାବି କରିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ବେଳେ ମେଡିକାଲ ଛକରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଉପରକୁ  ଅଣ୍ଡା ମାଡ଼ ହୋଇଥିଲା।

Advertisment

ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ବିଜେପି ଯୁବ ମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ଯେଉଁଠିକି ଯିବେ ବିଜେପି ଯୁବ ମୋର୍ଚ୍ଚା ତାଙ୍କୁ ସିଧାସଳଖ ଭାବେ ବିରୋଧ କରିବ । ସବୁ ଜିଲ୍ଲାରେ ଏପରିକି ଆଜି ପୁରୀ ଜିଲ୍ଲାରେ ଯେଉଁଠିକି ବି ମୁଖ୍ୟମନ୍ତ୍ରୀ ଯାଉଛନ୍ତି, ସେହି ସ୍ଥାନରେ ଯୁବ ମୋର୍ଚ୍ଚା ବିରୋଧ କରିବା ସହ କଳା ପତାକା ପ୍ରଦର୍ଶନ କରିଛି। କେଉଁ ସ୍ଥାନରେ ଗୋବର ପାଣି ତ ଆଉ କେଉଁ ସ୍ଥାନରେ ଅଣ୍ଡା ମାଡ଼ କରାଯାଇଛି। ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ତାଙ୍କର କଳଙ୍କିତ ମନ୍ତ୍ରୀମାନଙ୍କୁ ବହିଷ୍କାର ନକରିଛନ୍ତି ଓ ତଦନ୍ତ ପ୍ରକ୍ରିୟା ଠିକ୍‌ ଭାବେ କରି ନାହାନ୍ତି, ସେପର୍ଯ୍ୟନ୍ତ ଏମିତି ବିରୋଧ ଜାରି ରହିବ।’

କଡ଼ା ସୁରକ୍ଷା ବଳୟ ସତ୍ତ୍ୱେ ଦୁଇ ଜଣ ଯୁବକ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌କୁ ଲକ୍ଷ୍ୟ କରି ଆଜି ପୁରୀରେ ଅଣ୍ଡା ମାଡ଼ କରିଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ହେଲିପ୍ୟାଡ୍‌ରୁ ଶ୍ରୀମନ୍ଦିର ଅଭିମୁଖେ ଯାଉଥିବା ବେଳେ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଇଥିଲା।

Advertisment
Eggs Hurled BJP Yuva Morcha Irasis Acharya BJP Yuva Morcha President Irasis Acharya BJP CM Naveen Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ