Advertisment

‘ମହୁଆ ମୋଇତ୍ର ଓ ପିନାକୀଙ୍କ ମଧ୍ୟରେ ସମ୍ପର୍କ କ’ଣ ?’ ଫଟୋ ଦେଖାଇ ବର୍ଷିଲା ବିଜେପି

ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗ ମାମଲା, ବିଜେଡି ସାଂସଦ ପିନାକୀ ମିଶ୍ରଙ୍କୁ ଟାର୍ଗେଟ କଲା ବିଜେପି...ପିନାକୀ ମିଶ୍ରଙ୍କୁ ବହିଷ୍କାର ଦାବି...

ଅଦ୍ୟତନ ହୋଇଛି
PINAKI MISHRA

PINAKI MISHRA

Advertisment

ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିବ କି ମହୁଆ ଲିଙ୍କ୍ ? ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ବା କ୍ୟାଶ୍ ଫର୍ କ୍ବେରି ମାମଲାରେ ଛନ୍ଦି ହୋଇଛନ୍ତି ଟିଏମ୍ସି ସାଂସଦ ମହୁଆ ମୈତ୍ର । ତେବେ ତାଙ୍କ ସହ ପିନାକୀଙ୍କ ଫଟୋକୁ ଦେଖାଇ, ତାଙ୍କୁ କଳାପାହାଡ଼ ବୋଲି କହି ନିଶାନା ସାଧିଛି ବିଜେପି । ମହୁଆଙ୍କ ସହ ପିନାକୀ ମିଶ୍ରଙ୍କ କଣ ସଂପର୍କ ରହିଛି ବୋଲି ପଚାରିବା ସହିତ, ତାଙ୍କ ବହିଷ୍କାର ଦାବି କରିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର ।

Advertisment

ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ପୁରୀ ସାଂସଦ ପିନାକୀ ମିଶ୍ର ବିଜେଡି ସଂସଦୀୟ ଦଳ ନେତା। ତେବେ ପିନାକୀଙ୍କ କାର୍ଯ୍ୟ ଜନବିରୋଧୀ କି ନୁହେଁ, ତାହା ମୁଖ୍ୟମନ୍ତ୍ରୀ କୁହନ୍ତୁ। ଯଦି ସେ ଜନବିରୋଧୀ, ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ଦଳରୁ ବହିଷ୍କାର କରନ୍ତୁ ଏବଂ ଇଓଡବ୍ଲୁକୁ ତଦନ୍ତ ଭାର ଦିଅନ୍ତ । ମହୁଆଙ୍କ ବିରୋଧରେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ ସିବିଆଇ ନିକଟରେ ଦାଖଲ କରିଥିବା ସତ୍ୟପାଠରେ ପିନାକୀ ମିଶ୍ରଙ୍କ ନାଁ ଥିବା ସୂଚନା ମିଳିଛି ।

 ବିଜେପିର ଏହି ସାଂଘାତିକ ଅଭିଯୋଗ ପରେ ଓଟିଭି ପକ୍ଷରୁ ସାଂସଦ ପିନାକୀଙ୍କୁ ଯୋଗାଯୋଗ କରାଯାଇଥିଲା । କିନ୍ତୁ ଏନେଇ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ...

Advertisment

ତେବେ ୨୦୦୫ରେ ସମାନ ଘଟଣା ଘଟିଥିଲା ।  ସେତେବେଳେ ୧୧ ଜଣ ସାଂସଦଙ୍କୁ ବହିଷ୍କାର କରାଯାଇଥିଲା । ସୋସିଆଲ୍ ମିଡିଆରେ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସଂସଦର ଏଥିକ୍ସ କମିଟିରେ ଖୋଦ୍ ସଦସ୍ୟ ଥିବା ବେଳେ ଦୁଇ ଦଶଦ୍ଧି ତଳେ ସଂସଦରେ ପ୍ରଶ୍ନ ପଚାରିବାକୁ ଟଙ୍କା କାରବାର ଅଭିଯୋଗ ଥିଲା । ଏବେ ପୁଣି ଥରେ ଏଭଳି ଅଭିଯୋଗ ଆସିଛି, ଯାହା ସଂସଦର ନିୟମ, ସୁରକ୍ଷା ଏବଂ ନୈତିକତାର ଘୋର ଉଲ୍ଲଘନ ବୋଲି କହିଛନ୍ତି ବୈଜୟନ୍ତ । ଟଙ୍କା କିମ୍ବା ଉପହାର ଯାହା ବି ହେଉ ଉଭୟ ପାଇଁ ସମାନ ଦଣ୍ଡବିଧାନ ହେବା ଜରୁରୀ ।

ସୂଚନାଯୋଗ୍ୟ ମହୁଆ ମୋଇତ୍ର ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ରଖୁଥିବା ଅଭିଯୋଗ କରିଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ । ଏହାପରେ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଏକ ସତ୍ୟାପାଠ ଲିକ୍ ହେଉଛି । ମହୁଆ ତାଙ୍କୁ ଆଦାନୀ ପ୍ରସଙ୍ଗରେ ପ୍ରଶ୍ନ ପଚାରିବା ପାଇଁ ସଂସଦ ଆଇଡି ଓ ପାସୱାର୍ଡ ସେୟାର କରିଥିବା ସେ କହିଛନ୍ତି ।

Advertisment
Pinaki Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ