West Bengal Election Violence
ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ମତଦାନ ସରିଛି । ଜୁନ୍ ୮ରେ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା କରାଯାଇଥିଲା। ସେବେଠୁ ଆଜି ପର୍ଯ୍ୟନ୍ତ ଅନେକ ସ୍ଥାନରେ ହିଂସା ଘଟଣା ସାମ୍ନାକୁ ଆସିଛି। ଏମିତିକି ଆଜି ଶନିବାର ନିର୍ବାଚନ ବେଳେ ବି ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି । ରାଜନୈତିକ ହିଂସା ଯୋର୍ଗୁ ୧୩ ଜଣ କର୍ମୀ ହତ୍ୟାର ଶିକାର ହୋଇଛନ୍ତି । ଏହି ନିର୍ବାଚନୀ ହିଂସା ନେଇ ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କ ଠାରୁ ଫୋନ୍ ଯୋଗେ ପଚାରି ବୁଝିଛନ୍ତି ବିଜେପି ଅଧ୍ୟକ୍ଷ ତଥା ମନ୍ତ୍ରୀ ଜେପି ନଡ୍ଡା। ସେପଟେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏନେଇ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ମାଗିଥିବା ସୂଚନା ମିଳିଛି।
ସୋସିଆଏ ମିଡିଆରେ TMC କର୍ମୀଙ୍କ ଦ୍ୱାରା ଘଟାଯାଇଥିବା ହିଂସାକାଣ୍ଡର ଅନେକ ଭିଡିଓ ଏବେ ଭାଇରାଲ ହେଉଛି । ବିଜେପି ନେତା ଅମିତ ମାଲବ୍ୟ ନିଜ ଟ୍ୱିଟର ହାଣ୍ଡେଲ୍ରେ କିଛି ଭିଡିଓ ପୋଷ୍ଟ କରିଛନ୍ତି । ଏହାସହ TMCର ଗୁଣ୍ଡାଗର୍ଦ୍ଦିକୁ ସେ ନିନ୍ଦା କରିଛନ୍ତି । କିଛି ସ୍ଥାନରେ ମହିଳାମାନେ ବାଲଟ ବକ୍ସ ଫିଙ୍ଗିଦେଇଥିବା ଭିଡିଓ ମଧ୍ୟ ଦେଖାଯାଇଛି । ମହିଳାଙ୍କ ଅଭିଯୋଗ ଯେ, ଉକ୍ତ ବୁଥ୍ରେ ରିଗିଂ କରାଯାଇଥିଲା । ସେହିଭଳି କିଛି କର୍ମୀ ବନ୍ଧୁକ ଧରି ହିଂସାକାଣ୍ଡ ଘଟାଇଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଛି ।
ତେବେ ହିଂସାକାଣ୍ଡରେ ହତ୍ୟାର ଶିକାର ବ୍ୟକ୍ତିଙ୍କ ଭିତରେ ୮ ଜଣ ତୃଣମୂଳ କଂଗ୍ରେସ(ଟିଏମ୍ସି) କର୍ମୀ ଥିବା ବେଳେ ୩ ଜଣ ସିପିଆଇଏମ୍ର କର୍ମୀ, ଜଣେ ଲେଖାଏଁ ବିଜେପି ଏବଂ କଂଗ୍ରେସ କର୍ମୀ ରହିଥିବା ସୂଚନା ରହିଛି । ୩ ଟିଏମ୍ସି କର୍ମୀ ଓ ଜଣେ କଂଗ୍ରେସ କର୍ମୀଙ୍କ ହତ୍ୟା ମୁର୍ସୀଦାବାଦ୍ରେ ହୋଇଥିବା ବେଳେ କୋଚ ବିହାର ଅଞ୍ଚଳରେ ଜଣେ ଲେଖାଏଁ ବିଜେପି ଓ ଟିଏମ୍ସି କର୍ମୀଙ୍କ ହତ୍ୟାକାଣ୍ଡ ଘଟିଛି । ଦୁଇଜଣ ସିପିଆଇ କର୍ମୀ ଓ ଜଣେ ଟିଏମ୍ସି କର୍ମୀଙ୍କ ହତ୍ୟା ପୂର୍ବ ବୃୱାନ୍ ଅଞ୍ଚଳରେ ହୋଇଛି । ସେହିପରି ମାଲଦାରେ ଜଣେ ଟିଏମ୍ସି କର୍ମୀଙ୍କୁ ଓ ଚବିଶପ୍ରଗଣା ଅଞ୍ଚଳରେ ଅନ୍ୟଜଣେ ଟିଏମ୍ସି କର୍ମୀଙ୍କ ହତ୍ୟାକାଣ୍ଡ ଘଟିଛି।
ତେବେ ଆଜି ମତଦାନ ହେବାର କିଛି ଘଣ୍ଟା ପୂର୍ବରୁ ଅର୍ଥାତ୍ ଗତକାଲି ୩ ଜଣ ଟିଏମ୍ସି(TMC) କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ହୋଇଥିଲା । ଏମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ବିରୋଧୀ ଗୋଷ୍ଠୀ ସେମାନଙ୍କ ଉପରକୁ ଆକ୍ରମଣ କରିଥିବା କଂଗ୍ରେସ ଓ ସିପିଆଇ ଅଭିଯୋଗ କରିଛି। ହିଂସା ଯୋଗୁ ମୁର୍ଶିଦାବାଦ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଟିଏମ୍ସି କାର୍ଯ୍ୟକର୍ତ୍ତା ବାବର ଅଲ୍ଲୀଙ୍କ କପାସଦଙ୍ଗା ଅଞ୍ଚଳରେ ମୃତ୍ୟୁ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଶୁକ୍ରବାର ମୁର୍ଶିଦାବାଦ ଜିଲ୍ଲା ରେଜିନଗରରେ ବୋମା ବିସ୍ଫୋରଣରେ ଜଣେ ଟିଏମ୍ସି କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ହୋଇଛି। ଶୁକ୍ରବାର ଦିନ ଏହି ଘଟଣା ଘଟିଛି। ଖରଗ୍ରାମ ଜିଲ୍ଲାରେ ଅନ୍ୟ ଜଣେ ଟିଏମ୍ସି କାର୍ଯକର୍ତ୍ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ ଅନେକ ସ୍ଥାନରେ ହିଂସା ଘଟଣା ମଧ୍ୟ ସାମ୍ନାକୁ ଆସିଛି। କେଉଁଠି ବାଲାଟ୍ ପେପର୍ ଲୁଟ୍ ହୋଇଛି ତ ଆଉ କେଉଁଠି ନିଆଁ ଲଗାଇ ଦେଇଛନ୍ତି। ସେହିପରି ଆଉ କେଉଁଠି ମତଦାନ କେନ୍ଦ୍ରରେ ଭଙ୍ଗାରୁଜା ହୋଇଛି।
Mamata Banerjee has reduced democracy to a joke in Bengal. In Diamond Harbour, her nephew’s LS, villagers found stamped ballot papers in Netra GP, Booth No-5. TMC captured booth last night and ‘completed’ voting.
SEC is in contempt of Court orders. No security, no CCTV cameras… pic.twitter.com/52KDOTivsd
— Amit Malviya (@amitmalviya) July 8, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688825725.jpg)