Advertisment

‘ଆଗରୁ ଏମିତି ହୋଇଥିଲେ ଆମେ ବିରୋଧୀ ଦଳରେ ନଥାନ୍ତୁ’

ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ରାଜସ୍ୱ, ପ୍ରମିଳାଙ୍କୁ ପଞ୍ଚାୟତିରାଜ, ବଦ୍ରିଙ୍କୁ ମହିଳା ଓ ଶିଶୁ ବିକାଶ, ନିରଞ୍ଜନ ପୂଜାରୀଙ୍କୁ ଗୃହ, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ, ପ୍ରତାପ ଦେବଙ୍କୁ ଜିଏ, ଅରୁଣଙ୍କୁ ଜଳ ସଂପଦ, ବ୍ରଜ ପ୍ରଧାନଙ୍କୁ ସ୍ୱାସ୍ଥ୍ୟ, ରାଜେନ୍ଦ୍ର ଢୋଲକିଆଙ୍କୁ ଗଣଶିକ୍ଷା ଦାୟିତ୍ୱ ଦିଆଯାଇଛି।

ଅଦ୍ୟତନ ହୋଇଛି
Amar Prasad Satpathy Advice For Opposition Leader Naveen Patnaik

Amar Prasad Satpathy

Advertisment

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ନଜର ରଖିବାକୁ ବିଜେଡି ନେତାଙ୍କୁ ଦାୟିତ୍ୱ ବଣ୍ଟନ ନେଇ ବିସ୍ଫୋରକ ମନ୍ତବ୍ୟ ରଖିଛନ୍ତି ବରିଷ୍ଠ ବିଜେଡି ନେତା ଅମର ପ୍ରସାଦ ଶତପଥୀ। ନବୀନ ପଟ୍ଟନାୟକ ପୂର୍ବରୁ ଯଦି ଏମିତି କରିଥାନ୍ତେ ତେବେ ଆଜି ଆମେ ବିରୋଧୀ ଦଳରେ ବସି ନଥାନ୍ତୁ ବୋଲି କହିଛନ୍ତି ଅମର ଶତପଥୀ। ତେବେ ବିଳମ୍ବରେ ହେଉ ପଛେ ଭଲ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଦଳର ସୁପ୍ରିମୋ । କିଛି ବ୍ୟତିକ୍ରମ ହୋଇଥିଲା ଯାହା କି ନିର୍ବାଚନରେ ପ୍ରସଙ୍ଗ ହେଲା । ଆଜି ସେ ସ୍ଥିତି ଆଉ ନାହିଁ । ମୁଁ ଭାବୁଛି ଭଲ  ଦିନ ଓଡିଶା ପାଇଁ ଆସୁଛି ।

Advertisment

ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ବଜାୟ ରହିବା ଦରକାର । ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ବଜାୟ ରହିବା ଉଚିତ। ଦଳର ସୁପ୍ରିମୋ ବର୍ତ୍ତମାନ ଯେଉଁ ଦାୟିତ୍ୱ ବଣ୍ଟନର ନିଷ୍ପତ୍ତି ନେଇଛନ୍ତି ତାହା ସ୍ୱାଗତ ଯୋଗ୍ୟ ବୋଲି କହିଛନ୍ତି।

ଅଧିକ ପଢ଼ନ୍ତୁ: ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ମତଦାତାଙ୍କୁ ଧନ୍ୟବାଦ ଜଣାଇଲେ ବୈଜୟନ୍ତ

Advertisment

ସୂଚନାଯୋଗ୍ୟ, ଗତକାଲି ବିଭିନ୍ନ ବିଭାଗ ଉପରେ ନିଘା ରଖିବା ପାଇଁ ଦାୟିତ୍ୱ ବାଣ୍ଟିଛନ୍ତି ନବୀନ । ନିଜ ଦଳର ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସରକାରଙ୍କ କାର୍ଯ୍ୟ ଉପରେ ନିଘା ରଖିବାକୁ ନିଜ ବିଧାୟକଙ୍କୁ ଦାୟିତ୍ୱ ଦେଇଛନ୍ତି । ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ରାଜସ୍ୱ, ପ୍ରମିଳାଙ୍କୁ ପଞ୍ଚାୟତିରାଜ, ବଦ୍ରିଙ୍କୁ ମହିଳା ଓ ଶିଶୁ ବିକାଶ, ନିରଞ୍ଜନ ପୂଜାରୀଙ୍କୁ ଗୃହ, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ, ପ୍ରତାପ ଦେବଙ୍କୁ ଜିଏ, ଅରୁଣଙ୍କୁ ଜଳ ସଂପଦ, ବ୍ରଜ ପ୍ରଧାନଙ୍କୁ ସ୍ୱାସ୍ଥ୍ୟ, ରାଜେନ୍ଦ୍ର ଢୋଲକିଆଙ୍କୁ ଗଣଶିକ୍ଷା ଦାୟିତ୍ୱ ଦିଆଯାଇଛି।

ସେହିପରି ବଦ୍ରି ନାରାୟଣ ପାତ୍ରଙ୍କୁ ମହିଳା ଓ ଶିଶୁ ବିକାଶ, ଅଶ୍ୱିନୀ କୁମାର ପାତ୍ରଙ୍କୁ ହସ୍ତଶିଳ୍ପ, ହସ୍ତତନ୍ତ ଓ ବୟନଶିଳ୍ପ, ସାରଦା ପ୍ରସାଦ ନାୟକଙ୍କୁ ଶିଳ୍ପ, ମନୋହର ରନ୍ଧାରୀ ଓ ଯୋଗେଶ କୁମାର ସିଂହଙ୍କୁ ଅନୁସୂଚିତ ଜନଜାତି ବ୍ୟାପାର, ବ୍ୟୋମକେଶ ରାୟଙ୍କୁ ୱାର୍କସ, ଦିବ୍ୟଶଙ୍କର ମିଶ୍ରଙ୍କୁ ଶକ୍ତି, ଗଣେଶ୍ୱର ବେହେରାଙ୍କୁ ଷ୍ଟିଲ୍‌ ଓ ଖଣି, ବର୍ଷା ସିଂହ ବରିହାଙ୍କୁ ମିଶନ ଶକ୍ତି, ସନାତନ ମହାକୁଡ଼ଙ୍କୁ କୃଷି ଓ କୃଷକ ସଶକ୍ତିକରଣ, ସଞ୍ଜୀବ କୁମାର ମଲ୍ଲିକଙ୍କୁ ଏମ୍‌ଏସ୍‌ଏମ୍‌ଇ, କଳିକେଶ ନାରାୟଣ ସିଂହଦେଓଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଦାୟିତ୍ୱ ଦିଆଯାଇଛି।

Advertisment

ପ୍ରଦୀପ କୁମାର ଦିଶାରୀଙ୍କୁ ଅନୁସୂଚିତ ଜାତି ବ୍ୟାପାର, ଚକ୍ରମଣି କହଁରଙ୍କୁ ଅନୁସୂଚିତ ଜନଜାତି ବ୍ୟାପାର, ଦିବ୍ୟ ରଞ୍ଜନ ତ୍ରିପାଠୀଙ୍କୁ ଗ୍ରାମ୍ୟ ଉନ୍ନୟନ, ସୌଭିକ ବିଶ୍ୱାଳଙ୍କୁ ଏସ୍‌ଏସ୍‌ଇପିଡି, ପ୍ରଶାନ୍ତ ବେହେରାଙ୍କୁ ଅବକାରୀ, ଧୃବଚରଣ ସାହୁଙ୍କୁ ପର୍ଯ୍ୟଟନ, ତୁଷାରକାନ୍ତି ବେହେରାଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଅନନ୍ତ ନାରାୟଣ ଜେନା ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ସୁଶାନ୍ତ କୁମାର ରାଉତଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର କାର୍ଯ୍ୟ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ।

ଦେଖନ୍ତୁ ଭିଡିଓ | ମୋହନ ସରକାରଙ୍କ ସ୍କାନରରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’

ବିଭୂତି ଭୂଷଣ ବଳବନ୍ତରାୟଙ୍କୁ ବାଣିଜ୍ୟ ଓ ପରିବହନଳ ରମେଶ ଚନ୍ଦ୍ର ବେହେରାଙ୍କୁ ଉଚ୍ଚ ଶିକ୍ଷା, ରୋହିତ ଯୋଶେଫ ତିର୍କୀଙ୍କୁ ସଂଖ୍ୟାଲଘୁ ବ୍ୟାପାର, ସୁଦର୍ଶନ ହରିପାଲ ହସ୍ତତନ୍ତ, ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଯୋଜନା, ଅଭିମନ୍ୟୁ ସେଠୀଙ୍କୁ ୱାର୍କ୍ସ, ଗୌତମ ବୁଦ୍ଧ ଦାସଙ୍କୁ ସୂଚନା ଓ ଲୋକ ସଂପର୍କ, ସୁବାସିନୀ ଜେନାଙ୍କୂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ମାଧବ ଧଡ଼ାଙ୍କୁ ବିଜ୍ଞାନ ଓ ବୈଷୟିକ, ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଶ୍ରମ ଓ ଇଏସ୍‌ଆଇ ବିଭାଗ ଦେଇଛନ୍ତି ।

ସେପଟେ ସୁଜାତା ସାହୁଙ୍କୁ ମିଶନ ଶକ୍ତି, ନଳିନୀକାନ୍ତ ପ୍ରଧାନଙ୍କୁ ଗୃଯ ଓ ନଗର ଉନ୍ନୟନ, ମନୋରମା ମହାନ୍ତିଙ୍କୁ ମହିଳା ଓ ଶିଶୁ ବିକାଶ, ଅରବିନ୍ଦ ମହାପାତ୍ରଙ୍କୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, ରମାକାନ୍ତ ଭୋଇଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସାରଦା ପ୍ରସନ୍ନ ଜେନାଙ୍କୁ ସମନ୍ୱୟ, ସୁନୀଲ କୁମାର ମହାନ୍ତିଙ୍କୁ ପର୍ଯ୍ୟଟନ, ନବ କିଶୋର ମଲ୍ଲିକଙ୍କୁ ଗ୍ରାମୀଣ ବିକାଶ, ପ୍ରଦୀପ କୁମାର ସାହୁଙ୍କୁ ଗୃହ ଓ ନଗର ଉନ୍ନୟନ ଏବଂ ରୂପେଶ କୁମାର ପାଣିଗ୍ରାହୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦାୟିତ୍ୱ ଦିଆଯାଇଛି । 

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ