Advertisment

କେଜ୍ରିୱାଲଙ୍କୁ ମିଳିପାରେ ଅନ୍ତରୀଣ ଜାମିନ୍; ୭ତାରିଖରେ ସୁପ୍ରିମକୋର୍ଟରେ ଶୁଣାଣି

ଜଷ୍ଟିସ ସଞ୍ଜିବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଆସନ୍ତା ୭ ତାରିଖରେ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ବିଚାର କରାଯିବ।

ଅଦ୍ୟତନ ହୋଇଛି
Kejriwal

Kejriwal

Advertisment

ତିହାର୍ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିପାରେ ଆଶ୍ବସ୍ତି। ଏଭଳି କିଛି ସଙ୍କେତ ଦେଇଛନ୍ତି ସୁପ୍ରିମକୋର୍ଟ। ଚଳିତ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅନ୍ତରୀଣ ଜାମିନ୍ ଆବେଦନ ଉପରେ ବିଚାର କରାଯାଇପାରେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Advertisment

ଜଷ୍ଟିସ ସଞ୍ଜିବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଆସନ୍ତା ୭ ତାରିଖରେ ତଥା ମଙ୍ଗଳବାର କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଆବେଦନ ଉପରେ ବିଚାର କରାଯିବ। ଏ ସଂପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ କେଜ୍ରିୱାଲଙ୍କ ଓକିଲଙ୍କୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି।

ଦିଲ୍ଲୀ ମଦନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା କେଜ୍ରିୱାଲଙ୍କୁ ଗତ ମାର୍ଚ୍ଚ ୨୧ ତାରିଖରୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି ଗିରଫଦାରୀକୁ ଏଡ଼ାଇବା ପାଇଁ ହୋଇଥିବା ଆବେଦନକୁ ତଳ କୋର୍ଟ ଖାରଜ କରିଦେବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ କେଜ୍ରିୱାଲ୍। କେଜ୍ରିୱାଲ୍ ହେଉଛନ୍ତି AAPର ଶୀର୍ଷସ୍ତରୀୟ ତୃତୀୟ ନେତା, ଯାହାଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ କରିଛି ED। ପୂର୍ବରୁ ମନୀଷ ସିସୋଦିଆ ଏବଂ ସଞ୍ଜୟ ସିଂଙ୍କୁ ED ଗିରଫ କରିଥିଲା।

Advertisment

ତେବେ କ’ଣ ଏହି ଦିଲ୍ଲୀ ମଦ ଦୁର୍ନୀତି ଜାଣନ୍ତୁ..

୨୦୨୧ରେ ଦିଲ୍ଲୀରେ ଏକ ନୂଆ ଅବକାରୀ ନୀତି ଲାଗୁ କରିଥିଲେ କେଜ୍ରିୱାଲ୍ ସରକାର । କିନ୍ତୁ ବିବାଦ ଦେଖାଦେବା ପରେ ୨୦୨୨ରେ ଏହାକୁ ପ୍ରତ୍ୟାହାର କରାଯାଇଥିଲା । ଏହି ନୂଆ ନୀତି ଅନୁସାରେ ମଦ ବିକ୍ରି ସହ ସରକାରଙ୍କ କୌଣସି ସଂପର୍କ ରହିବ ନାହିଁ ବୋଲି ଘୋଷଣା କରାଯାଇଥିଲା । ମଦ ବ୍ୟବସାୟୀଙ୍କ ହାତକୁ ଚାଲିଯାଇଥିଲା ଏ ସଂପର୍କିତ ସମସ୍ତ ନିୟନ୍ତ୍ରଣ । ଭୋର ୩ଟା ଯାଏଁ ମଦ ଦୋକାନ ଖୋଲିବା ଏବଂ ମଦ ହୋମ୍ ଡେଲିଭରି ପାଇଁ ଅନୁମତି ଥିଲା ।

ଏଣୁ ଲାଇସେନ୍ସ ପ୍ରାପ୍ତ ମଦ ବ୍ୟବସାୟୀ ନିଜ ଇଚ୍ଛା ଅନୁସାରେ ରିହାତି ଦେଇପାରୁଥିଲେ । ପରେ ଏନେଇ ଇଓଡବ୍ଲୁ ସ୍କାନରକୁ ଆସିଥିଲେ ତତ୍କାଳୀନ ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ । ନିଜ ଲୋକଙ୍କୁ ଅନୁଚିତ ଅନୁଗ୍ରହ ଦେବାକୁ ସେ ନିୟମ ବଦଳାଇଥିବା ଅଭିଯୋଗ ହୋଇଥିଲା । ଲାଇସେନ୍ସ ବଦଳରେ ଅନୈତିକ ଭାବେ ଟଙ୍କା କାରବାର ହୋଇଥିବା ଅଭିଯୋଗ ହୋଇଥିଲା । ଏହା ସହ ରାଜକୋଷଙ୍କୁ ବିପୁଳ ଆର୍ଥିକ କ୍ଷତି ସହିବାକୁ ପଡ଼ିଥିବା ନେଇ ଆସିଥିଲା ଅଭିଯୋଗ ।

Advertisment

ପରେ ବିଭିନ୍ନ ଆଇନ ଉଲ୍ଲଂଘନ ହୋଇଥିବା ନେଇ ରିପୋର୍ଟ ଦେଇଥିଲେ ଦିଲ୍ଲୀ ମୁଖ୍ୟ ସଚିବ । ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକ୍ସେନା । କୋଟି କୋଟି ଟଙ୍କାର କିକ୍ ବ୍ୟାକ୍ ହୋଇଥିବା ଦାବି କରିଥିଲା ସିବିଆଇ । ଗୋଆ ନିର୍ବାଚନରେ ଆପ୍ ଦଳୀୟ ପ୍ରଚାର ପାଇଁ ଏହି ଟଙ୍କା ଉପଯୋଗ ହୋଇଥିବା ଅଭିଯୋଗ । ବର୍ତ୍ତମାନ ପର୍ଯ୍ୟନ୍ତ ମାମଲା ହାତକୁ ନେଇ ୩୦ରୁ ଅଧିକ ସ୍ଥାନରେ ରେଡ୍ କରିସାରିଛି ଇଡି ।

ଏହି ମାମଲାରେ ପୂର୍ବରୁ ଗିରଫ ହୋଇଛନ୍ତି ମନୀଷ ସିସୋଦିଆ ଓ ସଞ୍ଜୟ ସିଂହ । ତେଲେଙ୍ଗାନା BRS ନେତ୍ରୀ କେ. କବିତାଙ୍କୁ ବି ଗିରଫ କରିଛି ଇଡି । ୯ ଥର ସମନ ଟାଳିବା ପରେ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଗିରଫ କରିଥିଲା ଇଡି ।

Liquor Policy In Delhi Arvind Kejriwal Supreme Court Enforcement Directorate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ