Advertisment

ଜନତା ମଇଦାନରୁ କଂଗ୍ରେସକୁ ନଡ୍ଡାଙ୍କ ଟାର୍ଗେଟ : ପରିବାର ରାଜନୀତିକୁ କଡ଼ା ସମାଲୋଚନା

କଂଗ୍ରେସକୁ କଡ଼ା ସମାଲୋଚନା କଲେ ସଭାପତି ନଡ୍ଡା

ଅଦ୍ୟତନ ହୋଇଛି
JP Nadda

Special story

Advertisment

ଜନତା ମଇଦାନ ଶକ୍ତିକେନ୍ଦ୍ର ସମାବେଶରେ ନଡ୍ଡା ଉଦବୋଧନ ଦେଇ କଂଗ୍ରେସର କଡ଼ା ସମାଲୋଚନା କରିବା ସହ ବିଜେପିର ଆଗାମୀ କାର୍ଯ୍ୟପନ୍ଥା ଉପରେ ସୂଚନା ଦେଇଛନ୍ତି । ନଡ୍ଡା କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ପ୍ରଦେଶକୁ ଆସିବା ମୋ ପାଇଁ ସୌଭାଗ୍ୟର ବିଷୟ । ତେବେ ନିମ୍ନୋକ୍ତ ବିଷୟ ଗୁଡ଼ିକ ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ଙ୍କ ଉଦବୋଧନର ପ୍ରମୁଖ ପ୍ରସଙ୍ଗ ରହିଛି । 

Advertisment
  • ଆଜି ସାରା ଓଡ଼ିଶା ଶକ୍ତିକେନ୍ଦ୍ରର ପ୍ରଭାରୀ ଏକାଠି ହୋଇଛନ୍ତି
  • ପ୍ରଭୁ ଜଗନ୍ନାଥଙ୍କ ପ୍ରଦେଶକୁ ଆସିବାକୁ ମୋତେ ସୌଭାଗ୍ୟ ମିଳିଲା
  • ଉତ୍କଳ ଗୌରବ, ଉତ୍କଳମଣି ଏବଂ ବକ୍ସି ଜଗବନ୍ଧୁଙ୍କୁ ସ୍ମରଣ କଲେ 
  • ଆମେ ବିଶ୍ୱର ସବୁଠୁ ବଡ଼ ପାର୍ଟି, ଏତେ ବଡ଼ ପାର୍ଟି ଦୁନିଆରେ ନାହିଁ
  • ଭାରତୀୟ ଜନତା ପାର୍ଟି ବିଚାରକୁ ନେଇ ଚାଲିଛି, ବିଚାର ଛାଡ଼ିନି
  • ଭାରତୀୟ ଜାତୀୟ କଂଗ୍ରେସ ନା ଜାତୀୟ ଅଛି ନା ଭାରତୀୟ ଅଛି
  • କଂଗ୍ରେସ ଏବେ ଭାଇଭଉଣୀଙ୍କ ପାର୍ଟି ହୋଇଯାଇଛି
  • ଭାଇଭଉଣୀଙ୍କ ମର୍ଜିରେ ପାର୍ଟି ଚାଲିବ, କର୍ମୀ କେବଳ ଥାଳି ପିଟିବେ
  • ପରିବାର ରାଜନୀତିକୁ କଡ଼ା ସମାଲୋଚନା କଲେ ନଡ୍ଡା
  • ଫାରୁକ ଅବଦୁଲା, ଲାଲୁ ଯାଦବ, ଅଖିଳେଶ ଯାଦବ; ସବୁଠି ପରିବାର
  • ଏଠି ଓଡ଼ିଶାରେ ବି ପରିବାର ପାର୍ଟି ଚାଲିଛି, ବିଜୁଙ୍କର ପାର୍ଟି
  • କେବଳ ବିଜେପି ପରିବାର ପାର୍ଟି ନୁହେଁ, ବିଚାରର ପାର୍ଟି 

ସୂଚନାଯୋଗ୍ୟ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ୨୦୨୪ ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଛନ୍ତି ନଡ୍ଡା । ତୃଣମୂଳ ସ୍ତରରେ ଗଠନ ହୋଇଥିବା ଶକ୍ତି କେନ୍ଦ୍ରରୁ ଆସିଥିବା କାର୍ଯ୍ୟକର୍ତ୍ତାଙ୍କୁ ଆଜି ସେ ଗୁରୁମନ୍ତ୍ର ମଧ୍ୟ ଦେଇଛନ୍ତି ।   ଏହି କାର୍ଯ୍ୟକ୍ରମ ପରେ ଦଳୀୟ କାର୍ଯ୍ୟାଳୟରେ ବିଧାୟକ, ସାଂସଦ, ଦଳର ପଦାଧିକାରୀଙ୍କ ସହ ବିସ୍ତୃତ ଭାବେ କଥା ହେବେ । ଏହାପରେ ସଂଧ୍ୟାରେ ନଡ୍ଡା ପୁରୀ ଗସ୍ତ କରି ରହଣୀ କରିବେ । ଆସନ୍ତାକାଲି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଭଦ୍ରକ ଯିବେ ନଡ୍ଡା  ।

Advertisment
JP Nadda BJP President
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ