Vyasanagar Municipality Chairperson Throws File At Executive Officer
ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ୍ ଫୋପାଡ଼ିଲେ ପୌରାଧ୍ୟକ୍ଷା। ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦର ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, ନିର୍ବାହୀ ଅଧିକାରୀ ଅଶୋକ ରାଉତଙ୍କ ଉପରକୁ ଫାଇଲ୍ ଫୋପାଡ଼ିବା ଭିଡିଓ ଭାଇରାଲ ହେବାରେ ଲାଗିଛି। କେବଳ ଫାଇଲ୍ ଫୋପାଡ଼ି ନାହାନ୍ତି, ଚେୟାରମ୍ୟାନ୍ ଅଶାଳୀନ ବ୍ୟବହାର ମଧ୍ୟ କରିଥିବା ଅଭିଯୋଗ ହୋଇଛି।
ବାୟୋ ମ୍ୟାଟ୍ରିକ ମେସିନ ସଂଯୋଗ ଓ ଜିଓ ଟାଓ୍ୱାର ସ୍ଥାପନକୁ ନେଇ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ବ୍ୟାସନଗର ସହରର ୮ ନମ୍ବର ଓ୍ୱାର୍ଡରେ ଜିଓ ଟାଓ୍ୱାର ସ୍ଥାପନ କରିବାକୁ ଓ୍ୱାର୍ଡବାସୀ ପୌର ଅଧିକାରୀଙ୍କୁ ଅନୁମତି ମାଗିଥିଲେ। ପୌରପରିଷଦ ପକ୍ଷରୁ ଏ ବିଷୟରେ ତଦନ୍ତ କରାଯିବା ପରେ ନିର୍ବାହୀ ଅଧିକାରୀ ଅଶୋକ ରାଉତ ଅନୁମତି ଦେବା ସହିତ ୮ ନମ୍ବର ଓ୍ୱାର୍ଡର କାଉନସିଲର ଅଶୋକ ଦାସ ମଧ୍ୟ ଏହି ଆବେଦନ ପତ୍ରରେ ଦସ୍ତଖତ କରିଛନ୍ତି।
ପରେ ଓ୍ୱାର୍ଡର ଆଉ କିଛି ବାସିନ୍ଦା ଏହି ଟାଓ୍ୱାର ନିର୍ମାଣକୁ ବିରୋଧ କରି ଅଧକ୍ଷାଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ ପୌର ନିର୍ବାହୀ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ। ଆଉ ଉତ୍କ୍ଷିପ୍ତ ହୋଇ ଅଶାଳୀନ ବ୍ୟବହାର କରିବା ସହ ଅଧିକାରୀଙ୍କୁ ଫାଇଲ ଫୋପାଡି ଥିଲେ। ଏହା ମଧ୍ୟରେ ନିର୍ବାହୀ ଅଧିକାରୀଙ୍କର ଗତକାଲି ଖଣ୍ଡପଡା ବଦଳି ହୋଇଥିବା ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1668586746.jpg)