Advertisment

୨୦ ବର୍ଷ ପରେ ମତଦାନ: ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ, ସାରା ରାଜ୍ୟରେ ରେକର୍ଡ

ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ନେଇ ନିର୍ବାଚନ କମିଶନର କହିଛନ୍ତି-“ପ୍ରାରମ୍ଭିକ ସୂଚନା ଅନୁସାରେ ୭୩ ପ୍ରତିଶତ ମତଦାନ ହୋଇଛି। ଯାଜପୁର ଜିଲ୍ଲା ନଗଡ଼ାରେ ୨୦ ବର୍ଷ ପରେ ୮୩ % ମତଦାନ ହୋଇଛି ।

ଅଦ୍ୟତନ ହୋଇଛି
Odisha Panchayat Polls

Odisha Panchayat Polls

Advertisment

ଓଡିଶାର ଅପପୁଷ୍ଟିର ଇଲାକା ଭାବେ ପରିଚିତ ନଗଡା ଗାଁରେ ଆଜି ପଡିଛି ଭୋଟ୍ । ୨୦ବର୍ଷ ପରେ ଏଠାରେ ଭୋଟ୍ ଗ୍ରହଣ ହୋଇଛି । ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନରେ ଆଜି ଯାଜପୁର ଜିଲ୍ଲାର ସୁକିନ୍ଦା ଓ ଦାନଗଦୀ ବ୍ଲକରେ ଭୋଟଗ୍ରହଣ ହୋଇଥିଲା । ଏହି ମତଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ ନଗଡ଼ା ବାସୀ । ଅପହଞ୍ଚ ଇଲାକା ଭାବେ ଦିନେ ଚର୍ଚ୍ଚାରେ ଥିବା ସୁକିନ୍ଦା ବ୍ଲକ ନଗଡ଼ାର ଜୁଆଙ୍ଗ ଆଦିବାସୀମାନେ ଆଜି ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ନଗଡ଼ା ପାହାଡ଼ ତଳେ ଥିବା ଦେଓଗାଁ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ବୁଥ୍‌ରେ ସ୍ଥାନୀୟ ଲୋକେ ପହଞ୍ଚି ଭୋଟ ଦେଇଥିଲେ ।

Advertisment

ଯାଜପୁର ଜିଲ୍ଲା ନଗଡ଼ାରେ ୨୦ ବର୍ଷ ପରେ ହେଲା ଭୋଟ। ନଗଡ଼ାରେ ୮୩% ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସୂଚନା ଦେଇଛନ୍ତି। ମାଓ ପ୍ରବଣ ନିୟମଗିରି ତ୍ରିଲୋଚନପୁରରେ ମଧ୍ୟ ୮୦% ମତଦାନ ହୋଇଥିବାର ସୂଚନା ମିଳିଛି। ଯୋଗାଯୋଗ ସମସ୍ୟା ଯୋଗୁଁ ଉଭୟ ସ୍ଥାନରେ ଭୋଟ ହୋଇପାରୁନଥିଲା।

ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ନେଇ ନିର୍ବାଚନ କମିଶନର କହିଛନ୍ତି-“ପ୍ରାରମ୍ଭିକ ସୂଚନା ଅନୁସାରେ ୭୩ ପ୍ରତିଶତ ମତଦାନ ହୋଇଛି। ଚୂଡ଼ାନ୍ତ ସଂଖ୍ୟା ଆସିଲେ ଭୋଟ୍‌ ପ୍ରତିଶତ ବଢ଼ିପାରେ। ୪/୫ଟି ଜାଗାରେ ବିଭିନ୍ନ କାରଣରୁ ଭୋଟଦାନରେ ବାଧା ଉପୁଜିଛି। ଜିଲ୍ଲାପାଳମାନଙ୍କଠାରୁ ରିପୋର୍ଟ ମିଳିଲା ପରେ ପଦକ୍ଷେପ ନିଆଯିବ।”

Advertisment

ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। କାଁଭାଁ ସ୍ଥାନକୁ ଛାଡ଼ି ଦେଲେ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରି ହିଂସା ଘଟିନାହିଁ। ତେବେ ପାରାଦୀପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଭୋଟ୍‌ ଦେଇଥିବା ସତ୍ତ୍ୱେ ବୁଥ୍‌ ଭିତରେ ଜିଲ୍ଲା ପରିଷଦ ପ୍ରାର୍ଥୀ ସହକର୍ମୀଙ୍କୁ ଧରି ପଶିଥିଲେ। ଯେଉଁଥିପାଇଁ ସ୍ଥାନୀୟ ଲୋକେ ପୋଲିଂ କର୍ମଚାରୀଙ୍କୁ ଛାଡ଼ି ନଥିଲେ।

Odisha Panchayat Polls Panchayat Mahasangram
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ