Advertisment

କଡ଼ା ସୁରକ୍ଷା ମଧ୍ୟରେ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୭ଟାରୁ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ପଦ୍ମପୁର ନିର୍ବାଚନମଣ୍ଡଳୀର ମୋଟ୍ ୩୧୯ ବୁଥ୍‌ରେ ୨ ଲକ୍ଷ ୬୯ ହଜାର ୩୨୬ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି।

ଅଦ୍ୟତନ ହୋଇଛି
Padampur Bypoll

Voting for bypoll to Padampur assembly constituency begins

Advertisment

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳ ୭ଟାରୁ ପଦ୍ମପୁର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଭୋଟ୍‌ ଦେବାକୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ଅପରାହ୍ଣ ୪ଟା ଯାଏ ମତଦାନ ଚାଲିବ। ଏହା ପୂର୍ବରୁ ସକାଳ ସାଢ଼େ ୫ଟାରୁ ମକ୍ ପୋଲିଂ ଆରମ୍ଭ ହୋଇଛି।  ପଦ୍ମପୁର ନିର୍ବାଚନମଣ୍ଡଳୀର ମୋଟ୍ ୩୧୯ ବୁଥ୍‌ରେ ୨ ଲକ୍ଷ ୬୯ ହଜାର ୩୨୬ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି।

Advertisment

ସେଥିମଧ୍ୟରୁ ୧ ଲକ୍ଷ ୩୦ ହଜାର ୩୩୧ ପୁରୁଷ ଓ ୧ ଲକ୍ଷ ୨୮ ହଜାର ୯୮୧ ମହିଳା ଭୋଟର ଅଛନ୍ତି। ଭୋଟ୍ ଗ୍ରହଣ ପାଇଁ ମୋଟ୍ ୧୨ ଶହ ୭୬ ଜଣ ପୋଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ମୋଟ୍ ୧୨୦ ବୁଥ୍‌ରେ ୱେବ୍‌ କାଷ୍ଟିଂ ବ୍ୟବସ୍ଥା ସାଙ୍ଗକୁ ୬୬ଟି ବୁଥ୍ ସିସିଟିଭି ସର୍ଭେଲାନ୍ସ ଭିତରେ ରହିଛିି। ‌ଆଜି ମତଦାନ ଶେଷ ହେବା ପରେ ୮ ତାରିଖରେ ଗଣତି ହେବ। ଆଉ ସେଦି ଦିନ ଜଣାପଡ଼ିବ ଏଥର କାହା ସପକ୍ଷରେ ରହିଛି ଜନତାଙ୍କ ରାୟ।

Advertisment

ଅନ୍ୟପକ୍ଷେ, ଶାନ୍ତି ଶୃଙ୍ଖଳାର ସହ ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମ୍ବେଦନଶୀଳ ଚିହ୍ନଟ ୭୯ଟି ବୁଥ୍ ଉପରେ କଡ଼ା ନଜର ରଖାଯାଇଛି। ମାଓ ଅଧ୍ୟୁଷିତ ୭୪ଟି ବୁଥ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ସୁରକ୍ଷା ବ୍ୟବସ୍ଥାରେ ୨୦୬ ପୋଲିସ୍ ଅଫିସର, ୨୧ ପ୍ଲାଟୁନ୍ ଆର୍ମଡ ପୋଲିସ୍‌କୁ ମିଶାଇ ମୋଟ୍ ୧୪୧୩ ପୋଲିସ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ସେହିପରି ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସକୁ ମଧ୍ୟ ନିୟୋଜିତ ଅଛନ୍ତି। ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ୪୪ ଜଣ ସେକ୍ଟର ଅଧିକାରୀଙ୍କୁ ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ ଦିଆଯାଇଛି। କୌଣସି ବୁଥ୍‌ରେ ଇଭିଏମ୍ ଜନିତ ତ୍ରୁଟି ପରିଲକ୍ଷିତ ହେଲେ ଅଧଘଣ୍ଟା ଭିତରେ କିଭଳି ତାହା ପରିବର୍ତ୍ତନ ହୋଇପାରିବ ସେ ବ୍ୟବସ୍ଥା ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। 

Advertisment
padmapur-bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ