ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଜନ୍ମଦିନ ପାଳିଲେ ପ୍ରଶଂସକ

ବଲାଙ୍ଗିର ଜିଲ୍ଲା ଟିଟିଲାଗଡରେ ଥିବା ମା’ ଘଣ୍ଟାସୁଣି ମନ୍ଦିର ପରିସରରେ ବୈଜୟନ୍ତଙ୍କ ଜନ୍ମଦିନ ପାଳନ କରାଯାଇଛି ।

Baijayant Panda Birthday

ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଜନ୍ମଦିନ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡରେ ଥିବା ମା’ ଘଣ୍ଟାସୁଣି ମନ୍ଦିର ପରିସରରେ ବୈଜୟନ୍ତଙ୍କ ଜନ୍ମଦିନ ପାଳନ କରାଯାଇଛି । ଟିଟିଲାଗଡ ବିକାଶ ସେନାର କର୍ମକର୍ତ୍ତାଙ୍କ ସହ ସହରର ବିଭିନ୍ନ କଲେଜର ଛାତ୍ରମାନେ ମନ୍ଦିରରେ ଦୀପ ଜାଳି ବୈଜୟନ୍ତଙ୍କ ଦୀର୍ଘ ଆୟୁ କାମନା କରିଛନ୍ତି ।

ସେହିପରି ବୈଜୟନ୍ତ ପଣ୍ଡାଙ୍କ ଜନ୍ମଦିନରେ ଆଜି କନ୍ଧମାଳ ଜିଲ୍ଲାର ଯୁବକ ମାନେ ମଧ୍ୟ ଫୁଲବାଣୀ ଶନି ମନ୍ଦିରରେ ଦୀପ ଦାନ କରିଛନ୍ତି । ଯୁବ ନେତା ବିଶ୍ୱରଂଜନ ଦାସଙ୍କ ନେତୃତ୍ୱରେ ବହୁ ଯୁବକ ମନ୍ଦିରରେ ଏକତ୍ରିତ ହୋଇ ଶନିଦେବଙ୍କ ନିକଟରେ ଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ । ଏଥିସହିତ ସେମାନେ ବୈଜୟନ୍ତ ପଣ୍ଡାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।