Advertisment

ୟୁପି ନିର୍ବାଚନ : ରଣନୀତି ପ୍ରସ୍ତୁତ କରୁଛନ୍ତି ମୋଦି

ୟୁପି ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ୟୁପି ନିର୍ବାଚନ ମାହୋଲ ସେତିକି ସେତିକି ଜମୁଛି

Narendra Modi

Narendra Modi

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମିଶନ ୟୁପି। ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ସାହାଜାନପୁରରେ ମୋଦି ବିଶାଳ ଜନସଭା କରିଛନ୍ତି। ଆଜି ବହୁ ପ୍ରତିକ୍ଷିତ ଗଙ୍ଗା ଏକ୍ସପ୍ରେସ୍ ୱେର ଶିଳାନ୍ୟାସ କରିଛନ୍ତି ମୋଦି। ୫୯୪ କିଲୋମିଟର ଲମ୍ବା ୬ ଲେନ୍ ବିଶିଷ୍ଟ ଏହି ଏନ୍ଏଚ୍ ପାଇଁ ଖର୍ଚ୍ଚ ହୋଇଛି ୩୬ ହଜାର ୨ ଶହ କୋଟି ଟଙ୍କା। ମେରଟରୁ ପ୍ରୟାଗରାଜ ହୋଇ ଏହା ରାଏବରେଲୀକୁ ସଂଯୋଗ କରିବ ବୋଲି ଜଣାପଡ଼ିଛି।

Advertisment

ପ୍ରତାପଗଡ଼, ସମ୍ଭଳ, ବଦୁଆଁ, ସାହାଜାହାନପୁର, ହରଦୋଇ, ଉନ୍ନାଓ ଭଳି ଅଞ୍ଚଳକୁ ଏହା ସଂଯୋଗ କରିବ। ଯାହା ପୂର୍ବ ୟୁପି ସହ ପଶ୍ଚିମକୁ ଯୋଡ଼ିବ। ଏହି ରାସ୍ତାରେ ସାଢ଼େ ତିନି କିଲୋମିଟର ଯାଏ ଏୟାରଷ୍ଟ୍ରିପ୍ ନିର୍ମାଣ ହେବ ବୋଲି ସୂଚନା ମିଳିଛି। ବିଶେଷ ଭାବେ ଉତ୍ତରପ୍ରଦେଶର ଗ୍ରାମାଞ୍ଚଳରେ ଥିବା ଶିଳ୍ପକୁ ସହର ଯାଏଁ ପହଞ୍ଚାଇବାକୁ ଏହା ବେଶ ସହାୟ ହେବ।

Narendra Modi Politics UP Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ