Advertisment

ପାଣ୍ଡିଆନଙ୍କ ଅନ୍ଧ ଉପାଖ୍ୟାନର କଡ଼ା ଜବାବ ରଖିଲେ ବିଜେପି-କଂଗ୍ରେସ

ବିଭିନ୍ନ ସ୍ଥାନରେ 5T ସ୍କୁଲ ରୂପାନ୍ତରଣକୁ ନେଇ ଅସନ୍ତୋଷ । ନିମ୍ନମାନର ନିର୍ମାଣ କାମକୁ ନେଇ ଆସିଲା ଅଭିଯୋଗ ।

Odisha Politics

Odisha Politics

Advertisment

ଇଏ ବାସ୍ତବରେ ରୂପାନ୍ତରଣ, ନା ରୂପାନ୍ତରଣ ନାଁରେ ଭୂଆଁ ବୁଲାଣ ? କେଉଁଠି ବିନା ପିଲାର୍‌ରେ ଛାତ ପଡ଼ୁଛି, ତ ଆଉ କେଉଁଠି ଫଟା କାନ୍ଥରେ ରଙ୍ଗ ବୋଳା ହୋଇଛି । ବାହାର ଚିକ୍କଣ, ଭିତର ଫମ୍ପା । ଏକଥା ଆମେ କହୁନୁ, ଏଭଳି ଅଭିଯୋଗ କରୁଛନ୍ତି ଖୋଦ୍ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ କଣ୍ଟାବାଡ଼ ଗାଁ ଲୋକେ। ।

Advertisment

ଆମ ଓଡ଼ିଶା ନବୀନ ଓଡ଼ିଶା ଓ ଫାଇଭ-ଟି ଅଧୀନରେ କଣ୍ଟାବାଡ଼ ବିଦ୍ୟାଳୟର ଉନ୍ନତୀକରଣ ଚାଲିଛି । ହେଲେ ନିମ୍ନମାନର କାମକୁ ନେଇ ଗାଁରେ କୁହୁଳୁଛି ଅସନ୍ତୋଷ । ଅଭିଯୋଗ ହୋଇଛି, କମ୍ ସିମେଣ୍ଟରେ ଟାଇଲ୍ ପଡ଼ୁଛି, କୌଣସି ନୂଆ ପିଲାର୍ ନଉଠାଇ ବହୁ ବର୍ଷ ପୁରୁଣା ସ୍କୁଲ କାନ୍ଥ ଉପରେ ଛାତ ପଡ଼ୁଛି। ମୁହଁ ବନ୍ଦ ରଖିବାକୁ କଣ୍ଟ୍ରାକ୍ଟର କାଳେ ଟଙ୍କା ଯାଚୁଛି । ତେଣୁ ଏହାର ପ୍ରତିବାଦ କରି ସ୍କୁଲ ନିର୍ମାଣ କାମ ଅଧାରୁ ବନ୍ଦ ରଖିଛନ୍ତି ଗାଁଲୋକେ ।

ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ବ୍ଲକ୍ ଡିଆଁଡେଇଁ ଗାଁରେ ଥିବା ବାମଦେବ ହାଇସ୍କୁଲର ଅବସ୍ଥା ବି ସମାନ । ଦୁଇ ମହଲା କୋଠା ରେଡ୍ଡି । ହେଲେ ବିପଦସଂକୁଳ ସ୍ଥିତିରେ ଏହାର ମୂଳଦୂଆ । ଫାଇଭ୍-ଟିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ବି,ନିମ୍ନମାନର କାମ ଯୋଗୁଁ ଫାଉଣ୍ଡେସନ ଫାଟି ଆଁ କଲାଣି । ବହୁ କାମ ଅଧପନ୍ତରିଆ ପଡ଼ିଛି ।

Advertisment

ସେପଟେ ଖଲ୍ଲିକୋଟ ବ୍ଲକ୍ କେଶପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଫାଇଭ-ଟିରେ ୨ ବର୍ଷ ହେଲା ରୂପାନ୍ତରିତ ହେଲାଣି । ହେଲେ ଏବେବି ଶ୍ରେଣୀଗୃହ ଅଭାବରୁ ବହୁ ପିଲାଙ୍କୁ ବାରଣ୍ଡାରେ ପଢ଼ିବାକୁ ପଡ଼ୁଛି ।

ସାରା ରାଜ୍ୟ ଅଣ୍ଡାଳିଲେ ଏମିତି କେତେ କେତେ ଉଦାହରଣ ସାମ୍ନାକୁ ଆସିପାରେ,ଯେଉଁଠି ଫାଇଭ୍-ଟିରେ ସ୍କୁଲ ରୂପାନ୍ତରଣ ଏକଦମ୍ ପ୍ରହସନ ପାଲଟିଥିବା ଅଭିଯୋଗ ହେଉଛି । ତେବେ ଗତକାଲି ଗଞ୍ଜାମ ଜିଲ୍ଲା ଛତ୍ରପୁରର ସୁନ୍ଦରେଶ୍ୱର ସଭାମଞ୍ଚରେ ଏହିସବୁ ରୂପାନ୍ତରଣର ଭୂୟସୀ ପ୍ରଶଂସା କରିବା ସହ, ବିରୋଧୀଙ୍କୁ କଟାକ୍ଷ କରିଥିଲେ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ। ଆଉ ଆଜି ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି ବିରୋଧୀ।

Advertisment

BJD 5T School BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ