Advertisment

ପିଏମ୍‌ଶ୍ରୀ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ ତୁ… ତୁ… ମେ... ମେ…

ଆୟୁଷ୍ମାନ ଭାରତ ପରେ ଏବେ ପିଏମ୍‌ଶ୍ରୀ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ ତୁ… ତୁ… ମେ... ମେ… ହେବାରେ ଲାଗିଛନ୍ତି। ସ୍ୱାସ୍ଥ୍ୟ ପରେ ଶିକ୍ଷା କ୍ଷେତ୍ରକୁ ନେଇ ଆରମ୍ଭ ହୋଇଛି ରାଜନୀତି। କେନ୍ଦ୍ର ରାଜ୍ୟ କଳି ଭିତରେ ବଳି ପଡିବେନି ତ ଛାତ୍ରଛାତ୍ରୀ।

undefined

Union state quarrel for PMShri scheme

Advertisment

ଫାଇଭ୍ ଟି ଅଧୀନରେ ସ୍ମାର୍ଟ ସ୍କୁଲ୍ କରିବୁ, କିନ୍ତୁ କେନ୍ଦ୍ରର ପିଏମ୍‌ଶ୍ରୀ ଯୋଜନାକୁ ପାଖ ପୂରେଇ ଦେବୁନି। ଏହି ଯୋଜନାରେ ରାଜ୍ୟକୁ ୮ ଶହ ସ୍କୁଲ୍ ଆସିବାକୁ ଥିଲେ ବି ରାଜ୍ୟ ସରକାର ଏନେଇ ଏମ୍‌ଓୟୁ କରି ନଥିବାରୁ ଉଠିଛି ଏଭଳି ପ୍ରଶ୍ନ। ଏପରିକି ଗତକାଲି ଖୋଦ୍ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ଉଦ୍‌ବେଗ ପ୍ରକାଶ କରିବା ପରେ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି, ପିଲାଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିସ୍ତୃତ ଆଲୋଚନା ପରେ ଯାହା କିଛି ପଦକ୍ଷେପ ନିଆଯିବ। କଂଗ୍ରେସ କହିଛି କାଳେ କେନ୍ଦ୍ର ମାଇଲେଜ୍ ନେଇଯିବ ସେଥିପାଇଁ ପିଏମ୍‌ଶ୍ରୀକୁ ରୋକ୍ ଲଗାଇବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର।

Advertisment

ଆୟୁଷ୍ମାନ ଭାରତ ପରେ ଏବେ ପିଏମ୍‌ଶ୍ରୀ ଯୋଜନାକୁ ନେଇ କେନ୍ଦ୍ର-ରାଜ୍ୟ ତୁ… ତୁ… ମେ... ମେ… ହେବାରେ ଲାଗିଛନ୍ତି। ସ୍ୱାସ୍ଥ୍ୟ ପରେ ଶିକ୍ଷା କ୍ଷେତ୍ରକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଗତକାଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପିଏମ୍‌ଶ୍ରୀ ଯୋଜନାରେ ଓଡ଼ିଶାକୁ ଆସିବାକୁ ଥିବା ୮୦୦ ସ୍କୁଲ୍‌ ଓ ୧୬ ଶହ କୋଟିର ପାଣ୍ଠି ଲାଗି ରାଜ୍ୟ ସରକାର ଏମ୍‌ଓୟୁ କାହିଁକି କରି ନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି। ଏହାଦ୍ୱାରା ଓଡ଼ିଆ ଛାତ୍ରଛାତ୍ରୀ ଉପକୃତ ହେବାକୁ ଥିବାରୁ ଏମ୍‌ଓୟୁ ପାଇଁ ଜାତୀୟ ସ୍ତରରେ ଆଲୋଚନା କରିବାକୁ ରାଜ୍ୟକୁ ପ୍ରସ୍ତାବ ଦେଇଛନ୍ତି ଧର୍ମେନ୍ଦ୍ର।

ତେବେ ରାଜ୍ୟ ଗଣଶିକ୍ଷାମନ୍ତ୍ରୀଙ୍କ ଯୁକ୍ତି ହେଲା, ବଜେଟ୍‌ରେ କେବଳ ଏନେଇ ଉଲ୍ଲେଖ ଥିବା ଶୁଣିଛି। ହେଲେ ଆମ ପିଲାଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏନେଇ ବିସ୍ତୃତ ଆଲୋଚନା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ। ସେପଟେ କଂଗ୍ରେସ କହିଛି, ରାଜ୍ୟ ସରକାର ଫାଇଭ୍‌-ଟି ଜରିଆରେ ସ୍କୁଲ୍‌ ରୂପାନ୍ତରଣ କରୁଛନ୍ତି। ପିଏମ୍‌ଶ୍ରୀ ଆସିଲେ କାଳେ କେନ୍ଦ୍ର ମାଇଲେଜ୍ ନେଇଯିବ ସେଥିଲାଗି ଏହାକୁ ରୋକ୍ ଲଗାଇବାକୁ ଚେଷ୍ଟା କରୁଛି। କିନ୍ତୁ କେନ୍ଦ୍ର ରାଜ୍ୟ କଳି ଭିତରେ ଛାତ୍ରଛାତ୍ରୀ ବଳି ନ ପଡ଼ନ୍ତୁ ବୋଲି କଂଗ୍ରେସ କହିଛି।

Advertisment

ରାଜ୍ୟର ପ୍ରାୟ ୭୦ ଲକ୍ଷ ପିଲା ଏବେ ସରକାରୀ ସ୍କୁଲ୍‌ରେ ପଡ଼ୁଛନ୍ତି। ସ୍କୁଲ୍‌ ରୂପାନ୍ତରଣ ହେବା ପରେ ବି ଅନେକ ଶିକ୍ଷକ ପଦବୀ ଖାଲିପଡ଼ିଛି। ଭିତ୍ତିଭୂମି ବି ନାହିଁ। ଉପାନ୍ତ ଅଞ୍ଚଳରେ ଶିକ୍ଷାର ଅବସ୍ଥା ମଧ୍ୟ ସଙ୍ଗୀନ। ଦଶମ ପରେ ପିଲାଙ୍କ ଡ୍ରପ୍‌ ଆଉଟ୍ ହାର ବଢୁଛି। ଏଭଳି ସ୍ଥତିରେ ଅଧିକ ସ୍କୁଲ୍‌ ଖୋଲିଲେ ପଛୁଆ ଓ ଗରିବ ଶ୍ରେଣୀର ପିଲାଏ ଉପକୃତ ହୋଇପାରିବେ। ଏଥିଲାଗି ରାଜ୍ୟ ସରକାର କେନ୍ଦ୍ର ସହ ଏମ୍‌ଓୟୁ କରି ପ୍ରକ୍ରିୟା ଆରମ୍ଭ କରନ୍ତୁ ବୋଲି ଶିକ୍ଷାବିତମାନେ ମତ ଦେଇଛନ୍ତି। ଶିକ୍ଷକ ସଂଘ ବି ସମାନ ମତ ରଖିଛି।

କେନ୍ଦ୍ରୀୟ ଯୋଜନାରେ ପଞ୍ଚାୟତ ସ୍ତରକୁ ଏତେ ସଂଖ୍ୟକ ସ୍କୁଲ୍‌ ଆସିଲେ ଶିକ୍ଷାର ବିକାଶ ଅଧିକ ମାତ୍ରାରେ ହୋଇପାରିବ। ତେବେ ରାଜ୍ୟ ସରକାର ଏନେଇ ଏମ୍‌ଓୟୁ କରୁଛନ୍ତି ନା ନାହିଁ ତା’ ଉପରେ ନଜର ରହିବ।

Advertisment

(ବୌଦ୍ଧରୁ ଦୀପକ ଅଦର ଓ ଭୁବନେଶ୍ୱରରୁ ଜଗଦୀଶ ଦାସଙ୍କ ରିପୋର୍ଟ)

School And Mass Education
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ