Advertisment

ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ଅମିତ ଶାହଙ୍କ ବଡ଼ ବୟାନ

ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହାର ନିଷ୍ପତ୍ତି ନେବେ । କିନ୍ତୁ ଶାହ ଗୋଟିଏ କଥାକୁ ବାରମ୍ବାର ଦୋହରାଇଛନ୍ତି ଯେ, ବିଜେପି ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଭଲ ପ୍ରଦର୍ଶନ କରିବ ।

ଅଦ୍ୟତନ ହୋଇଛି
Amit Shah

Amit Shah

Advertisment

ମେଣ୍ଟ ଚର୍ଚ୍ଚାକୁ ଆହୁରି ଅଧିକ ଖୋରାକ ଯୋଗାଇଲେ ଶାହ । କହିଲେ ଓଡ଼ିଶାରେ କିଛି ବି ହୋଇପାରେ। ମେଣ୍ଟ ହେଲେ ଏକାଠି ଲଢ଼ିବୁ । ଆଉ ମେଣ୍ଟ ନହେଲେ ଏକାକୀ ଲଢ଼ିବୁ । କିନ୍ତୁ ବିଜେପିର ସ୍ଥିତି ବଦଳିବ । ଉଭୟ ବିଧାନସଭା ଓ ଲୋକସଭାରେ ବିଜେପି ବହୁତ ଭଲ ପ୍ରଦର୍ଶନ କରିବ । ଏକାକୀ ଲଢ଼ିଲେ ବି ଆମେ ସରକାର ଗଠନ କରିବା ପାଇଁ ଲଢ଼ିବୁ କହିଛନ୍ତି ଶାହ ।

Advertisment

ତେବେ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଛେଦ ନପକାଇ ସେ କହିଛନ୍ତି ଏନେଇ ନିଷ୍ପତ୍ତି ହୋଇନାହିଁ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହାର ନିଷ୍ପତ୍ତି ନେବେ । କିନ୍ତୁ ଶାହ ଗୋଟିଏ କଥାକୁ ବାରମ୍ବାର ଦୋହରାଇଛନ୍ତି ଯେ, ବିଜେପି ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଭଲ ପ୍ରଦର୍ଶନ କରିବ । ଆସନ ସଂଖ୍ୟା ବଢ଼ିବ । ଓଡ଼ିଶାରେ ବିଜେପି ଶକ୍ତିରେ ବଡ଼ ଅଭିବୃଦ୍ଧି ଘଟିବ । ଦିଲ୍ଲୀରେ ଏକ ଜାତୀୟ ଗଣମାଧ୍ୟମର ସାକ୍ଷାତକାର କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କହିଛନ୍ତି ଅମିତ ଶାହ ।

ଅନ୍ୟପଟେ ଗତକାଲି ଭିକେ ପାଣ୍ଡିଆନ୍‌ ମଧ୍ୟ ଏକ ଜାତୀୟ ଗଣେମାଧ୍ୟମରେ ସାକ୍ଷାତକାରରେ ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିନଥିଲେ । ବରଂ ସେ କହିଥିଲେ କେନ୍ଦ୍ରରେ ଯେମିତି ବିଜେପି ସରକାର ଗଢ଼ିବା ପାଇଁ କାହାରି ସହ ମେଣ୍ଟ କରିବାର ଆବଶ୍ୟକତା ନାହିଁ । ଠିକ୍ ସେମିତି ଓଡ଼ିଶାରେ ବିଜେଡି ସରକାର ଗଢ଼ିବା ପାଇଁ କାହା ସହ ମେଣ୍ଟ କରିବା ଆବଶ୍ୟକ ନାହିଁ । କେବଳ ଓଡ଼ିଶାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ମୋଦି-ନବୀନ ଏକାଠି ହୋଇପାରନ୍ତି ।

Advertisment

ଗୋଟିଏ ପଟେ ମେଣ୍ଟ ନେଇ ଆଲୋଚନା ଚାଲିଥିବା ବେଳେ ଅନ୍ୟପଟେ ଓଡ଼ିଶା ସମେତ ୮ଟି ରାଜ୍ୟରେ ଲୋକସଭା ପ୍ରାର୍ଥୀ ଚୟନ ପାଇଁ ବିଜେପି କସରତ କରୁଛି । ଓଡ଼ିଶାର ପ୍ରାର୍ଥୀ ତାଲିକା ନେଇ ମନମୋହନ ସାମଲ ଦିଲ୍ଲୀରେ ପହଞ୍ଚିବା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ବୈଠକ । ଯେଉଁଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ସମେତ ୮ଟି ରାଜ୍ୟରୁ ଆସିଥିବା ଦଳୀୟ ନେତୃବୃନ୍ଦ ଯୋଗ ଦେଇଥିଲେ । ଏହି ୮ଟି ରାଜ୍ୟ ଗୁଡ଼ିକ ହେଲା ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ହରିୟାଣା, ଓଡ଼ିଶା, ସିକ୍କିମ, ମହାରାଷ୍ଟ୍ର ଓ ଗୁଜରାଟ ।

ଖବର ସରବରାହ ସଂସ୍ଥା ANIର ସୂଚନା ଅନୁସାରେ, ଉତ୍ତରପ୍ରଦେଶର ୨୫ଟି ସିଟ୍, ରାଜସ୍ଥାନର ୧୦ଟି ସିଟ୍, ପଶ୍ଚିମବଙ୍ଗର ୨୩ ସିଟ୍ ଓ ହରିୟାଣା ପରେ ଓଡ଼ିଶା ସଂପର୍କରେ ଆଲୋଚନା ହୋଇଥିଲା ।

Advertisment

ଓଡ଼ିଶାରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ଦଳୀୟ ପ୍ରଭାରୀ ସୁନୀଲ ବଂଶଲ, ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଂଗଠନ ସଂପାଦକ ମାନସ ମହାନ୍ତି, ସାଂସଦ ଜୁଏଲ ଓରାମ, ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । କୋର କମିଟି ବୈଠକରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହେବା ପରେ, ଏହାକୁ ଚୂଡ଼ାନ୍ତ କରିବା ପାଇଁ ପାଇଁ ସେଣ୍ଟ୍ରାଲ୍ ଇଲେକ୍ସନ କମିଟି ପାଖକୁ ପଠାଯିବ ।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ