Advertisment

ଗୋଟିଏ ମଞ୍ଚରେ ଅମିତ ଶାହ- ନବୀନ ପଟ୍ଟନାୟକ ଏକାଠି

କଟକ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Union Home Minister Amit Shah and CM Naveen Patnaik Attend Anniversary Of The Newspaper Prajatantra

Union Home Minister Amit Shah and CM Naveen Patnaik Attend Anniversary Of The Newspaper Prajatantra

Advertisment

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟିଏ ମଞ୍ଚରେ ଦେଖିବାକୁ ମିଳିଛି। କଟକ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସ ଉତ୍ସବରେ ଉଭୟ ନବୀନ ପଟ୍ଟନାୟକ ଏବଂ ଅମିତ ଶାହ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାହିତ୍ୟିକା ପ୍ରତିଭା ରାୟ ପ୍ରମୁଖ ବି ମଞ୍ଚାସୀନ ହୋଇଥିଲେ।

Advertisment

ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗଦେବା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ନେତାଜୀଙ୍କ ସ୍ମୃତିକୁ ବେଶ୍ ନିକଟତର ଅନୁଭବ କରିଥିଲେ ଶାହ। ଫଟୋ, ନେତାଜୀ ବ୍ୟବହାର କରିଥିବା ଖଟ, ସାମଗ୍ରୀ ଏସବୁକୁ ଗୋଟି ଗୋଟି କରି ଅମିତ ଶାହ ଦେଖିଥିଲେ। ନେତାଜୀଙ୍କ ପିଲା ଦିନର ବିଭିନ୍ନ ଘଟଣା, ପରିବାରର ଫଟୋ ଏହି ସଂଗ୍ରହାଳୟରେ ରହିଛି। ଏସବୁକୁ ଦେଖିଥିଲେ ଅମିତ ଶାହ। ଏହାସହ ନେତାଜୀଙ୍କ ବାପା ଜାନକୀ ନାଥ ଓ ମାଆ ପ୍ରଭାବତୀ ବୋଷଙ୍କ ପୁରୁଣା ଫଟୋକୁ ବି ସେ ବେଶ୍ ପାଖରୁ ଦେଖିଥିଲେ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରେ ପହଞ୍ଚିଥିଲେ। ଏହାପରେ ଆଜି ସକାଳୁ ପ୍ରଥମେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଯାଇ ସେ ଠାକୁରଙ୍କୁ ଦର୍ଶନ କରିଥିଲେ। ଏହାସହ ଶ୍ରାବଣ ଶେଷ ସୋମବାର ଅବସରରେ ମହାଦେବଙ୍କୁ ଜଳାଭିଷେକ କରିଥିଲେ ଶାହ। ଲିଙ୍ଗରାଜ ମନ୍ଦିର ବେଢ଼ା ପରିକ୍ରମା କରିବା ସହ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିଥିଲେ। ମନ୍ଦିର ରେଜିଷ୍ଟରରେ ସେ ସ୍ୱାକ୍ଷର କରିଥିଲେ। ମନ୍ଦିର ବେଢା ପରିକ୍ରମା କରିବା ପରେ ଅମିତ ଶାହ ଲୋକଙ୍କୁ ଅଭିବାଦନ ଜଣାଇଥିଲେ।

Advertisment

ଏହାପୂର୍ବରୁ ୨ ଥର ଲିଙ୍ଗରାଜ ମନ୍ଦିର ଦର୍ଶନ କରିଛନ୍ତି ଅମିତ ଶାହ। ୨୦୧୫ ଓ ୨୦୧୭ ମସିହାରେ ସେ ଲିଙ୍ଗରାଜ ମନ୍ଦିର ଦର୍ଶନ କରିଥିଲେ। ଲିଙ୍ଗରାଜଙ୍କ ଦର୍ଶନ ପରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ବାସଭବନ ଯାଇଥିଲେ। ସମୀରଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଗୃହମନ୍ତ୍ରୀ ଜଳପାନ କରିଥିଲେ।  ଏହି ସମୟରେ ଅମିତ ଶାହଙ୍କୁ କାଞ୍ଚି ବିଜୟ ସମ୍ବଳିତ ଏକ ପଟ୍ଟ ଚିତ୍ର ଉପହାର ଦେଇଥିଲେ ସମୀର ମହାନ୍ତି।   

Amit Shah CM Naveen Patnaik Union Home Minister Amit Shah
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ