Advertisment

ପାଖରେ ବସାଇ ଲୋକଙ୍କ ଗୁହାରି ଶୁଣିଲେ ସିଏମ୍ ମୋହନ

ପ୍ରଥମ ଦିନରେ ୧୫୫୦ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ଓ ଟିମ୍ । ଅନ୍ ଦି ସ୍ପଷ୍ଟ ଫୈସଲା ପାଇ କୃତ୍ୟ କୃତ୍ୟ ଜନତା ।

undefined

CM Mohan Majhi

Advertisment

୧୬ ବର୍ଷ ପରେ ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଲୋକଙ୍କ ଅଭିଯୋଗ ଶୁଣିଲେ ମୋହନ ସରକାର। ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ୱାନ ଟୁ ୱାନ ଆଲୋଚନା। ଆଉ ଫୈସଲା ବି ଅନ୍ ଦି ସ୍ପଟ୍।

Advertisment

ତେବେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରର ଜଣେ ଦିବ୍ୟାଙ୍ଗ ହେଉଛନ୍ତି କଷ୍ଟହରି ଜେନା। ନାଁରେ ଯେମିତି କଷ୍ଟ ରହିଛି, ଜୀବନରେ ମଧ୍ୟ ସେତିକି କଷ୍ଟ। ଜନ୍ମରୁ ଦିବ୍ୟାଙ୍ଗ । ହେଲେ ଏ ଯାଏଁ ଖଣ୍ଡେ ଗାଡି ବି ପାଇ ନାହାନ୍ତି। କିଛି ଦିନ ତଳେ ବାପା ଚାଲିଗଲେ, ରହିବାକୁ ଘର ଖଣ୍ଡେ ବି ନାହିଁ। ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବି ଅଭିଯୋଗ କରିଥିଲେ କଷ୍ଟ ହରି, ହେଲେ ସାନ୍ତ୍ୱନାମୂଳକ ଭାବେ ତାଙ୍କୁ କେବଳ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ଆଶ୍ଚର୍ଯ୍ୟର କଥା ସେଇଟା ବି ବାଟମାରଣା ହୋଇଗଲା। ହେଲେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ କଥା ହୋଇ ବେଶ ଖୁସି କଷ୍ଟ ହରି।

ସେହିଭଳି ଆଉ ଏକ ଦାଦନ ଦୁଃଖର କାହାଣୀ ବି ଏଠି ସାମ୍ନାକୁ ଆସିଛି । ପୁରୀ ଶାସଙ୍ଗ ଅଞ୍ଚଳର ସୁଷମା ବେହେରା। ଏଠି କାମ ନପାଇ ହାଇଦ୍ରାବାଦ ଦାଦନ ଖଟିବାକୁ ଯାଇଥିଲେ। କରେଣ୍ଟ ଲାଗି ହାତ ଗୋଡ଼ ହରାଇଲେ, ଆଉ କାମ ବି କରିପାରୁ ନାହାନ୍ତି, ସ୍ୱାମୀ ଦିନ ମଜୁରିଆ ଯୋଗୁ ଘର ଚଳିବା କଷ୍ଟ। ବଡ କଥା ହେଲା ଏଯାଏଁ ତାଙ୍କୁ ଘର ଖଣ୍ଡେ ମିଳିନି। ଆଜି ମୁଖ୍ୟମନ୍ତ୍ରୀ ତାଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ପରେ ସେ ବି ବେଶ୍ ଖୁସି।

Advertisment

ସେମିତି ନୟାଗଡ଼ରୁ ଆସିଛନ୍ତି, ୪ ବର୍ଷ ହେଲା ଖାଦ୍ୟ ନଳୀ କଟା ହୋଇଛି। BSKYରୁ ପଇସା ସରିବା ପରେ ଆହୁରି ମଧ୍ୟ ଟଙ୍କା ଆବଶ୍ୟକ ରହିଛି।

କିଏ ଘର ପାଇଁ ତ, କିଏ ପେନସନ ପାଇଁ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆଜି ସକାଳୁ ହିଁ ଲାଗିଥିଲା ଲୋକଙ୍କ ଗହଳି। ପୂର୍ବ ସରକାରରେ ଯଦିଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଚାଲୁଥିଲା, ହେଲେ ନିଜେ ମୁଖ୍ୟମନ୍ତ୍ରୀ ଆସୁନଥିଲେ କି ସମସ୍ୟାର ସମାଧାନ ହେଉନଥିଲା। ତେଣୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସି, ଅଭିଯୋଗ କହି ସମାଧାନର ପ୍ରତିଶ୍ରୁତି ପାଇଁ ବେଶ୍ ଖୁସି ହୋଇଛନ୍ତି ସାଧାରଣ ଲୋକେ। ଆଜି ପ୍ରଥମ ଦିନରେ ୧୫୫୦ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍।

Advertisment

ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଏଣିକି ପ୍ରତି ସୋମବାର ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ। ଅନ୍ୟପକ୍ଷରେ ଜିଲ୍ଲା ସ୍ତରରେ ଅଧିକ ଅଭିଯୋଗ ଶୁଣାଣି କରି ତ୍ୱରିତ ସମାଧାନ ପାଇଁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ବି ଆଜି ଅଭିଯୋଗ ଶୁଣାଣି ହୋଇଛି। ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳମାନେ ଅଭିଯୋଗ ଶୁଣାଣି କରିଛନ୍ତି। ଖୋର୍ଦ୍ଧାରେ ଲୋକେ ଲମ୍ବାଧାଡ଼ିରେ ସକାଳୁ ଛିଡ଼ା ହୋଇ ପ୍ରଶାସନକୁ ଅଭିଯୋଗ ଜଣାଇଥିଲେ। ବିଶେଷ ଭାବେ ଆବାସ, ରାସନ୍ କାର୍ଡ ଭଳି ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଅବଗତ କରିଥିଲେ। ସେହିପରି ଭଦ୍ରକରେ ବି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ୧୨୮ରୁ ଅଧିକ ଅଭିଯୋଗ ଶୁଣାଣି ହୋଇଛି। ତାଛଡ଼ା ବାଲେଶ୍ୱର, ମାଲକାନଗିରି ଭଳି ବିଭିନ୍ନ ଜିଲ୍ଲାରେ ଅଭିଯୋଗ ଶୁଣାଣି ହୋଇଛି।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ