ଭାଙ୍ଗିବ ଉଦ୍ଧବ ସରକାର ! ଫ୍ଲୋରଟେଷ୍ଟ ପାଇଁ ରାଜ୍ୟପାଳଙ୍କୁ ଫଡ୍‌ନାବିସ୍‌ଙ୍କ ନିବେଦନ

ଆସନ୍ତା ଗୁରୁବାର ମହାରାଷ୍ଟ୍ରରେ ଉଦ୍ଧବ ସରକାରର ଭାଗ୍ୟ ନିର୍ଦ୍ଧାରଣ । ଗୁରୁବାର ବହୁମତ ସାବ୍ୟସ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।

Devendra Fadnavis

ଭାଙ୍ଗିବ ଉଦ୍ଧବ ସରକାର, ନୂଆ ସରକାର ଗଠନ କରିବେ ଫଡ୍‌ନାବିସ୍‌ ! ମହାରାଷ୍ଟ୍ର ରାଜନୀତିରେ ହାଇଭୋଲଟେଜ୍‌ ଡ୍ରାମା ଚାଲିଥିବା ବେଳେ ଏବେ ଏଭଳି କିଛି ଆଭାସ୍ ମିଳିଛି । ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟି ଫଡ୍‌ନାବିସ୍‌ ବହୁମତ ସାବ୍ୟସ୍ତ ପାଇଁ ଦାବି କରିବା ପରେ ଆସିଛି ଟ୍ୱିଷ୍ଟ । ରାଜ୍ୟପାଳଙ୍କୁ ଭେଟି ଫଡ଼ନାବିସ ବହୁମତ ସାବ୍ୟସ୍ତ ଦାବି କରିଥିବା ବେଳେ ୮ ଜଣ ନିର୍ଦ୍ଦଳୀୟ ବିଧାୟକ ମଧ୍ୟ ବହୁମତ ସାବ୍ୟସ୍ତ ପାଇଁ ଦାବି କରିଛନ୍ତି । ଇ-ମେଲ ଯୋଗେ ବହୁମତ ସାବ୍ୟସ୍ତ ଦାବି କରିଛନ୍ତି ୮ ନିର୍ଦ୍ଦଳୀୟ ବିଧାୟକ ।

ଫଡ୍‌ନାବିସ୍ କହିଛନ୍ତି ଯେ, ସେ ରାଜ୍ୟପାଳଙ୍କୁ ଭେଟି ଏକ ଚିଠି ଦେଇଛନ୍ତି । ସେଥିରେ ସେ ଲେଖିଛନ୍ତି ଯେ, ୩୯ ଶିବସେନା ବିଧାୟକ, କଂଗ୍ରେସ ଏବଂ ଏନ୍‌ସିପି ସହ ରହିବାକୁ ଚାହୁଁନାହାନ୍ତି । ତେଣୁ ଏଥିରୁ ସ୍ପଷ୍ଟ ଯେ, ସରକାରଙ୍କ ପାଖରେ ବହୁମତ ନାହିଁ । ରାଜ୍ୟପାଳଙ୍କୁ ନିବେଦନ କରାଯାଇଛି ଯେ, ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ନିଜର ବହୁମତ ସାବ୍ୟସ୍ତ କରନ୍ତୁ । ତେଣୁ ଯଥାଶୀଘ୍ର ଫ୍ଲୋର ଟେଷ୍ଟ କରାଯାଉ ।