Advertisment

କୁସୁମଙ୍କ ପ୍ରଶ୍ନ ବାଣ : ୧୪ ମେ ଓ ୨୮ ଜୁନ୍‌ରେ କେଉଁ ସରକାରୀ କାର୍ଯ୍ୟକ୍ରମ ଥିଲା ? କାହିଁକି ସଚିବ ବ୍ୟବହାର କରିଥିଲେ ହେଲିକପ୍ଟର?

କୁସୁମ ଟେଟେ ଆହୁରି ମଧ୍ୟ  ଲେଖିଛନ୍ତି, ଜଣେ ସଚିବ ବାହାଘର ଭୋଜି ଖାଇବା ପାଇଁ, ପାରିବାରିକ ଉତ୍ସବରେ ଯୋଗ  ଦେବା ପାଇଁ ସରକାରୀ ହେଲିକପ୍ଟର ବ୍ୟବହାର କରିପାରିବେ କି ବୋଲି ଗତକାଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଥିଲା । ୧୪ ମେ ଓ ୨୮ ଜୁନ୍ ରେ କେଉଁ ସରକାରୀ କାର୍ଯ୍ୟକ୍ରମ ଥିଲା ଯେ, ମୁଖ୍ୟମନ୍ତ୍ରୀଙ୍କ ସଚିବ ସରକାରୀ ହେଲିକପ୍ଟର ବ୍ୟବହାର କରିଥିଲେ, ତାହା  ଆପଣ ସ୍ପଷ୍ଟ କଲେ ଭଲ ହୁଅନ୍ତା

ଅଦ୍ୟତନ ହୋଇଛି
Kusum Tete

Kusum Tete

Advertisment

ଫାଇଭ-ଟି ସଚିବଙ୍କ ଗସ୍ତରେ ଚପର୍ ବ୍ୟବହାରକୁ ନେଇ ବିଜେଡି-ବିଜେପି ଟୁଇଟର  ୱାର୍ । କୁଚକ୍ରୀ ଗୋଷ୍ଠୀ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି ବୋଲି ଟ୍ୱିଟ୍‌ କରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ । ଲେଖିଛନ୍ତି, କିଏ ହେଲିକପ୍ଟରରେ ଗସ୍ତ ବାବଦକୁ ୩ ଶହ କୋଟି, ତ ଆଉ କିଏ ୫ଶହ କୋଟି ଖର୍ଚ୍ଚ ହୋଇଛି ବୋଲି କହୁଛି । ପ୍ରକୃତରେ ୫  ବର୍ଷରେ ହେଲିକପ୍ଟରରେ ଗସ୍ତ ବାବଦକୁ ପ୍ରାୟ ୫୦ କୋଟି ଟଙ୍କା, ଅର୍ଥାତ୍ ବର୍ଷକୁ ୧୦ରୁ ୧୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସୋସିଆଲ ମିଡିଆରେ ସଫେଇ ଦେଇଛନ୍ତି ଟୁକୁନି । ଆସନ୍ତା ବିଧାନସଭା ଅଧିବେଶନରେ ସେ ଏ ବାବଦରେ ତଥ୍ୟ ରଖିବେ ବୋଲି ପ୍ରକାଶ  କରିଛନ୍ତି।

Advertisment

ଅନ୍ୟପକ୍ଷରେ ବିଜେପି ବିଧାୟିକା କୁସୁମ୍ ଟେଟେ ଟୁଇଟ୍ କରି  ଟୁକୁନିଙ୍କୁ ସମାଲୋଚନା କରିଛନ୍ତି । ଲେଖିଛନ୍ତି, ଜଣେ ଓଡ଼ିଆ ଭାବରେ ରାଜ୍ୟରେ ଯେଉଁ ଭଳି ଶାସନ ବ୍ୟବସ୍ଥା ଚାଲିଛି ତାହା ଆପଣଙ୍କୁ ବ୍ୟଥିତ କରୁନାହିଁ କି? ଅଭିଯୋଗ  ଆସିଥିଲା ସଚିବଙ୍କ ବିରୋଧରେ କିନ୍ତୁ ପ୍ରତିକ୍ରିୟା ଦେଲେ ଆପଣ, ଜଣେ ମନ୍ତ୍ରୀ ।  ଆଜି  ଆପଣଙ୍କ ପ୍ରତିକ୍ରିୟା ପ୍ରମାଣ କରିଦେଲା ଯେ ସଚିବ ବଡ଼ । କୁସୁମ ଟେଟେ ଆହୁରି ମଧ୍ୟ  ଲେଖିଛନ୍ତି, ଜଣେ ସଚିବ ବାହାଘର ଭୋଜି ଖାଇବା ପାଇଁ, ପାରିବାରିକ ଉତ୍ସବରେ ଯୋଗ  ଦେବା ପାଇଁ ସରକାରୀ ହେଲିକପ୍ଟର ବ୍ୟବହାର କରିପାରିବେ କି ବୋଲି ଗତକାଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଥିଲା । ୧୪ ମେ ଓ ୨୮ ଜୁନ୍ ରେ କେଉଁ ସରକାରୀ କାର୍ଯ୍ୟକ୍ରମ ଥିଲା ଯେ, ମୁଖ୍ୟମନ୍ତ୍ରୀଙ୍କ ସଚିବ ସରକାରୀ ହେଲିକପ୍ଟର ବ୍ୟବହାର କରିଥିଲେ, ତାହା  ଆପଣ ସ୍ପଷ୍ଟ କଲେ ଭଲ ହୁଅନ୍ତା । ତାସହ ପଚାରିଛନ୍ତି, ୨ଟି ବିଭାଗର ମନ୍ତ୍ରୀ ଭାବେ ଆପଣ କେତେଥର ସରକାରୀ ହେଲିକପ୍ଟର ବ୍ୟବହାର କରିପାରିଛନ୍ତି? ତେବେ ଟ୍ୱିଟର ୱାରକୁ ନେଇ ଏବେ ରାଜ୍ୟ ରାଜନୀତିରେ ଜୋର ଧରିଛି ଚର୍ଚ୍ଚା ।

BJD BJP Politics Minister Tukuni Sahu Kusum Tete
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ