Advertisment

ପଞ୍ଚାୟତ ସଂରକ୍ଷଣ ଚିଠା ତାଲିକାକୁ ନେଇ ବଢୁଛି ଅସନ୍ତୋଷ

ସଂରକ୍ଷଣକୁ ନେଇ ବଢୁଛି ଅସନ୍ତୋଷ, ଆଇନ ଅନୁସାରେ ସଂରକ୍ଷଣ କରାଯାଇଥିବା ଶାସକ ଦଳ ପ୍ରତିକ୍ରିୟା ଦେଇ କହିଛି

ଅଦ୍ୟତନ ହୋଇଛି
OBC Reservation

OBC Reservation

Advertisment

ପଞ୍ଚାୟତ ସଂରକ୍ଷଣ ଚିଠା ତାଲିକାକୁ ନେଇ ତୀବ୍ର ହେଉଛି ଅସନ୍ତୋଷ। ଅନୁସୂଚିତ ଜନଜାତି ସଂରକ୍ଷଣ ତାଲିକାରେ ତ୍ରୁଟି ଥିବା ଦର୍ଶାଇ ବଲାଙ୍ଗିରରେ ଆଦିବାସୀଙ୍କ ବିରାଟ ମେଳି, ପୋଲିସ ସହ ଧସ୍ତାଧସ୍ତି ବି ହୋଇଛି। ତେଣେ ଅନୁସୂଚିତ ଜାତି ଓ ପଛୁଆବର୍ଗଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ ଆଣି ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପି ପ୍ରତିବାଦ କରିଛି। ସଂରକ୍ଷଣ ଚିଠା ତାଲିକାରେ ତ୍ରୁଟି ଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ। ୭ ତାରିଖ ସୁଦ୍ଧା ତାଲିକାରେ ସଂଶୋଧନ କରାନଗଲେ କୋର୍ଟକୁ ଯିବାକୁ ଚେତାବନୀ ଦେଇଛନ୍ତି। ତେବେ ଆଇନ ଅନୁସାରେ ସଂରକ୍ଷଣ କରାଯାଇଥିବା ବିଜେଡି କହିଛି।

Advertisment

ବିକ୍ଷୋଭ, ସମାବେଶ, ପୋଲିସ ସହ ଧସ୍ତାଧସ୍ତି ହୋଇଛି। ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ବାଲଙ୍ଗିରରେ ତାତିଲେ ଆଦାବୀସୀ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ ହେଲେ। ସରକାରୀ ବିଜ୍ଞାପନ ଚିରା ବି ହେଲା। ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ଚିଠା ତାଲିକାକୁ ବିରୋଧ କରି ବଲାଙ୍ଗିର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଏକାଠି ହୋଇଥିଲେ ହଜାର ହଜାର ଆଦିବାସୀ। ପାରମ୍ପରିକ ଅସ୍ତ୍ରଶସ୍ତ୍ର ସାଙ୍ଗକୁ ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ କରିବା ସହ ସଂରକ୍ଷଣ ଚିଠା ତାଲିକା ପରିବର୍ତ୍ତନ କରିବାକୁ ଦାବି କରିଥିଲେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ଆସନ ଅନୁସୂଚିତ ଜାତି ଲାଗି ସଂରକ୍ଷିତ ରଖିବାକୁ ଦାବି କରିଛି ଜିଲ୍ଲା ଆଦିବାସୀ ସଂଘ। ଅକ୍ଟବୋର ୮ ତାରିଖରେ ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକା ଲାଗୁ କରାଯାଉ ବୋଲି ସଂଘ କହିଛି।

ଏପଟେ ସଂରକ୍ଷଣ ଚିଠା ତାଲିକାରେ ଭୁଲ୍ ଥିବା ଦର୍ଶାଇ ଖୋର୍ଦ୍ଧା ବେଗୁନିଆ ବ୍ଲକ ପୋଡାଡିହ ପଞ୍ଚାୟତରେ ସ୍ଥାନୀୟ ଲୋକ ଧାରଣା ଦେଇଥିଲେ। ବେଗୁନିଆ ବ୍ଲକରେ ଥିବା ୨୧ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଆସନ ସଂରକ୍ଷଣରେ ପକ୍ଷପାତିତା ଅଭିଯୋଗ ଆସିଛି। କେବଳ ବଲାଙ୍ଗିର କି ଖୋର୍ଦ୍ଧା ନୁହେଁ ସାରା ରାଜ୍ୟରେ ସଂରକ୍ଷଣକୁ ନେଇ ବଢିବାରେ ଲାଗିଛି ଅସନ୍ତୋଷ।

Advertisment

ତେଣେ ଅନୁସୂଚିତ ଜାତି ଓ ପଛୁଆ ବର୍ଗଙ୍କୁ ଅବହେଳା କରାଯାଇଥିବା ଅଭିଯୋଗରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ପ୍ରତିବାଦ କରିଛି ବିଜେପି। ସଂରକ୍ଷଣ ତାଲିକାରୁ ବାଦ ପଡିବା ପରେ ପଛୁଆବର୍ଗ ଅସନ୍ତୋଷ ଥିଲେ । ଏବେ ଅନୁସୂଚିତ ଜନଜାତି ବି ଅସନ୍ତୋଷ ପ୍ରକାଶ କରିଛନ୍ତି। ଯାହାକୁ ନେଇ ତେଜିଛି ରାଜନୀତି । ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ତାଲିକା ପାଇଁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। କଂଗ୍ରେସ ଆଇନର ଆଶ୍ରୟ ନେବାକୁ ଧମକ ଦେଇଥିବା ବେଳେ ସଂରକ୍ଷଣ ତାଲିକାକୁ ନେଇ ଅନେକ ମାମଲା ରୁଜୁ ହେବ ବୋଲି କହିଛି। ବିଜେପି ବିଜେଡି ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି।

କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପଛୁଆବର୍ଗ ସଂରକ୍ଷଣରୁ ବାଦ୍ ପଡିଲେ ଏହାପରେ ନୂଆ ଚିଠା ତାଲିକା ଆସିଛି। ତେବେ ଏଥିରେ ଯେଭଳି ପରିବର୍ତ୍ତନ କରାଯାଇଛି ତାକୁ ନେଇ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି। ଆଜି ଆପତ୍ତି ଅଭିଯୋଗ ଦାଖଲର ଶେଷ ଦିନ ହୋଇଥିବା ବେଳେ ୭ରେ ପ୍ରକାଶ ପାଇବ ଚୂଡାନ୍ତ ସଂରକ୍ଷଣ ତାଲିକା। ଏହା ବିବାଦକୁ ଆହୁରି ତୀବ୍ର କରିବା ଆଶଙ୍କା କରାଯାଉଛି।

Advertisment
OBC Reservation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ