Advertisment

ଅଣ ଅନୁସୂଚିତଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ, ସୂଚନା ଜାରି କଲେ ରାଜସ୍ୱ ମନ୍ତ୍ରୀ

ଅନୁସୂଚିତ ଜନଜାତିଙ୍କୁ ଏନେଇ ଗତ କ୍ୟାବିନେଟରେ ମିଳିଥିଲା ଅନୁମତି,ବିବାଦ ପରେ ସରକାର ନିଷ୍ପତ୍ତି ସ୍ଥଗିତ ରଖିଥିବା ସୂଚନା

ଅଦ୍ୟତନ ହୋଇଛି
 Sudam Marndi

Sudam Marndi

Advertisment

ଅନୁସୂଚିତ ଜନଜାତିଙ୍କ ଜମି କିଣାବିକା କ୍ୟାବିନେଟ ନିଷ୍ପତ୍ତି ଉପରେ ଲାଗିଲା ରୋକ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କ୍ୟାବିନେଟ ନିଷ୍ପତ୍ତି ଉପରେ ରୋକ ଲାଗିଥିବା ସେ ସୂଚନା ଦେଇଛନ୍ତି। ଗତ ୧୪ ତାରିଖରେ ହୋଇଥିବା କ୍ୟାବିନେଟ ବୈଠକରେ ଅନୁସୂଚିତ ଜନଜାତିଙ୍କ ଜମି କିଣାବିକା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିଲା ।

Advertisment

ନିଷ୍ପତ୍ତି ଅନୁଯାୟୀ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତି ଜଣେ ଅଣ ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସଂପତ୍ତି ହସ୍ତାନ୍ତର କରିପାରିବେ । କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କ ଉଚ୍ଚ ଶିକ୍ଷା, ଆତ୍ମ ନିଯୁକ୍ତି, ବ୍ୟବସାୟ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁସୂଚିତ ଜନଜାତି ସମ୍ପତ୍ତି ହସ୍ତାନ୍ତର କରିପାରିବେ। ଏଥିପାଇଁ ଉପଜିଲ୍ଲାପାଳଙ୍କ ଲିଖିତ ଅନୁମତି ଦରକାର ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏହାକୁ ବିରୋଧୀ ବିଜେପି ଓ କଂଗ୍ରେସ ସମେତ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ...

ବିରୋଧୀଙ୍କ ଚାପ ପରେ ସରକାର ଏହି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ତେବେ ନିଷ୍ପତ୍ତି ସଂପୂର୍ଣ୍ଣ ପ୍ରତ୍ୟାହାର ନହେଲେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ବିରୋଧୀ । ...   

Advertisment

Revenue Minister Sudam Marndi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ