Mahua Maitra
ସାଂସଦ ପଦରୁ ମହୁଆ ମୈତ୍ରଙ୍କୁ କରାଯାଇପାରେ ବରଖାସ୍ତ। ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କୁ ଅଯୋଗ୍ୟ ଘୋଷଣା ସହ ସାଂସଦ ପଦରୁ ବରଖାସ୍ତ କରାଯାଇପାରେ । ପ୍ରଶ୍ନ ପାଇଁ ଲାଞ୍ଚ ମାମଲାର ତଦନ୍ତ ପାଇଁ ଗଠିତ ପାର୍ଲାମେଣ୍ଟ ଏଥିକ୍ସ କମିଟି ଏହି ସୁପାରିସ କରିଛି।
ଏନେଇ କମିଟିର ସଦସ୍ୟଙ୍କୁ ମିଳିଥିବା ୫ ଶହ ପୃଷ୍ଠାର ରିପୋର୍ଟରେ ଉଲ୍ଲେଖ ରହିଛି । ଆଜି (ଗୁରୁବାର) ବସିବାକୁ ଥିବା ବୈଠକରେ ବିଧିବଦ୍ଧ ସୂଚନା ଜାରି ହୋଇପାରେ। ସାଂସଦ ମହୁଆ ମୈତ୍ରଙ୍କ କାର୍ଯ୍ୟକଳାପ ଅତ୍ୟନ୍ତ ଅଗ୍ରହଣୀୟ, ଅନୈତିକ, ଘୃଣ୍ୟ, ଅପରାଧିକ ବୋଲି କମିଟି ମତ ଦେଇଛନ୍ତି ।
ତେଣୁ ତାଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନେବାକୁ କମିଟି ସୁପାରିସ କରିଛି । ମହୁଆ ବନ୍ଧୁ ବ୍ୟବସାୟୀଙ୍କୁ ସଂସଦର ଲଗ୍ ଇନ ପାସୱାର୍ଡ ଦେବା ଅଭିଯୋଗ ମଧ୍ୟ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699503471.jpg)