Advertisment

'ସର୍ବସାଧାରଣରେ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ'

ଓଡ଼ିଆଙ୍କ ଗର୍ବ ତଥା ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟକୁ ନେଇ ଓଡ଼ିଶାରେ ବି ତୀବ୍ର ପ୍ରତିକ୍ରିୟା।

undefined

President Of India

Advertisment

ରାଷ୍ଟ୍ରମୁଖ୍ୟଙ୍କୁ ତାଚ୍ଛଲ୍ୟ। ମହାମହିମଙ୍କୁ ଅପମାନ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଏଭଳି ଅପମାନ ସୂଚକ ମନ୍ତବ୍ୟ ଦେଉଛନ୍ତି ପଶ୍ଚିମବଙ୍ଗର ମତ୍ସ୍ୟ ବିଭାଗ ମନ୍ତ୍ରୀ ଅଖିଳ ଗିରି। ନନ୍ଦିଗ୍ରାମରେ ଗତକାଲି ଅପରାହ୍ନରେ ଏକ ଜନସଭାରେ ଅଖିଳ କହିଥିଲେ-ରାଷ୍ଟ୍ରପତିଙ୍କ ଚେୟାରକୁ ସମ୍ମାନ ଦେଉଛୁ, ହେଲେ ଆମ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି ? ବ୍ୟଙ୍ଗାତ୍ମକ ଢ଼ଙ୍ଗରେ ତାଙ୍କର ଏ ପ୍ରଶ୍ନକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ।

Advertisment

ଖୋଦ୍ ଅଖିଳଙ୍କ ରାଜ୍ୟର ରାଜଧାନୀ କୋଲକାତା ସମେତ ନନ୍ଦିଗ୍ରାମ ଓ ଦୀଘା ଆଦି ସ୍ଥାନରେ ବିଜେପି ରାସ୍ତାକୁ ଓହ୍ଲାଇଛି ଓ ଅଖିଳଙ୍କୁ ଗିରଫ ଦାବିରେ ଜୋରଦାର ବିକ୍ଷୋଭ କରିଛି। ଅଖିଳଙ୍କୁ ଜଣେ ରାଷ୍ଟ୍ରଦ୍ରୋହୀ ଦର୍ଶାଇ ତାଙ୍କ କୁଶପୁତ୍ତଳିକା ବି ଦାହ କରିଛି ଭାରତୀୟ ଜନତା ପାର୍ଟି। ଏପଟେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଅଖିଳଙ୍କ ମନ୍ତବ୍ୟ ଉପରେ କଡ଼ା ଆପତ୍ତି ଉଠାଇ ତାଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର ପାଇଁ ଦାବି କରିଛନ୍ତି।

ଅର୍ଜୁନ ମୁଣ୍ଡା ଅଭିଯୋଗ କହିଛନ୍ତି -ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ହେବାକୁ TMC ସହଜରେ ହଜମ କରିପାରୁନି। ଅଖିଳଙ୍କ ଅଭଦ୍ରାମୀ ପାଇଁ ନିଜେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସର୍ବସାଧାରଣରେ କ୍ଷମା ମାଗନ୍ତୁ। ଏଣେ ଘଟଣାକୁ ନେଇ ଜାତୀୟ ମହିଳା କମିଶନଙ୍କୁ ବି ଚିଠି ଲେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ପଶ୍ଚିମବଙ୍ଗ ବିଜେପି। ଅଖିଳଙ୍କ ବିଧାୟକ ପଦ ରଦ୍ଦ ପାଇଁ ବି ଦାବି କରିଛି ପଦ୍ମ ଦଳ।

Advertisment

ଏଣେ ଓଡ଼ିଆଙ୍କ ଗର୍ବ ତଥା ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅପମାନ ସୂଚକ ମନ୍ତବ୍ୟକୁ ନେଇ ଓଡ଼ିଶାରେ ବି ତୀବ୍ର ପ୍ରତିକ୍ରିୟା। ନୟାଗଡ଼ର ଓଡ଼ଗାଁରେ ବିଜେପି ସାଂଗଠନିକ ସମାବେଶରେ ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ସହ କୁଶପୁତ୍ତଳିକା ଦାହ। ରାଜ୍ୟ ବିଜେପି ମୁଖ୍ୟାଳୟରୁ ଶୋଭାଯାତ୍ରାରେ ଯାଇ ଅଖିଳଙ୍କୁ ଗିରଫ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା।

ସେହିପରି କ୍ୟାପିଟାଲ ଥାନାରେ ଭୁବନେଶ୍ୱର ଜିଲ୍ଲା ବିଜେପି ଏସଟି ମୋର୍ଚ୍ଚା, ସୁନ୍ଦରଗଡ଼ ଥାନାରେ ବିଧାୟିକା କୁସୁମ ଟେଟେ ଓ ତଳସରା ଥାନାରେ ଏତଲା ଦେଇଛନ୍ତି ବିଧାୟକ ଭବାନୀ ଶଙ୍କର ଭୋଇ ରାଷ୍ଟ୍ରପତିଙ୍କ ପ୍ରତି ଏଭଳି ଆପତ୍ତିଜନକ ମନ୍ତବ୍ୟକୁ ବିଜେଡି ଓ କଂଗ୍ରେସ ବି ନିନ୍ଦା କରିଛନ୍ତି।

Advertisment

ନିଜ ମନ୍ତବ୍ୟକୁ ନେଇ ଚାରିଆଡୁ ବଢୁଥିବା ଷଣ୍ଢୁଆସି ଆକ୍ରମଣ ଦେଖି, ୟୁ ଟର୍ଣ୍ଣ ମାରିଛନ୍ତି ମନ୍ତ୍ରୀ ଅଖିଳ ଗିରି।  କହିଛନ୍ତି ସେ ଅନୁତପ୍ତ, ରାଷ୍ଟ୍ରପତି ଓ ସମ୍ବିଧାନକୁ ସମ୍ମାନ ଦିଅନ୍ତି। ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଏକ ବୟାନରେ କ୍ରୋଧାନ୍ୱିତ ହୋଇ ଏପରି ମନ୍ତବ୍ୟ ଦେଇଥିଲେ। ତେଣେ ଅଖିଳଙ୍କ ନିଜ ଦଳ ଟିଏମସି ବି ଏଭଳି ମନ୍ତବ୍ୟକୁ କଡ଼ା ନିନ୍ଦା କରୁଥିବା ଟ୍ୱିଟ୍ କରି ଜଣାଇଛି। ଦଳ କହିଛି-ରାଷ୍ଟ୍ରପତିଙ୍କ ପ୍ରତି ତୃଣମୂଳ କଂଗ୍ରେସର ଯଥେଷ୍ଟ ସମ୍ମାନ ରହିଛି। ନାରୀ ସଶକ୍ତୀକରଣ ଯୁଗରେ ଏଭଳି ନାରୀବିଦ୍ୱେଷ ମନ୍ତବ୍ୟ ଆଦୌ ଗ୍ରହଣନୀୟ ନୁହେଁ।

ପୂର୍ବରୁ ଗତ ଜୁଲାଇ ମାସରେ ସେହି ପଶ୍ଚିମବଙ୍ଗର ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ବି ରାଷ୍ଟ୍ରପତିଙ୍କ ପ୍ରତି ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ। ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ବୋଲି ସମ୍ବୋଧନ କରି ହରଡ଼ ଘଣାରେ ପଡ଼ିଥିଲେ। ଚାରିଆଡୁ ପ୍ରତିବାଦ ପରେ ନିଜେ ରାଷ୍ଟ୍ରପତିଙ୍କୁ ଚିଠି ଲେଖି କ୍ଷମା ମାଗିଥିଲେ।

President Draupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ