ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ

ଫୋନ୍ କଲ୍ ଯୋଗେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ଦିଆଯାଇଛି ।

Baijayant Panda

ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ ମିଳିଛି । ଫୋନ୍ କଲ୍ ଯୋଗେ ଧମକ ମିଳିଥିବା ପୋଲିସ୍‌ରେ ଅଭିଯୋଗ ହୋଇଛି । ବୈଜୟନ୍ତଙ୍କ ଜଣେ ସହଯୋଗୀ ଉକ୍ତ ଫୋନ୍ କଲ୍ ରିସିଭ୍ କରିଥିଲେ । ନବ ଦାସଙ୍କ ଭଳି ବୈଜୟନ୍ତ ସମାନ ଦଶା ଭୋଗିବେ କହିଥିଲେ କଲର୍ । 

ଧମକ କଲ୍ ନେଇ ଦିଲ୍ଲୀ ପୋଲିସରେ ଏତଲା କରାଯାଇଛି । ଏହା ସତ କି ପ୍ରାଙ୍କ୍ କଲ୍ ଜଣାପଡ଼ିବା ସମ୍ଭବ ନଥିବାରୁ ଏତଲା ହୋଇଛି । ଏନେଇ ଦିଲ୍ଲୀ ପୋଲିସ ତଦନ୍ତ କରୁଥିବା ବୈଜୟନ୍ତଙ୍କ ଅଫିସ ସୂତ୍ରରୁ ସୂଚନା ମିଳିଛି ।