Advertisment

‘ମୋ ଲେଖା ନେଇ ଦଳର ମୁଖ୍ୟ ମୋତେ କିଛି କହିନାହାନ୍ତି’

ଜନ୍ମଦିନର ଅନୁଚିନ୍ତା ପ୍ରସଙ୍ଗରେ ନିଜ ଖବରକାଗଜରେ ସମ୍ପାଦକୀୟ ଲେଖି ପୁଣି ଚର୍ଚ୍ଚାକୁ ଆସିଥିବା ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଆଜି ପ୍ରତିକ୍ରିୟା ରଖିଛନ୍ତି।

ଅଦ୍ୟତନ ହୋଇଛି
Those who are criticizing have not read the article properly says BJD MLA Soumya Ranjan Patnaik

Those who are criticizing have not read the article properly says BJD MLA Soumya Ranjan Patnaik

Advertisment

ଜନ୍ମଦିନର ଅନୁଚିନ୍ତା ପ୍ରସଙ୍ଗରେ ନିଜ ଖବରକାଗଜରେ ସମ୍ପାଦକୀୟ ଲେଖି ପୁଣି ଚର୍ଚ୍ଚାକୁ ଆସିଥିବା ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଆଜି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହି ଲେଖାକୁ ନେଇ ତାଙ୍କ ଦଳ ପକ୍ଷରୁ ତାଙ୍କୁ ଏଯାଏ କିଛି କୁହାଯାଇ ନାହିଁ। ତେବେ ସେ ଲେଖାରେ ବୃତ୍ତି, ମାଟି ଓ ପାର୍ଟି କଥା କହିଛନ୍ତି। ଯେଉଁମାନେ ଚର୍ଚ୍ଚା କରୁଛନ୍ତି, ସେମାନେ ବୋଧେ ପଢ଼ିନାହାନ୍ତି।

Advertisment

‘ଖବରକାଗଜ ମୋର ବ୍ୟକ୍ତିଗତ ନୁହେଁ, ଗ୍ରାହକ ଓ ପାଠକଙ୍କ ସମ୍ପତ୍ତି। ସେମାନଙ୍କ ସ୍ୱାଭିମାନ ପାଇଁ ଯଦି ମୋ ପାର୍ଟି ବନ୍ଧା ପଡ଼େ ତେବେ ସେଥିରେ ମୋର କିଛି ଆପତ୍ତି ନାହିଁ। ପାର୍ଟି ପାଇଁ ମାଟିକୁ ଭୁଲିଯିବା କୌଣସି ବୁଦ୍ଧିମାନ ବ୍ୟକ୍ତିର କାମ ନୁହେଁ। ମୋ ଲେଖା ନେଇ ଦଳର ମୁଖ୍ୟ ତ ମୋତେ କିଛି କହିନାହାନ୍ତି’ ବୋଲି ସୌମ୍ୟ ରଞ୍ଜନ କହିଛନ୍ତି। ନିଜ ଦୈନିକ ଖବର କାଗଜରେ ଗତକାଲି ସୌମ୍ୟ ରଞ୍ଜନଙ୍କ ଜନ୍ମଦିନର ଅନୁଚିନ୍ତା ଶୀର୍ଷକ ଲେଖାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା। ଯେଉଁଥିରେ ସୌମ୍ୟ ରଞ୍ଜନ- ପୁଣି 5T ସଚିବଙ୍କୁ ନିଶାନା କରିଥିଲେ। 

ସେପଟେ ସୌମ୍ୟଙ୍କ ସମ୍ପାଦକୀୟକୁ ନେଇ ଥମୁନି ରାଜନୈତିକ ପ୍ରତିକ୍ରିୟା। ଦଶପଲ୍ଲାର ବିଜେଡି ବିଧାୟକ ରମେଶ ବେହେରା କହିଛନ୍ତି ଯେ, ସରକାର ଓ ପ୍ରଶାସନ ଯେଉଁଭଳି ଢଙ୍ଗରେ ଲୋକାଭିମୁଖୀ ହୋଇଛି ଏଥିରେ ଲୋକେ ଖୁସି। ସୌମ୍ୟଙ୍କ ଆଲେଖ୍ୟ ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ସମସ୍ତେ ଜାଣନ୍ତି ଓଡ଼ିଶାରେ ମାଫିଆ ରାଜ୍‌ ଚାଲିଛି, କାହାକୁ ଅଛପା ନାହିଁ। ମିଛ ଜିରୋ ଟଲେରାନ୍ସ କୁହାଯାଉଛି, ସବୁ କ୍ଷେତ୍ରରେ ଦୁର୍ନୀତି ଚାଲିଛି। 

Advertisment

‘ଦୁର୍ନୀତିକୁ କେବଳ ବରଦାସ୍ତ କରାଯାଉନି, ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦିଆଯାଉଛି। ସୌମ୍ୟ ସରକାରୀ ଦଳର ହେଲେ ବି ତାଙ୍କର ସତସାହସ ଅଛି, କହୁଛନ୍ତି’ ବୋଲି ନରସିଂହ କହିଛନ୍ତି। ସେପଟେ ସୌମ୍ୟଙ୍କ ଆଲେଖ୍ୟ ନେଇ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ମନ୍ତବ୍ୟ ରଖିଛନ୍ତି। ରାଜନୈତିକ ଦଲାଲ କେବେ ନଥିଲେ କି ବୋଲି ପ୍ରଶ୍ନ କଲେ ପାଟ୍ଟଶାଣୀ। ସେ କହିଛନ୍ତି ଯେ, ‘ରାଜନୈତିକ ଦଲାଲ କେବେ ନଥିଲେ ଯେ ଏବେ ନୂଆ ହୋଇଗଲେ। ଯିଏ ଲେଖିଛନ୍ତି ସେ ଜାଣିଥିବେ କାହାପାଇଁ କହୁଛନ୍ତି।’

ସେହିପରି ସୌମ୍ୟଙ୍କ ଲେଖାକୁ ବ୍ୟକ୍ତିଗତ ମତ ବୋଲି ବିଧାୟକ ଅରବିନ୍ଦ ଢାଲି କହିଛନ୍ତି। ସେ କହିଛନ୍ତି, ‘ଦଲାଲମାନେ ନୁହଁନ୍ତି, ରାଜନୈତିକ ଲୋକ ହିଁ ରାଜନୀତି କରୁଛନ୍ତି। କେଉଁ ଟିମ୍‌ ଓଡ଼ିଶାକୁ ଚଲାଉ ନାହାନ୍ତି, ଓଡ଼ିଶା ଠିକ୍‌ଠାକ୍‌ ଚାଲିଛି। ସୌମ୍ୟଙ୍କ ମନ୍ତବ୍ୟ ଦଳ ପାଇଁ ଅଡୁଆ ହେବାର ପ୍ରଶ୍ନ ଉଠୁନି।’ 

Advertisment
Soumya Ranjan Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ