Advertisment

‘ଓଡ଼ିଶାରେ ଚାଲିଛି ପାର୍ଟନରସିପ୍ ସରକାର, ଜଣେ ‘P’ଙ୍କ ନାଁରେ ଅନ୍ୟ ଜଣେ ‘P’ ଚଳାଉଛନ୍ତି ରାଜ୍ୟ’

ଓଡ଼ିଶାରେ ଚାଲିଛି ବିଜେପି-ବିଜେଡି ପାର୍ଟନରସିପ୍ ସରକାର ! ନବୀନ ଓ ମୋଦିଙ୍କ ସହଭାଗିତାରେ ସରକାର ଚାଲିଛି ! ୨ ଜଣ ଯାକ ଏକାଠି ମିଶି କାମ କରୁଛନ୍ତି !

undefined

partnership govt in Odisha

Advertisment

ଓଡ଼ିଶାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବେଳେ ବିଜେପି ଓ ବିଜେଡିକୁ ରାହୁଲ ଗାନ୍ଧିଙ୍କ ଟାର୍ଗେଟ୍। କହିଛନ୍ତି ଓଡ଼ିଶାରେ ପାର୍ଟନରସିପ୍ ସରକାର ଚାଲିଛି । ଦେଶରେ ସବୁଠୁ ଅଧିକ ବେରୋଜଗାରୀ ଓଡ଼ିଶାରେ ଅଛି। ସେହିପରି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ବି ଉଭୟ ଦଳକୁ ନିଶାନା କରି ଓଡ଼ିଶାକୁ ଦୁଇ ‘P’ ଚଳାଉଥିବା ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି। ଯାହାର ଜବାବ ରଖିଛନ୍ତି ଉଭୟ ବିଜେପି ଓ ବିଜେଡି।

Advertisment

ଓଡ଼ିଶାରେ ଚାଲିଛି ବିଜେପି-ବିଜେଡି ପାର୍ଟନରସିପ୍ ସରକାର ! ନବୀନ ଓ ମୋଦିଙ୍କ ସହଭାଗିତାରେ ସରକାର ଚାଲିଛି ! ୨ ଜଣ ଯାକ ଏକାଠି ମିଶି କାମ କରୁଛନ୍ତି ! ଯାହାକି ପାର୍ଲାମେଣ୍ଟରେ ବି ଦେଖିବାକୁ ମିଳୁଛି । ଏମାନଙ୍କ ବିରୋଧରେ କେବଳ କଂଗ୍ରେସ ପାର୍ଟି ହିଁ ଲଢୁଛି। ଓଡ଼ିଶାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନରେ ଆଜି ରାଉରକେଲାର ପାନପୋଷ ସଭାରେ ଏଭଳି ଢଙ୍ଗରେ ନିଶାନା କରିଛନ୍ତି ରାହୁଲ ଗାନ୍ଧି। ରାହୁଲ କହିଛନ୍ତି-ଓଡ଼ିଶାରୁ ୩୦ ଲକ୍ଷ ଲୋକ ବାହାର ରାଜ୍ୟକୁ କାମ ପାଇଁ ଯାଇଛନ୍ତି। ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କ ପ୍ରତି ଏଠି ଅତ୍ୟାଚାର ହେଉଛି । ଦେଶରେ ସବୁଠୁ ଅଧିକ ବେକାରୀ ଓଡ଼ିଶାରେ। ଏଠି ବହୁ ଶିଳ୍ପ ପ୍ରତିଷ୍ଠାନ ବନ୍ଦ ଅଛି ଓ ବେରୋଜଗାରୀ ବଢ଼ିଛି। ବାହାରୁ ଓଡ଼ିଶାକୁ ଲୁଟିବାକୁ ୩୦ କୋଟିପତି ଆସିଛନ୍ତି।

ଏଣେ ରାହୁଲଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଅବସରରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ପ୍ରେସମିଟ୍ କରି ଉଭୟ ବିଜେପି ଓ ବିଜେଡିକୁ ନିଶାନା କରିଛନ୍ତି। ଜୟରାମ କହିଛନ୍ତି ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ। ଦିଲ୍ଲୀରେ ପ୍ରତି କ୍ଷେତ୍ରରେ ବିଜେପିକୁ ବିଜେଡି ସହଯୋଗ କରିଆସୁଛି। ଏଠି କେବଳ ଲୋକ ଦେଖାଣିଆ ଲଢ଼େଇ କରୁଛନ୍ତି। ଉଭୟ ଦଳ ମଧ୍ୟରେ କେବଳ D ଏବଂ P ତଫାତ୍ ରହିଛି। ସେହିପରି ଗୋଟିଏ ଦଳରେ ଡବଲ୍ ପି’ ଅଛନ୍ତି, ଜଣେ P’ଙ୍କ ନାଁରେ ଅନ୍ୟ ଜଣେ P’ ରାଜ୍ୟ ଚଳାଉଥିବା ଜୟରାମ ଅଭିଯୋଗ କରିଛନ୍ତି। ବିଜେପି କିନ୍ତୁ କଂଗ୍ରେସର ଏ ଅଭିଯୋଗକୁ ସିଧାସଳଖ ଖଣ୍ଡନ କରି କହିଛି, ଓଡ଼ିଶାରେ ବିଜେପି-ବିଜେଡି ନୁହେଁ ବରଂ ବିଜେଡି-କଂଗ୍ରେସ୍ ପାର୍ଟନର। ସେହିପରି ବିଜେଡି ମଧ୍ୟ କଡ଼ା ପ୍ରତିକ୍ରିୟା ରଖି କହିଛି- ବିଜେଡି ଓଡ଼ିଶାବାସୀଙ୍କ ହୃଦୟ ଭିତରେ ଅଛି। କେହି ଗୋଟିଏ ଦିନ ପଦଯାତ୍ରାରେ ଆସି ମିଥ୍ୟା କଥା କହି ହୀନ ରାଜନୀତି କଲେ, ତା’ର କୌଣସି ଫରକ ପଡ଼ିବନି।

Advertisment

ସେପଟେ ଓଡ଼ିଶାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନରେ ଆଜି ରାହୁଲ ଗାନ୍ଧି ରାଉରକେଲାର ଉଦିତନଗର ଛକରୁ ପାନପୋଷକୁ ଶୋଭାଯାତ୍ରାରେ ଯାଇଥିଲେ। ଏହି ସମୟରେ ଗାଡ଼ି ଉପରକୁ ଏକ କୁନି ଝିଅକୁ ଡାକି ଚକୋଲେଟ୍ ଦେବା ସହ ଫଟୋ ପୋଜ୍ ବି ଦେଇଥିଲେ। ପଦଯାତ୍ରା ବାଟରେ ବେଦବ୍ୟାସ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବି ଭେଟିଥିଲେ ରାହୁଲ ଗାନ୍ଧି।

Odisha Congress Rourkela Rahul Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ