Advertisment

‘ବିଭିନ୍ନ ଜାଗାରେ ମୂଷା ଥିଲେ, ସେଥିପାଇଁ ବିଜେଡି ହାରିଲା’

ଅନେକ ଜାଗାରେ ବିଜେଡି ହିଁ ବିଜେଡିକୁ ହରାଇବାକୁ ଲାଗିଥିଲା । ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ କିଛି ଏଭଳି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁ।

ଅଦ୍ୟତନ ହୋଇଛି
 Nrusingha Charan Sahu

Nrusingha Charan Sahu

Advertisment

ବିଜେଡିକୁ ହରାଇଛି ବିଜେଡି। ଏଥର ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ କିଛି ଏଭଳି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁ। ଅନେକ ଜାଗାରେ ବିଜେଡି ହିଁ ବିଜେଡିକୁ ହରାଇବାକୁ ଲାଗିଥିଲା। ବିଭିନ୍ନ ଜାଗାରେ ମୂଷା ଥିଲେ, ସେଥିପାଇଁ ବିଜେଡି ହାରିଲା। ଖାଲି ଏତିକି ନୁହେଁ ବିଜେଡି ଲୋକ ଭୋଟ୍ ପଛରେ ଯେତିକି ଲାଗି ନଥିଲେ ବିଜେଡି ପ୍ରାର୍ଥୀଙ୍କୁ ହରାଇବାକୁ ସେତିକି ଲାଗିଥିଲେ ବୋଲି କହିଛନ୍ତି।

Advertisment

ଏହି ଗୋଟିଏ ଦୁଇଟି କାରଣ ନୁହେଁ ବିଜେଡି ହାରିବାର ଏକାଧିକ କାରଣ ସେ ଜଣାଇଛନ୍ତି। ବହୁ ଦିନ ଧରି କ୍ଷମତାରେ ରହିବା ପରେ ଟିକିଏ ଅଳସୁଆ, ମନମୁଖୀ, ଖାମଖିଆଲି ହୋଇଛନ୍ତି। ଆମେ ଜିତିଛୁ, ଜିତିବୁ ଏହି ଓଭର୍ କନଫିଡେନ୍ସ ପାଇଁ ନେତାମାନେ ଢିଲା ପଡ଼ିଗଲେ ବୋଲି ଦୋହରାଇଛନ୍ତି ନୃସିଂହ। 

ଏହାପୂର୍ବରୁ ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ମୂଷା ଉପାଖ୍ୟାନ କହିଥିଲେ। ପୂର୍ବତନ ଚୌଦ୍ବାର-କଟକ ବିଧାୟକ ପ୍ରଭାତ ବିଶ୍ବାଳ ବି ଦଳର କାର୍ଯ୍ୟ ଧାରାକୁ ନେଇ ବର୍ଷିଥିଲେ । ସମୟ ବିତିବା ସହ ପ୍ରତିଦିନ ବିଜେଡି ବିରୋଧରେ ଜଣେ ଜଣେ ବରିଷ୍ଠ ନେତା ବିଷୋଦଗାର୍ କରୁଛନ୍ତି।

Advertisment

ଗତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ କନ୍ଦଳ ତେଜିବାରେ ଲାଗିଛି। ପରାଜୟର କୌଣସି ସମୀକ୍ଷା କିମ୍ବା କାର୍ଯ୍ୟାନୁଷ୍ଠାନ ନହେବା ପରେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶଙ୍କୁ ନେଇ ଅସନ୍ତୋଷ ବଢୁଛି। ଆଗକୁ ଏମିତି କନ୍ଦଳ ଲାଗି ରହିଲେ ଦଳ ପାଇଁ ଅଡୁଆ ବୋଲି କହିଛନ୍ତି ରାଜନୀତିକ ବିଶେଷଜ୍ଞ। ସବୁଠୁ ବଡ଼ କଥା ହେଲା, ପୁରୁଣା ପଦାଧିକାରୀକୁ ବାତିଲ କରି ବିଜେଡିରେ ନୂଆ କମିଟି ପ୍ରକ୍ରିୟା ଆରମ୍ଭ ହୋଇଛି। କିଛି ଦାୟିତ୍ୱ ବି ବଣ୍ଟା ସରିଲାଣି, ହେଲେ ଅସନ୍ତୋଷ କମିବାର ନାଁ ନେଉନି। ଆଗକୁ ଦେଖିବାର କଥା ଏ ବିବାଦ କେଉଁ ମୋଡ଼ ନେଉଛି।

Advertisment

BJD Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ