Advertisment

କାହା ସ୍ୱାର୍ଥରେ BMCର ନୋ ହୋର୍ଡିଂ ଜୋନ୍ ନିୟମ, ସହର ସାରା ଛାଇଯାଇଛି ରାଜନେତାଙ୍କ ହୋଡିଂ

ହକି ବିଶ୍ୱକପ୍ ଥିବାରୁ ସହରର ସୌନ୍ଦର୍ଯ୍ୟ ବଢାଇବା ଲାଗି ହୋଇଥିଲା ନୋ ହୋଡିଂ ଜୋନ ନିୟମ, ଆଉ ହକି ବିଶ୍ୱକପ ସରିବା ପରେ ଯେଶା କୁ ତେଶା। ଆସୁଛି ନୂଆ ବର୍ଷ ଆଉ ନୂଆ ବର୍ଷରେ ଲୋକଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ଆରମ୍ଭ ହୋଇଗଲାଣି ହୋଡିଂ ୱାର ।

BMC

BMC

Advertisment

କାହା ସ୍ୱାର୍ଥରେ ବିଏମସିର ନୋ ହୋର୍ଡିଂ ଜୋନ୍ ନିୟମ । ସହରସାରା ଛାଇ ଯାଇଛି ସମସ୍ତ ଦଳର ନବବର୍ଷ ଶୁଭେଚ୍ଛା ହୋର୍ଡିଂ। ସହରର ସୌନ୍ଦର୍ଯ୍ୟ ଯେପରି ନଷ୍ଟ ନ ହେବ ସେ ଉଦ୍ଦେଶ୍ୟ ନେଇ ବିଏମସି କରିଥିଲା ନିୟମ । ହେଲେ ଏହି ନିୟମର ଖୋଲାଖୋଲି ଉଲଘଂନ ହେଉଛି, ଆଉ ସବୁ ଦେଖି ଚୁପ୍ ବସିଛି ବିଏମସି ପ୍ରଶାସନ।

Advertisment

ହକି ବିଶ୍ୱକପ୍ ଥିବାରୁ ସହରର ସୌନ୍ଦର୍ଯ୍ୟ ବଢାଇବା ଲାଗି ହୋଇଥିଲା ନୋ ହୋଡିଂ ଜୋନ ନିୟମ, ଆଉ ହକି ବିଶ୍ୱକପ ସରିବା ପରେ ଯେଶା କୁ ତେଶା। ଆସୁଛି ନୂଆ ବର୍ଷ ଆଉ ନୂଆ ବର୍ଷରେ ଲୋକଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ଆରମ୍ଭ ହୋଇଗଲାଣି ହୋଡିଂ ୱାର । ଡମଣାରୁ ଜୟଦେବ ବିହାର ରାସ୍ତା ହେଉ ଅବା ହେଉ ଜୟଦେବ ବିହାରରୁ ୧୨୦ ବାଟାଲିୟନ୍ । ଯେଉଁଠି ଦେଖିବ ବଡ଼ ବଡ଼ ହୋଡିଂ। ଖାଲି ରାସ୍ତାର ମେଡିଆନ୍ ନୁହେଁ ବରଂ ସହରର ପ୍ରତି ଗଳିକନ୍ଦିରେ ଛାଇ ଯାଇଛି ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ଶୁଭେଚ୍ଛା ବାର୍ତ୍ତା ଥିବା ହୋର୍ଡିଂ । ବିଏମସିର ନୋ ହୋର୍ଡିଂ ଜୋନ୍ ନିୟମର ଖୋଲାଖୋଲି ଉଲଘଂନ ହେଉଥିଲେ ବି ହାତ ଉପରେ ହାତ ଦେଇ ବସିଛି ବିଏମସି । କଂଗ୍ରେସ ଓ ବିଜେପି ଏହାକୁ ଦାଦାଗିରି ବୋଲି କହିଥିବା ବେଳେ ବିଜେଡି କିନ୍ତୁ କହିଛି ନବବର୍ଷର ଶୁଭେଚ୍ଛା କିମ୍ବା ପର୍ବପର୍ବାଣୀରେ ହୋଡିଂ ଲଗାଇଲେ କିଛି ଭୁଲ ନାହିଁ ।

ବିଏମସି ଅଞ୍ଚଳରେ ଥିବା ୫୬୦ କିଲୋମିଟର ରାସ୍ତାର ମେଡିଆନ୍ ହେଉଛି ନୋ ହୋର୍ଡିଂ ଜୋନ୍। ଅର୍ଥାତ୍ ରାସ୍ତାର ମଝିରେ ବିଏମସିର ବିନା ଅନୁମତିରେ କୌଣସି ହୋର୍ଡିଂ କିମ୍ବା ଆଡର୍ଭଟାଇଜ୍ ଲଗାଯାଇପାରିବ ନାହିଁ । ଏୟାରପୋର୍ଟରୁ ଏଜି, ଏଜିରୁ ଲୋୟର ପିଏମଜି, ପାୱାର ହାଉସ୍‌ରୁ ଗଭର୍ଣ୍ଣର ହାଉସ, ସ୍ମାର୍ଟ ଜନପଥ, ଏକାମ୍ର ହେରିଟେଜ୍ ଅଞ୍ଚଳ ବି ନୋ ହୋଡିଂ ଜୋନରେ ଆସୁଛି । ହେଲେ ନୋ ହୋର୍ଡିଂ ଜୋନ୍‌ରେ ଶାସକ ଦଳର ହୋର୍ଡିଂ ଲଗାଯାଇଥିଲେ ମଧ୍ୟ ବିଏମସି ନିରବ। କମିଶନର କହୁଛନ୍ତି ଆଗକୁ ନିର୍ବାଚନ ଆସୁଛି, ଏଣୁ ସମସ୍ତ ରାଜନୈତିକ ଦଳ ସହ ଏ ନେଇ ଆଲୋଚନା ହେବ। ଜାନୁଆରୀ ପ୍ରଥମ ସପ୍ତାହରେ ଏକ ବୈଠକ ଡକାଇ ହୋର୍ଡିଂକୁ ନେଇ ଏକ ଏସଓପି ଜାରୀ କରାଯିବ। ବିଏମସିର ନୋ ହୋଡିଂ ଜୋନର ଖୋଲାଖୋଲି ଉଲଂଘନ ହେଉଥିଲେ ବି ନିରବ ପ୍ରଶାସନ। ଶୁଭେଚ୍ଛା ଆଳରେ ସହରର ସୌନ୍ଦର୍ଯ୍ୟକରଣ ନଷ୍ଟ କିପରି ନ ହେବ ସେ ନେଇ ବିଏମସି ଜତ୍ନବାନ ହେବା ଆବଶ୍ୟକ ହୋଇପଡିଛି।

Advertisment

Bhubaneswar Odisha BMC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ