Advertisment

5T ନାଁରେ ୫ ବର୍ଷ ଧରି ରାଜ୍ୟରେ ନାଟକ ଚାଲିଥିଲା କହିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡ଼ିଥିବା କହିଲେ ମୁଖ୍ୟମନ୍ତ୍ରୀ । 'ପଂଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ନିଆଯିବ ନିଷ୍ପତ୍ତି'।

undefined

5T

Advertisment

‘5-T ରୂପାନ୍ତରଣ ନାଁରେ ଗତ ୫ ବର୍ଷ ଧରି ରାଜ୍ୟରେ ନାଟକ ଚାଲିଥିଲା। ଆଜି ବିଭିନ୍ନ ସ୍ଥାନକୁ ଗଲେ ରୂପାନ୍ତରଣର ରଙ୍ଗ ଦେଖା ଯାଉଛି। ଏ ସବୁର ହିସାବ ନିକାସ ହେବ ଏବଂ କାହାକୁ ଛଡା ଯିବ ନାହିଁ।’ ଆଜି ବିଧାନସଭାରେ ଏଭଳି ଢଙ୍ଗରେ କହି ପୂର୍ବ ବିଜେଡି ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Advertisment

ବିଜେଡି ସରକାର ଓଡିଶାକୁ ରାଜସ୍ୱ ବଳକା ରାଜ୍ୟ କରିଥିବା ବିଜେଡି ନେତାଙ୍କ ବୟାନ ପରେ ଏହାର ଜବାବ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଖଣି ରାଜସ୍ୱ ନୀତି ଯୋଗୁ ଓଡିଶା ରାଜସ୍ୱ ବଳକା ରାଜ୍ୟ ହୋଇଥିଲା। ଯଦି ଓଡ଼ିଶା ରାଜସ୍ୱ ବଳକା ରାଜ୍ୟ ହୋଇଥିଲା, ତେବେ ୫୦ ପ୍ରତିଶତ ପିଲା କାହିଁକି ଦଶମ ଶ୍ରେଣୀରେ
ପାଠ ଛାଡୁଥିଲେ ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ। ଓଡିଶାର ଚାଷୀଙ୍କ ଆୟ ଅନ୍ୟ ରାଜ୍ୟ ତୁଳନାରେ କାହିଁକି ଏତେ କମ। ଏହା କଣ ପୂର୍ବ ସରକାରଙ୍କ ରାଜସ୍ୱ ବଳକା ରାଜ୍ୟର ଥିଓରି ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ।

ସେପଟେ ତତ୍କାଳୀନ ସରକାର ସମୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ରାଜ୍ୟରେ ଭୁଶୁଡି ପଡ଼ିଥିବାରୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପ୍ରତି ପଂଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଯିବ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।

Advertisment
BJP BJD Odisha Politics Congress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ