ଫେବ୍ରୁଆରୀ ୫ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ। ଏହି ଅଧିବେଶନରେ କାମଚଳା ବଜେଟ ଆଗତ କରାଯିବ। ଫେବ୍ରୁଆରୀ ୫ରୁ ୧୩ ପର୍ଯ୍ୟନ୍ତ ଚାଲିବ ଏହି ବଜେଟ୍ ଅଧିବେଶନ। ଏନେଇ ବିଧାନସଭା ପକ୍ଷରୁ ସୂଚନା ଦିଆଯାଇଛି। ୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭା ଆରମ୍ଭହେବ। ୮ ତାରିଖରେ ବଜେଟ ଉପସ୍ଥାପନ କରାଯିବ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ବିଧାନସଭା ଅଧିବେଶନ।