Advertisment

ପ୍ରଚାର ପ୍ରସାର ପାଇଁ ବଢ଼ିଲା 'ଆମ ଓଡ଼ିଶା ନବୀନ ଓଡ଼ିଶା' ବଜେଟ୍, ବ୍ୟୟବରାଦ ଆଉ ୨୧୪ କୋଟି ବୃଦ୍ଧି

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପୂର୍ବରୁ ୪ ହଜାର କୋଟି ବ୍ୟୟବରାଦ ଥିବା ବେଳେ ଏବେ ଏଥିରେ ଆଉ ୨୧୪ କୋଟି ଟଙ୍କା ବୃଦ୍ଧି କରି ୪ ହଜାର ୨୧୪ କୋଟି ଟଙ୍କା କରାଯାଇଛି।

Ama Odisha Nabin Odisha

Ama Odisha Nabin Odisha

Advertisment

ପ୍ରଚାର ପ୍ରସାର ପାଇଁ ବଢ଼ିଲା 'ଆମ ଓଡ଼ିଶା ନବୀନ ଓଡ଼ିଶା' ବଜେଟ୍ । କ୍ୟାବିନେଟ୍ ବୈଠକ ଶେଷରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ, ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପୂର୍ବରୁ ୪ ହଜାର କୋଟି ବ୍ୟୟବରାଦ ଥିବା ବେଳେ ଏବେ ଏଥିରେ ଆଉ ୨୧୪ କୋଟି ଟଙ୍କା ବୃଦ୍ଧି କରି ୪ ହଜାର ୨୧୪ କୋଟି ଟଙ୍କା କରାଯାଇଛି।

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ଅଂଶଗ୍ରହଣ 'ଆମ ଓଡ଼ିଶା ନବୀନ ଓଡ଼ିଶା' ପ୍ରୟାସର ଅନ୍ତର୍ଗତ। ତେଣୁ ବର୍ଦ୍ଧିତ ୨୧୪ କୋଟି ଟଙ୍କା, ଜଗନ୍ନାଥ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ଏବଂ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ଓ ଯୋଜନାର ପ୍ରଚାର ପ୍ରସାର ସହିତ ପଞ୍ଚାୟତର ସାମଗ୍ରିକ ବିକାଶ ପାଇଁ ଯୋଜନାର ରୂପରେଖ ପ୍ରସ୍ତୁତି କରିବା ଉଦ୍ଦେଶ୍ୟରେ ଖର୍ଚ୍ଚ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ସେପଟେ ପ୍ରଚାର ପ୍ରସାର ପାଇଁ 'ଆମ ଓଡ଼ିଶା ନବୀନ ଓଡ଼ିଶା' ବଜେଟ୍ ବୃଦ୍ଧିକୁ ନେଇ ବର୍ଷିଛି ବିଜେପି। ଦଳ କହିଛି, ଆମ ଓଡ଼ିଶା ନବୀନ ଓଡ଼ିଶା ନାଁରେ ଆସୁଥିବା କୋଟି କୋଟି ଟଙ୍କାରେ କେବଳ ବିଜେପି କର୍ମୀ ପୋଷା ଚାଲିଛି। ପ୍ରଚାର ପ୍ରସାର ନାଁରେ ଖାଲି ଟଙ୍କା ଚଳୁ କରାଯାଉଛି । ଯଦି ସରକାର ବିକାଶ ମୂଳକ କାର୍ଯ୍ୟ କରିଛନ୍ତି, ତାହେଲେ ପ୍ରଚାର ପ୍ରସାର କାହିଁକି ବୋଲି ଦଳ ପ୍ରଶ୍ନ କରିଛି। ତେବେ ବିଜେଡି ଏହାର ଜବାବ ରଖିଛି ।

Advertisment
Odisha Cabinet Meeting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ