Advertisment

ପିଏମ୍ ଅନ୍ନ ଯୋଜନା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି

ପିଏମ୍ ଅନ୍ନ ଯୋଜନା ପ୍ରସଙ୍ଗରେ ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ଅଗ୍ରାହ୍ୟକୁ ନେଇ ଫେରାଦ ହେଲା ।ଏନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବିଜେପି ପ୍ରତିନିଧି ଦଳ । ପୂର୍ବରୁ ମାଗଣା ରାସନ ଅବଧି ବଢ଼ାଇଥିବାରୁ ବିଜେପି ପ୍ରସ୍ତାବ ଆଣିଥିଲା ।

The BJP has been handed over to the governor over the PM Anna Yojana

The BJP has been handed over to the governor over the PM Anna Yojana

Advertisment

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ପ୍ରସଙ୍ଗରେ ରାଜ୍ୟପାଳଙ୍କ ପାଖରେ ଫେରାଦ ହେଲା ବିଜେପି । କେନ୍ଦ୍ର ସରକାର ମାଗଣାରେ ରାସନ ଯୋଗାଇ ଦେବା ଅବଧି ବୃ୍ଦ୍ଧି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ପାଇଁ ବିଧାନସଭାରେ ବିଜେପି ପ୍ରସ୍ତାବ ଦେଇଥିଲା କିନ୍ତୁ ବାଚସ୍ପତି ବିଜେପି ଆଣିଥିବା ଧନ୍ୟବାଦ ପ୍ରସ୍ତାବକୁ ଅଗ୍ରାହ୍ୟ କରିବାରୁ ତାକୁ ବିରୋଧ କରି ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।

Advertisment

ବିଜେପିର ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିବା ପରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନରେ କୋଟି କୋଟି ଓଡିଶାବାସୀ ଉପକୃତ ହେବେ କିନ୍ତୁ ଧନ୍ୟବାଦ ପାଇଁ ବାଚସ୍ପତି ଅନୁମତି ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏହା ବିରୋଧୀ ଦଳର କଣ୍ଠରୋଧ ସଦୃଶ ତେଣୁ ରାଜ୍ୟପାଳ ଏ କ୍ଷେତ୍ରରେ ହସ୍ତକ୍ଷେପ କରିବାକୁ ଓ ଧନ୍ୟବାଦ ପ୍ରସ୍ତାବ ଆଗତ ପାଇଁ ଅନୁମତି ଦେବାକୁ ବିଜେପି ବିଧାୟକ ଦଳ ଦାବି ରଖିଛି ...

BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ