Advertisment

ପୁଣି ବାଣ ମାରିଲେ ଅପରାଜିତା, କ୍ୟାବିନେଟ ନିଷ୍ପତ୍ତି ପଛରେ ଅଛନ୍ତି କି ଅଣଓଡ଼ିଆ ଜମି ମାଫିଆ?

୩୦ ଦିନ ବଦଳରେ କାହିଁକି ମାତ୍ର ୪ ଦିନରେ ବିଧାନସଭାର ଶୀତ ଅଧିବେଶନ ସାରିଦେଲେ ସରକାର। ଏହାକୁ ନେଇ ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ।

Aparjita Sarangi Target State Govt.

Aparjita Sarangi Target State Govt.

Advertisment

ବିରୋଧୀଙ୍କ ଭୟରେ ୪ ଦିନରେ ସାରିଦେଲେ ବିଧାନସଭା ! ଆଦିବାସୀ ଜମି ହସ୍ତାନ୍ତର ଆଇନ ସଂଶୋଧନକୁ ନେଇ ବ୍ୟାକ୍ ଫୁଟ୍‌ରେ ବିଜେଡି । କ୍ୟାବିନେଟ ନିଷ୍ପତ୍ତି ପଛରେ ଅଛନ୍ତି କି ଅଣଓଡ଼ିଆ ଜମି ମାଫିଆ? ରାଜ୍ୟ ସରକାରଙ୍କ ବିରୋଧରେ ଏମିତି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସୋସିଆଲ୍ ମିଡିଆ ‘X’ ରେ ବିଧାନସଭା ବନ୍ଦ କରିବା ନେଇ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ଟାର୍ଗେଟ କରିଛନ୍ତି । ଅପରାଜିତା ପଚାରିଛନ୍ତି, ଆଦିବାସୀ ଉପଦେଷ୍ଟା ପରିଷଦ ବା ଟିଏସିର ପ୍ରସ୍ତାବ ଆଧାରରେ ସଂଶୋଧନ କଲେ ସରକାର, ତାହେଲେ ପୁଣି କ୍ୟାବିନେଟ୍‌ ନିଷ୍ପତ୍ତିକୁ ସ୍ଥଗିତ କରି ଅଧିକ ତର୍ଜମା ପାଇଁ ଟିଏସିକୁ ପଠାଇବାର ଆବଶ୍ୟକତା କ’ଣ ?

Advertisment

ତେଣୁ ପୂର୍ବରୁ ଟିଏସିର ଯେଉଁ ବୈଠକରେ ଏହି ପ୍ରସ୍ତାବ ଆସିଥିଲା ତା’ର ଅଡିଓ ଏବଂ ଭିଡିଓ ସାର୍ବଜନୀନ କରିବେ କି ସରକାର ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା। ସେହିପରି କ୍ୟାବିନେଟ୍ ନିଷ୍ପତ୍ତି ପଛରେ କିଛି ଅଣଓଡ଼ିଆ ଜମି ମାଫିଆ ଏବଂ କର୍ପୋରେଟ୍ ଗୋଷ୍ଠୀ ରହିଥିଲେ କି ବୋଲି ବାଣ ମାରିଛନ୍ତି ସାଂସଦ। ଏଭଳି ସଂଶୋଧନ ଲାଗି ରାଷ୍ଟ୍ରପତିଙ୍କ ଅନୁମୋଦନ ଆବଶ୍ୟକ କରୁଥିବା ବେଳେ ରାଜ୍ୟ ସରକାର ଏନେଇ ଅଜ୍ଞ ଥିଲେ କି। ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତର ମାଗିଛନ୍ତି ଅପରାଜିତା।

ଗତ ୧୪ ତାରିଖରେ ଅନୁସୂଚିତ ଅଞ୍ଚଳରେ ରେଗୁଲେସନ-୨, ୧୯୫୬ ଆଇନରେ ସଂଶୋଧନ ଆଣି, ଆଦିବାସୀ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ମଞ୍ଜୁର କରିଥିଲା ରାଜ୍ୟ କ୍ୟାବିନେଟ। ଯଦ୍ୱାରା ଆଦିବାସୀଙ୍କ ଜମି ଅଣଆଦିବାସୀମାନେ କିଣିବା ଲାଗି ବାଟ ଫିଟିଥାନ୍ତା । ୧୫ ତାରିଖ ଦିନ ନିଷ୍ପତ୍ତିକୁ ଐତିହାସିକ ବୋଲି କହିଥିବା ରାଜସ୍ୱ ମନ୍ତ୍ରୀ, ତୀବ୍ର ପ୍ରତିକ୍ରିୟା ଓ ବିରୋଧ ପରେ ୧୬ ତାରିଖ ଦିନ ନିଜେ ସ୍ଥଗିତ ରଖିଥିଲେ। କିନ୍ତୁ ସ୍ଥଗିତ ନୁହେଁ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଶୀତ ଅଧିବେଶନରେ ଲଗାତାର ଦୁଇ ଦିନ ବିଧାନସଭା ଅଚଳ କରିଥିଲେ ବିରୋଧୀ। ଅଧିବେଶନର ଚତୁର୍ଥ ଦିନରେ ଏହି ପ୍ରସଙ୍ଗକୁ ନେଇ ମୁଲତବୀ ଆଲୋଚନା ପୂର୍ବରୁ ପୁଣି କ୍ୟାବିନେଟ ଡାକି ପୂର୍ବ ନିଷ୍ପତ୍ତିକୁ ଟିଏସିକୁ ପଠାଇଥିଲେ ସରକାର। ଆଉ ସେହି ଦିନ ହିଁ ସାରି ଦେଇଥିଲେ ବିଧାନସଭା। ଏହି ପ୍ରସଙ୍ଗରେ ଅପରଜିତାଙ୍କ ଶାଣିତ ଆକ୍ରମଣ ପରେ ଏହାର ଜବାବ୍ ରଖିଛି ବିଜେଡି। 

Advertisment
Odisha BJD Aparajita Sarangi Cabinet Meeting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ