Advertisment

ବିଜେପିରେ ଯୋଗଦେବେ କି ପ୍ରଶାନ୍ତ ଜଗଦ୍ଦେବ ? କ’ଣ କହିଲେ ପୃଥ୍ୱୀରାଜ ହରିଚନ୍ଦନ..

ପ୍ରଶାନ୍ତ ଜଗଦ୍ଦେବ ବିଜେପି ଯିବା ସମ୍ଭାବନା ନେଇ ସସ୍ମିତ ପାତ୍ରଙ୍କ ମନ୍ତବ୍ୟ ପରେ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ‘ସସ୍ମିତଙ୍କ ଆରୋପ ପୂରା ମିଛ, କେନ୍ଦ୍ରମନ୍ତ୍ରୀଙ୍କ ସହ କିଛି ଯୋଗାଯୋଗ ନାହିଁ। ଯଦି ପ୍ରମାଣ ଅଛି ଦିଅନ୍ତୁ, ନା ତୃତୀୟ ମହଲା ଇଙ୍ଗିତରେ ଏକଥା କହୁଛନ୍ତି’ ।

ଅଦ୍ୟତନ ହୋଇଛି
Prithiviraj Harichandan

Prithiviraj Harichandan

Advertisment

ବିଜେପିରେ ଯୋଗଦେବେ କି ଚିଲିକା ଏମଏଲଏ ପ୍ରଶାନ୍ତ ଜଗଦ୍ଦେବ ? ବାହୁବଳୀ ବିଧାୟକ ଲଗାତାର ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଘନ ଘନ ବୈଠକ କରୁଥିବା ନେଇ ଚର୍ଚ୍ଚା ଭିତରେ ପୂର୍ଣ୍ଣଛେଦ ପକାଇଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ଏକଥା ସମ୍ପୂର୍ଣ୍ଣ ମିଥ୍ୟା । ବିଜୁ ଜନତା ଦଳ ବିଳିବିଳେଇଲା ଭଳି ଏଭଳି ଏକ ତଥ୍ୟ ଗଣମାଧ୍ୟମ ମାଧ୍ୟମରେ ସାମ୍ନାକୁ ଆଣିଥିଲା । ଏକଥା କାହିଁକି ଆସିଲା, କେମିତି ଆସିଲା..ସେକଥା ହୁଏତ ବିଜୁ ଜନତା ଦଳ ଭଲରେ ଦେଇପାରିବ । କେନ୍ଦ୍ରମନ୍ତ୍ରୀଙ୍କ ସହିତ ନା ତ ସେ ସମ୍ପର୍କରେ କୌଣସି ଆଲୋଚନା ହୋଇଛି, ନା କେହି ଯୋଗାଯୋଗ କରିଛନ୍ତି ।

Advertisment

ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଆରୋପ ପୂରା ମିଛ । ତାଙ୍କ କଥାରେ କୌଣସି ସତ୍ୟତା ନାହିଁ । ଯଦି ତାଙ୍କ ପାଖରେ ଏବାବଦରେ କିଛି ପ୍ରମାଣ ଅଛି ସେ ଦିଅନ୍ତୁ । ପ୍ରମାଣ ଦେଲେ ହିଁ କଥାର ସତ୍ୟତା ଜଣାପଡ଼ିବ । ନା ତୃତୀୟ ମହଲା ଇଙ୍ଗିତରେ ସସ୍ମିତ ପାତ୍ର ବାଧ୍ୟ ହୋଇ ଏପରି କଥା କହୁଛନ୍ତି । ସସ୍ମିତଙ୍କୁ ବ୍ୟକ୍ତିଗତ ଭାବରେ ଜାଣିଥିବା ବେଳେ ସେ ଗଣମାଧ୍ୟମ ସାମ୍ନାରେ ମିଛ କହିବେ ନାହିଁ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଲାଗୁଛି ସସ୍ମିତଙ୍କୁ ଜୋର ଜବରଦସ୍ତି କରି ଏକଥା କହିବାକୁ କୁହାଯାଇଛି । ସେକଥା ବି ବୁଝାପଡ଼ୁଛି ..ହେଲେ ଗଣମାଧ୍ୟମ ସାମ୍ନାରେ ଏଭଳି ଏକ ଅବାନ୍ତର ମନ୍ତବ୍ୟ ଦେବା ମଧ୍ୟ ଠିକ୍ ହୋଇ ନାହିଁ ।

ସେହିପରି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ମୁଖ୍ୟମନ୍ତ୍ରୀ ଓ ସରକାର ସମସ୍ତେ ଏବେ ଅସୁବିଧାରେ । ସର୍ଭେ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଭୟଙ୍କର ଭାବରେ ଖସିବାରେ ଲାଗିଛି । ବର୍ଷକ ଭିତରେ ତାଙ୍କର ଲୋକପ୍ରିୟତା ୨୨ ପ୍ରତିଶତ ଖସିଛି । କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ଧୀରେ ଧୀରେ ନିଜର ସତ୍ତା ବି ହରେଇଲେଣି । ମୁଖ୍ୟମନ୍ତ୍ରୀ ଶାରୀରିକ ଭାବରେ ଅନଫିଟ୍‌ ହେବାକୁ ବସିଥିବା ବେଳେ ତାଙ୍କ ଲୋକପ୍ରିୟତାକୁ ଆଧାର କରି ଦଳ ଚାଲିଥିଲା... ସେ ଲୋକପ୍ରିୟତା ମଧ୍ୟ ଧିରେ ଧିରେ ଅକାମୀ ଓ ଅକ୍ଷମ ହେବାକୁ ବସିଲାଣି । ସେଥିପାଇଁ ନୂଆ ମୁହଁ ଖୋଜି ଖୋଜି ଜଣେ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସରକାର ଏବେ ସାରା ରାଜ୍ୟରେ ବୁଲାଉଛନ୍ତି ।

Advertisment

ସେହିଭଳି ସରକାରୀ ଅଧିକାରୀଙ୍କ ବିରୋଧରେ ଯିଏ ସାମାନ୍ୟତମ ସ୍ୱର ଉତ୍ତୋଳନ କରୁଛି,କୌଣସି ନା କୌଣସି ପ୍ରକାରେ ନିର୍ଦ୍ଦେଶ ଦେଇ କି ହେଉ କିମ୍ବା ପ୍ରାୟୋଜିତ ଆକରରେ ହେଉ ତାଙ୍କୁ ଆକ୍ରମଣ କରାଯାଉଛି । ବିଜେଡି ଏବେ ମାନସିକ ଓ ଶାରୀରିକ ଭାବରେ ଅସୁସ୍ଥ ଅନୁଭବ କରୁଛି । ସେଇଥି ପାଇଁ ବିଭିନ୍ନ ପ୍ରକାର ପ୍ରଳାପ କରିବା ଆରମ୍ଭ କରିଦେଇଛନ୍ତି । ଭୁବନେଶ୍ୱର ସାଂସଦଙ୍କୁ ଆକ୍ରମଣ କରିବା ଠାରୁ ଆରମ୍ଭ କରି ବିଭିନ୍ନ ମିଛ ଆରୋପ ଲଗାଇବା ରାଜନୈତିକ କ୍ଷେତ୍ରରେ କେତେଦୂର ସମୀଚିନ ସେକଥା ସେମାନେ ହିଁ ଜାଣିଥିବେ । ଏବେ ବିଜେଡି ବାରୁଦ ଗଦାରେ ବସିଛି । ସାମାନ୍ୟ ନିଆଁ ଲାଗିଲେ ଦଳ ଖଣ୍ଡ ଖଣ୍ଡ ହୋଇଯିବ । ଆଗାମୀ ଦିନରେ ଓଡ଼ିଶାର ଲୋକେ ତାହାର ସମୀକ୍ଷା କରିବା ସହ ଉତ୍ତର ଦେବେ ବୋଲି ସେ କହିଛନ୍ତି ।

Prithviraj Harichandan Sasmit Patra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ