ଦେଶରେ କଂଗ୍ରେସ୍ର ସ୍ଥିତି ମଜବୁତ୍ କରିବା ପାଇଁ ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଥିବା ବେଳେ କିନ୍ତୁ ଓଡ଼ିଶାରେ ସ୍ଥିତି ସୁଧୁରିବ କ’ଣ ଓଲଟା ବିଗିଡ଼ିବାରେ ଲାଗିଛି । ଦଳର ନେତାଙ୍କ ମଧ୍ୟରେ ମତାନ୍ତର ଦେଖାଦେଉଛି । ତେବେ ଆଜି ତାରା-ମୋକିମ ଦଳୀୟ ରାଜନୀତିକୁ ନେଇ ମୁହାଁମୁହିଁ ହୋଇଥିବାର ଦେଖିବାକୁ ମିଳିଛି ।
ରାଷ୍ଟ୍ରପତି ନିର୍ବାଚନ ବେଳେ ବିଧାୟକ ମହମ୍ମଦ ମୋକିମ୍ଙ୍କୁ ସୋ କଜ୍ ନୋଟିସ୍ ଘଟଣାକୁ କେନ୍ଦ୍ର କରି ଆଜି ଦୁହିଁଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଛି । ମହମ୍ମଦ ମୋକିମଙ୍କ କହିବାନୁଯାୟୀ ‘ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ନେଇ ଦଳ ପକ୍ଷରୁ ତାଙ୍କୁ ସୋ-କଜ୍ ନୋଟିସ ହୋଇଥିଲା । ସେନେଇ ସେ ଦଳକୁ ଉତ୍ତର ରଖିଥିବାବେଳେ କିନ୍ତୁ ଏବେଯାଏଁ ଦଳ ପକ୍ଷରୁ ତାହାର ଯବାବ ମିଳିନାହିଁ । ଯବାବ ନମିଳିବା ଯାଏଁ ସେ କୌଣସି ଦଳୀୟ କାର୍ଯ୍ୟକ୍ରମ କିମ୍ବା କଂଗ୍ରେସ ଭବନ ମଧ୍ୟ ଯିବେ ନାହିଁ, କେବଳ କଟକରେ ସୀମିତ ରହିବେ । ମୋକିମ୍ ଆହୁରି କହିଛନ୍ତି ଯେ, ସାଙ୍ଗଠନିକ ବିସ୍ତାରରେ ଯୁବକଙ୍କୁ ଅଗ୍ରାଧିକାର ମିଳୁନି । ଏଥିଲାଗି ଅନେକ ଯୁବ ନେତା ଦଳ ଛାଡୁଛନ୍ତି’ ।
Also Read
ସେପଟେ ମୋକିମଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ତାରାପ୍ରାସଦ ବାହିନୀପତି । ସେ କହିଛନ୍ତି, ‘ଯବାବ ମିଳିବାଟା କ’ଣ ବଡ଼ କଥା,ଦଳ ମୋକିମଙ୍କୁ ବହୁତ କିଛି ଦେଇଛି । ସେ ଥରେ ମାତ୍ର ବିଧାୟକ ହୋଇଛନ୍ତି, ତେଣୁ ଏତେ ବ୍ୟଗ୍ର କାହିଁକି ? କଂଗ୍ରେସ ହେଉଛି ଜନସମୁଦ୍ର, ସେଥିରେ ଆମେ କେତେବେଳେ ଲୀନ ହୋଇଯିବା, ତାହା କେହି କହିପାରିବେନି । ତେଣୁ ସେ ଜଣେ ଶିକ୍ଷିତ ଓ ଜାଣିବା ଶୁଣିବା ଲୋକ, ସେ ପରିସ୍ଥିତି ବୁଝିବା ଦରକାର’ ।