Advertisment

ସସ୍‌ପେଣ୍ଡ ପୂର୍ବରୁ ଦଳ ଛାଡ଼ିଲେ ପ୍ରଦୀପ ମାଝୀ : ତାରା

କଂଗ୍ରେସରୁ ପ୍ରଦୀପ ମାଝୀଙ୍କ ଇସ୍ତଫା ପରେ ସାଙ୍ଘାତିକ ବୟାନ ଦେଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। କହିଲେ, ପ୍ରଦୀପଙ୍କ ଇସ୍ତଫା କଂଗ୍ରେସର କିଛି କ୍ଷତି କରିବନି । କିଛି ସଦସ୍ୟଙ୍କୁ ଦଳ ସସପେଣ୍ଡ କରିବା ପୂର୍ବରୁ ସେମାନେ ଇସ୍ତଫା ଦେଉଛନ୍ତି। ଯଦି ସେମାନେ ଜନସେବା କରୁଥିଲେ ତେବେ ଦଳ ଦୁଇଦୁଇ ଥର ଟିକେଟ୍‌ ଦେବା ପରେ ହାରିଲେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ତାରା।

ଅଦ୍ୟତନ ହୋଇଛି
Tara Prasad Bahinipati

Tara Prasad Bahinipati

Advertisment

ଭୁବନେଶ୍ୱର: କଂଗ୍ରେସରୁ ପ୍ରଦୀପ ମାଝୀଙ୍କ ଇସ୍ତଫା ପରେ ସାଙ୍ଘାତିକ ବୟାନ ଦେଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। କହିଲେ, ପ୍ରଦୀପଙ୍କ ଇସ୍ତଫା କଂଗ୍ରେସର କିଛି କ୍ଷତି କରିବନି । କିଛି ସଦସ୍ୟଙ୍କୁ ଦଳ ସସପେଣ୍ଡ କରିବା ପୂର୍ବରୁ ସେମାନେ ଇସ୍ତଫା ଦେଉଛନ୍ତି। ଯଦି ସେମାନେ ଜନସେବା କରୁଥିଲେ ତେବେ ଦଳ ଦୁଇଦୁଇ ଥର ଟିକେଟ୍‌ ଦେବା ପରେ ହାରିଲେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ତାରା। ଏହାସହ ତାରା କହିଲେ ପ୍ରଦୀପ କଂଗ୍ରେସରେ ନଥିଲେ ଜନତା ଦଳରେ ଥିଲେ। ତାଙ୍କୁ ମୁଁ ଓ ଜୟଦେବ ଜେନା ମିଟିଂ କରି ଦଳରେ ମିଶାଇ ଥିଲୁ। କଂଗ୍ରେସକୁ ଆସିବା ପରେ ଯୁବ କଂଗ୍ରେସର ସଭାପତି ହେଲେ।

Advertisment

ପରେ ଜିଲ୍ଲା ପରିଷଦରେ ଚେୟାରମ୍ୟାନ ହୋଇଥିଲେ। ରାଜ୍ୟର ଅନେକ ବଡ ପଦବୀରେ ସେ ରହିଛନ୍ତି। ଏମିତିକି ଯେଉଁ ପଦପଦବୀ ତାଙ୍କୁ ମିଳିବାର କଥା ତାଙ୍କୁ ମିଳିଥିଲା। ଆଉ କଣ ତାଙ୍କୁ ପ୍ରଧାନମନ୍ତ୍ରୀ ପୋଷ୍ଟ ନେଇ ଥାଆନ୍ତେ କି ବୋଲି ପ୍ରଶ୍ନ କରିଛନ୍ତି ତାରା? ଏହାସହ ସେ କହିଛନ୍ତି ଯେ, ତାଙ୍କୁ ମୁଁ ଭଲରେ ଜାଣିଛି। ସେ ବହୁତ ଉତ୍ତ ଆଶାୟୀ। ସେ କୌଣସି ଜିନିଷରେ ବି ସନ୍ତୁଷ୍ଟ ନୁହଁନ୍ତି। ଏବେ ଆଉ କିଛି ଲୁଚି ନାହିଁ। ସବୁ ସାଧାରଣ ଲୋକ ଜାଣିସାରିଲେଣି। ଏମାନେ ଆଜି ସସ୍‌ପେଣ୍ଡ ହେବା କଥା, ତାହା ଜାଣିପାରି ଦଳ ଛାଡ଼ିଥିବା ନେଇ ତାରା କହିଛନ୍ତି।

Advertisment

ସେମାନେ ଦଳ ଛାଡ଼ିଲେ ଦଳ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଯେଉଁମାନେ ଦଳ ଛାଡ଼ୁଛନ୍ତି, ଯେଉଁମାନେ ବେଇମାନୀ କରୁଛନ୍ତି ସେମାନଙ୍କୁ ଲୋକ ଗ୍ରହଣ କରିବେ ନାହିଁ କି ସେମାନଙ୍କ କଥାରେ ଲୋକ ଚାଳିବେ ନାହିଁ। ଜନସେବା କରିବା ପାଇଁ ତାଙ୍କୁ କିଏ ମନା କରିଥିଲା କି? ଯଦି ଜନସେବା କରିଛନ୍ତି ତେବେ ୨ ଥର ହାରିଲେ କାହିଁକି? ରାଜନୀତିରେ କିଏ କାହାର ଶତ୍ରୁ ନୁହେଁ କି ମିତ୍ର ନୁହେଁ। କିନ୍ତୁ ପ୍ରଦୀପ ମାଝୀଙ୍କ ଇସ୍ତଫା ଦଳ ଉପରେ କୌଣସି ଫରକ ପଡ଼ିବ ନାହିଁ। ଦଳରେ ମିଶିବା ପରେ ହିଁ ତାଙ୍କୁ ପଦପଦବୀ ମିଳିଛି। ତେଣୁ ଆଉ କିଛି ମିଳିବାର ନଥିଲା ବୋଲି ତାରା କହିଛନ୍ତି।

Congress Pradeep Majhi Resignation Tara Prasad Bahinipati Pradeep Kumar Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ