Advertisment

କଂଗ୍ରେସ ନବ ସଂକଳ୍ପ ଶିବିରରେ ଅନୁପସ୍ଥିତିର କାରଣ ଜଣାଇଲେ ତାରା

ନବ ସଂକଳ୍ପ ଶିବିରରେ ତିନି ବିଧାୟକ ତାରା ପ୍ରସାଦ ବାହିନୀପତି, ମହମ୍ମଦ ମୋକିମ ଓ ରମେଶ ଜେନାଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଯୋର ଧରିଛି। ସ୍ୱାସ୍ଥ୍ୟଗତ କାରଣରୁ ଗତକାଲି ସଂକଳ୍ପ ଶିବିରରେ ଯୋଗ ଦେଇପାରିନଥିଲି ବୋଲି ତାରା ବାହିନୀପତି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତିଙ୍କୁ କରୋନା, ହସ୍ପିଟାଲ୍‌ରେ ଭର୍ତ୍ତି

tara bahinipati

Advertisment

କଂଗ୍ରେସର ନବ ସଂକଳ୍ପ ଶିବିରରେ ବିଧାୟକ ତାରା ବାହିନୀପତି ଅନୁପସ୍ଥିତ ରହିଥିଲେ । ଏହି ପ୍ରସଙ୍ଗରେ ନିଜ ଆଡୁ ପ୍ରତିକ୍ରିୟା ରଖିଛନ୍ତି ତାରାପ୍ରସାଦ ବାହିନୀପତି । ପ୍ରବଳ ଖରାରେ ବ୍ରଜରାଜନଗରରେ ନିର୍ବାଚନ ପ୍ରଚାର କରିବା ପରେ ଅସୁସ୍ଥ ଥିଲେ ବୋଲି କହିଛନ୍ତି ତାରା ।

Advertisment

ସ୍ୱାସ୍ଥ୍ୟଗତ କାରଣରୁ ଗତକାଲି ସଂକଳ୍ପ ଶିବିରରେ ଯୋଗ ଦେଇପାରିନଥିଲି ବୋଲି ତାରା ବାହିନୀପତି ନିଜ ପ୍ରତିକ୍ରିୟାରେ କହିଛନ୍ତି । ତେବେ ପିସିସି ସଭାପତି ପଦ ନମିଳିବାରୁ ମନଦୁଃଖ ଅଛି କି ନାହିଁ ପ୍ରଶ୍ନ କରାଯିବାରୁ ତାରା କହିଛନ୍ତି ଯେ, ମୋର ତ ମନ ନାହିଁ, ଦୁଃଖ କେମିତି ହେବ । କାନକୁହା କଥା ଶୁଣିବିନି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଯେଉଁ କଥା କହିଛନ୍ତି, ତାକୁ ତାରା ସ୍ୱାଗତ କରିଛନ୍ତି ।

କଂଗ୍ରେସର ନବ ସଙ୍କଳ୍ପ ବୈଠକରେ ପିସିସି ସଭାପତି ଚେତାବନୀ ଦେଇଛନ୍ତି। ପ୍ରଶୟ ଦିଆଯିବନି ଗୋଷ୍ଠୀକନ୍ଦଳ। ଶୃଙ୍ଖଳା୍ ଭିତରେ ରହି କାମ କରିବାକୁ ପରାମର୍ଶ ଦିଆଯିବ। କଂଗ୍ରେସକୁ ପୁଣିଥରେ କ୍ଷମତାକୁ ଫେରାଇ ଆଣିବା ପାଇଁ ନୂଆ ସଭାପତିଙ୍କ ନୂଆ ଷ୍ଟ୍ରାଟେଜି। 

Advertisment

ସେ କହିଛନ୍ତି ଯେ ଯେଉଁମାନେ ଭାବୁଛନ୍ତି ୯ ବିଧାୟକରେ କଂଗ୍ରେସ ଶାସନକୁ ଫେରି ପାରିବନି, ସେମାନଙ୍କୁ ୧୯୯୫ର ଉଦାହରଣ ଦେଇଛନ୍ତି ଶରତ। ତୃଣମୂଳ ସ୍ତରରୁ କଂଗ୍ରେସକୁ ସଂଗଠିତ କରିବା ପାଇଁ ଅଗଷ୍ଟ ୯ରୁ ଆରମ୍ଭ ହେବ ଜିଲ୍ଲାସ୍ତରୀୟ ପଦଯାତ୍ରା। ଯେଉଁଥିରେ ୭୫ କିଲୋମିଟର ଯାତ୍ରା କରିବେ କର୍ମୀ। ଜିଲ୍ଲା, ବ୍ଲକ୍ ଓ ମଣ୍ଡଳ ସ୍ତରରେ ହେବ ବାର୍ଷିକ ଅଧିବେସନ।

ଏହାସହ ଦଳ ଛାଡିଥିବା ନେତାଙ୍କୁ ଘରକୁ ବାହୁଡାଇବା ଲାଗି ବି ପ୍ରୟାସ ହେବ। ଓଡ଼ିଶାରେ ମୁଖ୍ୟ ବିରୋଧୀ ବିଜେଡିକୁ ଧରାଶାୟୀ କରିବା ପାଇଁ ଏହି ସଭାପତିଙ୍କ ରଣନୀତି। ସେପଟେ ରାଜସ୍ଥାନର ଚିନ୍ତନ ବୈଠକରୁ ମିଳିଥିବା ଗୁରୁମନ୍ତ୍ରର ପ୍ରଯୋଗ ହେଲେ ଦଳକୁ ସଫଳତା ମିଳିବ ବୋଲି କହିଛନ୍ତି ବରିଷ୍ଠ ନେତା।ତେବେ ନବ ସଂକଳ୍ପ ଶିବିରରେ ତିନି ବିଧାୟକ ତାରା ପ୍ରସାଦ ବାହିନୀପତି, ମହମ୍ମଦ ମୋକିମ ଓ ରମେଶ ଜେନାଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଯୋର ଧରିଛି। ତାରା ଓ ମୋକିମ୍ ପିସିସି ସଭାପତି ରେସ୍‌ରେ ଥିବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା। 

Advertisment
Congress Tara Bahinipati
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ