Vijay
ତାମିଲନାଡୁରେ ମୁଣ୍ଡ ଟେକିଲା ଆଉ ଏକ ରାଜନୈତିକ ଦଳ । ଆଉ ଏହି ଦଳ ଗଢିଛନ୍ତି ତାମିଲ ସୁପରଷ୍ଟାର ବିଜୟ । ତାମିଲଗା ଭେଟ୍ରି କଝଗମ୍ ତଥା ଟିଭିକେ ନାଁରେ ଗଢା ହୋଇଥିବା ଏହି ଦଳର ସଭାପତି ହେଉଛନ୍ତି ବିଜୟ । ଆଜି ଅନୁଷ୍ଠିତ ହୋଇଛି ଦଳର ପ୍ରଥମ ବୈଠକ । ଭିଲୁପୁରମ୍ ଜିଲ୍ଲାର ଭିକ୍ରବନ୍ଦୀରେ ଆୟୋଜିତ ଏହି ବୈଠକରେ ଲକ୍ଷାଧିକ ପ୍ରଶଂସକ ଓ ତାମିଲନାଡୁ ବାସିନ୍ଦା ଏକାଠି ହୋଇଥିଲେ ।
ଏହି ଅବସରରେ ବିଜୟ କହିଛନ୍ତି, ରାଜନୀତି ସିନେମା ମୈଦାନ ନୁହେଁ ଏହା ଯୁଦ୍ଧକ୍ଷେତ୍ର । ଗ୍ରାଉଣ୍ଡରେ ଆମକୁ ଅଧିକ ସଜାଗ ଓ ସତର୍କ ରହିବାକୁ ପଡିବ । ବିଷାକ୍ତ ସାପ ଭଳି ବିରୋଧୀଙ୍କୁ ସାମ୍ନା କରିବାକୁ ପଡିବ । ଦ୍ରାବିଡିଆନ୍ ପଲିଟିକ୍ସକୁ ନିଶାନା କରି କହିଛନ୍ତି, ତମେ ଲୋକଙ୍କୁ ବୋକା ବନାଇପାରିବ, ହେଲେ ଆଉ ନୁହେଁ । ତାମିଲନାଡୁରେ ଟିଭିକେ ନୂଆ ଶକ୍ତି ହୋଇ ଉଭା ହେବ ।
ଫିଲ୍ମ କ୍ୟାରିୟରର ପିକରେ ଥିବା ତାମିଲ ଆଇକନ୍ ବିଜୟ କିଛି ଦିନ ତଳେ ରାଜନୀତିରେ ଏଣ୍ଟ୍ରି ନେଇ ଘୋଷଣା କରିଥିଲେ । ଏହା ପୂର୍ବରୁ ତାମିଲ ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ରାଜନୈତିକ ଦଳ ଗଢିଥିଲେ । ତେବେ ଅସୁସ୍ଥତା କାରଣରୁ ତାହା ଆଗକୁ ବଢିପାରିନଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Vijay__1730045513.jpg)