Advertisment

ଲୋକସଭା ଆସନ ପାଇଁ ମିଳିଲାନି ଟିକେଟ୍: ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ସାଂସଦ

ଏ. ଗଣେଶମୂର୍ତ୍ତି ଏବେ ତାମିଲନାଡ଼ୁର ଇରୋଡ ଲୋକସଭା ଆସନରୁ ଏମ୍‌ପି ଅଛନ୍ତି। ସେ MDMK ଦଳରୁ ଗତଥର ଟିକେଟ୍ ପାଇ ନିର୍ବାଚନ ଲଢିଥିଲେ । ମାତ୍ର ଆସନ୍ତା ନିର୍ବାଚନ ନିମନ୍ତେ ଦଳ ପକ୍ଷରୁ ତାଙ୍କୁ ଟିକେଟ ଦିଆଯାଇ ନାହିଁ।

ଅଦ୍ୟତନ ହୋଇଛି
MP hospitalised consuming pesticide

MP hospitalised consuming pesticide

Advertisment

ଲୋକସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ୍। ଆଉ ଦିନ କେଇଟା ପରେ ଗଣତନ୍ତ୍ରର ମହାପର୍ବ। ଏହାରି ଭିତରେ ରାଜନୈତିକ ଦଳଗୁଡିକ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କଲେଣି। ଲୋକସଭା ଟିକେଟ ନ ମିଳିବାରୁ ଜଣେ ସାଂସଦ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଲିକାରେ ନାଁ ନଥିବାରୁ ମାନସିକ ଭାରସାମ୍ୟ ହରାଇ ସେ ଏପରି କାଣ୍ଡ ଭିଆଇଥିବା କୁହାଯାଉଛି।

Advertisment

ଏପରି ଅଭାବନୀୟ ଘଟଣା ଘଟିଛି ତାମିଲନାଡ଼ୁରେ। କୀଟନାଶକ ପିଇ ୭୬ ବର୍ଷୀୟ ଏ. ଗଣେଶମୂର୍ତ୍ତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏ. ଗଣେଶମୂର୍ତ୍ତି ଏବେ ତାମିଲନାଡ଼ୁର ଇରୋଡ ଲୋକସଭା ଆସନରୁ ଏମ୍‌ପି ଅଛନ୍ତି। ସେ MDMK ଦଳରୁ ଗତଥର ଟିକେଟ୍ ପାଇ ନିର୍ବାଚନ ଲଢିଥିଲେ । ମାତ୍ର ଆସନ୍ତା ନିର୍ବାଚନ ନିମନ୍ତେ ଦଳ ପକ୍ଷରୁ ତାଙ୍କୁ ଟିକେଟ ଦିଆଯାଇ ନାହିଁ।

ଏହାକୁ ନେଇ ଗତ କିଛି ଦିନ ହେଲା ସେ ମାନସିକ ଅବସାଦରେ ରହୁଥିଲେ। ତେବେ ଗତକାଲି ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପାଣିରେ କୀଟନାଶକ ମିଶାଇ ପିଇ ଦେଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ କୋଏମ୍ବଟୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ଏ. ଗଣେଶମୂର୍ତ୍ତିଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଖବର ମିଳିବା ପରେ ତାମିଲନାଡ଼ୁ ସରକାରର ବହୁ ମନ୍ତ୍ରୀ, ବିଜେପି ନେତା ପ୍ରମୁଖ ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଚଳିତ ଥର ଟିକେଟ ମିଳି ନ ଥିବାରୁ ସେ କିଛି ଦିନ ହେବ ଅବସାଦରେ ରହୁଥିଲେ। ତେଣୁ ଏପରି ଚରମ ପଦକ୍ଷେପ ଉଠାଇଥିବା ପରିବାର ପକ୍ଷରୁ କୁହାଯାଇଛି।

Suicide Attempt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ