video went viral
ଆଜି ବ୍ଲକ୍ ଚେୟାରମ୍ୟାନ୍ ନିର୍ବାଚନ ଥିବା ବେଳେ ଖୋର୍ଦ୍ଧା ବେଗୁନିଆ ରେ ଏଭଳି ଭିଡିଓକୁ ନେଇ ରାଜନୀତିର ନିଆଁ ସରଗରମ ହୋଇଛି । ଭୋଟ୍ ବିଭାଜନ ଆଶଙ୍କାରେ ସମିତି ସଭ୍ୟଙ୍କୁ ଇଶ୍ୱରଙ୍କ ନାଁରେ ଏପରି ଶପଥ ପାଠ କରାଯାଉଥିବା କୁହାଯାଉଥିବା ବେଳେ ଏହାକୁ କିନ୍ତୁ ସିଧା ସିଧା ଫାଙ୍କି ଦେଇଛନ୍ତି ବିଧାୟକ ରାଜେନ୍ଦ୍ର ସାହୁ ।
ଖୋର୍ଦ୍ଧା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ଉପସ୍ଥିତିରେ ସମିତି ସଭ୍ୟଙ୍କୁ ଇଶ୍ୱରଙ୍କ ନାଁରେ ଶପଥ ପାଠ କରେଇଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଭିଡିଓଟି କେଉଁ ଦିନର ତାହା ଜଣାପଡ଼ିନଥିଲେ ବି ଭାଇରାଲ ହେବାରେ ଲାଗିଛି ।
ସୂଚନା ଅନୁସାରେ ସମିତି ସଭ୍ୟମାନେ ଏକ ଶିବ ମନ୍ଦିରରେ ଶିବଙ୍କ ନାଁରେ ଶପଥ ନେଉଛନ୍ତି । ବ୍ରାହ୍ମଣଙ୍କ ଜରିଆରେ ମନ୍ତ୍ର ଉଚ୍ଚାରଣ ସହ ଶପଥ କରାଯାଉଥିବା ବେଳେ ବିଧାୟକ ରାଜେନ୍ଦ୍ର ସାହୁ ମଧ୍ୟ ଉପସ୍ଥିତ ରହିଛନ୍ତି । ଏଥିରେ ଜଣେ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ଲାଗି ତ୍ରିବାର ଶପଥ କରୁଛନ୍ତି। ଉପସ୍ଥିତ ଲୋକେ ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ଭିଡିଓଟି ପୁରୀ ଲୋକନାଥଙ୍କ ମନ୍ଦିର ପରିସରର ଏବଂ ଏଥିରେ ତାଙ୍କର କିଛି ଭୂମିକା ନାହିଁ ବୋଲି ଫୋନ୍ ଯୋଗେ ପ୍ରତିକ୍ରିୟା ରଖିଛନ୍ତି ରାଜେନ୍ଦ୍ର ସାହୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us